ଓଡ଼ିଶାରେ ବାସନ୍ତି ଦୂର୍ଗା ପୂଜାର ସ୍ୱତନ୍ତ୍ରତା


ଯୁବ ସମୟ-ଓଡ଼ିଶାରେ ଖାସ୍ କରି କଟକରେ ଆଜି ଠାରୁ ଆରମ୍ଭ ହେଉଛି ବାସନ୍ତି ଦୂର୍ଗା ପୂଜା । ଏହି ଦିନ ମାନଙ୍କରେ ମା ଦୂର୍ଗାଙ୍କର ନଅଟି ଅବତାରକୁ ପୂଜା କରାଯାଇଥାଏ । ମାର୍କଣ୍ଡେୟ ପୁରାଣ ଅନୁଯାୟୀ ଏକଦା ରାଜା ସୁରଥ ତାଙ୍କ ରାଜ୍ୟ ହରାଇ ଜଙ୍ଗଲରେ ଏଣେ ତେଣେ ଘୁରିବାକୁ ଲାଗିଲେ । ସେଠାରେ ସେ ରାଜା ସମାଧିଙ୍କୁ ଭେଟିଥିଲେ । ଉଭୟ ଦୁଇ ଜଣ ରାଜା ରାଜ୍ୟ ହରାଇବାର ଦୁଖରେ ଭାଙ୍ଗି ପଡ଼ିଥିଲେ । ଏହାର ସମାଧାନ କରିବା ପାଇଁ ସେମାନେ ମେଧ ନାମକ ଜଣେ ଋଷିଙ୍କ ପରାମର୍ଶ ଲୋଡ଼ିଥିଲେ । ଋଷି ମେଧଙ୍କ ପରାମର୍ଶ ଅନୁଯାୟି ସେମାନେ ଦୂର୍ଗାଙ୍କୁ ପୂଜା କରିବା ସହିତ ବସନ୍ତ ଋତୁରେ ବାସନ୍ତି ଦୂର୍ଗା ପୂଜା କରିଥିଲେ । ଏହାର ଖୁବ୍ କମ୍ ସମୟ ମଧ୍ୟରେ ଦୁଇ ଜଣ ରାଜା ସେମାନଙ୍କ ରାଜ୍ୟ ପୁନଃ ଫେରିପାଇଥିଲେ । ଉକ୍ତ ପୂରାଣ ତଥ୍ୟ ଅନୁଯାୟି ଏହି ବାସନ୍ତି ଦୂର୍ଗା ପୂଜାକୁ ପାଳନ କରାଯାଇଆସୁଛି । ସାରଦୀୟ ଦୂର୍ଗା ପୂଜା ଏବଂ ବାସନ୍ତି ଦୂର୍ଗା ପୂଜା ପ୍ରାୟତଃ ସମାନ ହୋଇଥିଲେ ମଧ୍ୟ ବାସନ୍ତି ଦୂର୍ଗା ପୂଜାରେ ଘଟ ସ୍ଥାପନା ହୋଇନଥାଏ । ଏହି ପର୍ବ ମୁଖ୍ୟତଃ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁଳ ଭାବରେ ପାଳିତ ହୋଇଥାଏ ।


Share It

Comments are closed.