ଶ୍ରୀନଗର ପୋଲିସକୁ ବଡ ସଫଳତା, ଅସ୍ତ୍ରଶସ୍ତ୍ର ସହିତ ଲସ୍କରର ୨ ହାଇବ୍ରିଡ୍‌ ଆତଙ୍କବାଦୀ ଗିରଫ


ଜମ୍ମୁ-କଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବା​‌ରେ ସଫଳ ହୋଇଛି ପୋଲିସ। ସେମାନଙ୍କ ପାଖରୁ ପ୍ରଚୁର ପରିମାଣରେ ହତିଆର ଜବତ କରାଯାଇଛି। ପୋଲିସର କହିବା ଅନୁସାରେ, ଏହି ଦୁହେଁ ‘ହାଇବ୍ରିଡ୍‌ ଆତଙ୍କୀ’, ତାଙ୍କର ସମ୍ପର୍କ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବା ସହିତ ରହିଛି। ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ହାଇବ୍ରିଡ ଆତଙ୍କବାଦୀ ସେମାନେ ହୋଇଥାନ୍ତି, ଯେଉଁମାନେ ପୋଲିସ ରେକର୍ଡରେ ଆତଙ୍କବାଦୀ ଭାବରେ ନଥାନ୍ତି। କିନ୍ତୁ ତାଙ୍କୁ ଏତେ କଟ୍ଟରପନ୍ଥୀ କରିଦିଅନ୍ତି ଯେ, କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଇଥାନ୍ତି। ଆତଙ୍କବାଦୀ ସଂଗଠନ ଏହାର ବ୍ୟବହାର ଆକ୍ରମଣ ପାଇଁ କରିଥାନ୍ତି। ସେମାନେ କୌଣସି ସ୍ଥାନରେ ବଡ ଧରଣର ଆକ୍ରମଣ କରିବା ପରେ ମଧ୍ୟ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇଥାନ୍ତି। ଏହି କାରଣରୁ ତାଙ୍କ ଉପରେ କୌଣସି ସନ୍ଦେହ ହୋଇନଥାଏ।

କଶ୍ମୀର ଆଇଜି ବିଜୟ କୁମାର ସୋମବାର କହିଛନ୍ତି ଯେ, ଶ୍ରୀନଗର ପୋଲିସ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା/ଟିଆରଏଫ୍‌ ସହିତ ଜଡିତ ଦୁଇଟି ହାଇବ୍ରିଡ୍ ଆତଙ୍କବାଦୀଙ୍କୁ ଗିରଫ କରିନେଇଛି। ତାଙ୍କ କବଜାରୁ ୧୫ ପିସ୍ତଲ, ୩୦ ମାଗାଜିନ୍‌, ୩୦୦ ରାଉଣ୍ଡ ଗୁଳି ଓ ଏକ ସାଇଲେନ୍ସର ଜବତ କରାଯାଇଛି। ଉଲ୍ଲେଖନୀୟ ଯେ, ଟିଆରଏଫ୍‌ ମଧ୍ୟ ଲସ୍କରର ଏକ ସହଯୋଗୀ ସଂଗଠନ, ଯାହାକି ତା’ର ଆଢୁଆଳରେ ଘଟଣାକୁ ଘଟାଇଥାଏ। ଆଇଜି ତାଙ୍କର ଗିରଫକୁ ବଡ ସଫଳତା ବୋଲି କହିବା ସହ ଏ ସମ୍ପର୍କରେ ଏଫଆଇଆର ରୁଜୁ କରିଛନ୍ତି ଓ ଆଗକୁ ଯାଞ୍ଚ କରାଯାଉଛି।


Share It

Comments are closed.