ଅନ୍ତ ହେଲା ସୋନମଙ୍କ ବିବାହର କଳ୍ପନା ଜଳ୍ପନା


ବଲିଉଡ୍ ସୁପରଷ୍ଟାର ସୋନମ କପୁର ନିଜର ପ୍ରେମିକ ଆନନ୍ଦ ଆହୁଜାଙ୍କୁ ମେ ମାସରେ ବିବାହ କରିବାକୁ ଯାଉଛନ୍ତି । ଦେଶର ଅନ୍ୟ ଚର୍ଚ୍ଚିତ ବିବାହ ମଧ୍ୟରୁ ଏହା ଅନ୍ୟତମ । ପଞ୍ଜାବୀ ରିୟଲ ବିବାହର ପ୍ରସ୍ତୁତି ମଧ୍ୟ ପ୍ରାରମ୍ଭ ହୋଇଯାଇଛି । ସୋନମଙ୍କ ହଳଦୀ, ସଙ୍ଗୀତ ଏବଂ ମେହେନ୍ଦୀ ମେ ୭ ତାରିଖରେ ମୁମ୍ବାଇର ଏକ ପଞ୍ଚ ତରକା ହୋଟେଲରେ ହେବାର ସୂଚନା ମିଳିଛି । ପୂର୍ବରୁ ସୋନମ ଏବଂ ଆନନ୍ଦ ଏପ୍ରିଲରେ ବିବାହ କରିବାର ସୂଚନା ମିଳୁଥିଲା ।
ସେମାନେ ଭିରୁସ୍କାଙ୍କ ପରି ଦେଶ ବାହାରେ ତଥା ସୁଇଜର ଲାଣ୍ଡ କିମ୍ବା ଲଣ୍ଡନରେ ବିବାହ କରିବେ ମଧ୍ୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ମାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ସେ ମୁମ୍ବାଇରେ ବିବାହ କରିବା ପାଇଁ ମନସ୍ଥ କରିଥିଲେ ।
ସୋନମଙ୍କ ବିବାହ ଉତ୍ସବ ତାଙ୍କ ଆଣ୍ଟି ତଥା ଇଣ୍ଟେରିୟର ଡିଜାଇନର କବିତା ସିଂହଙ୍କ ବ୍ୟାଣ୍ଡଷ୍ଟାଣ୍ଡ ସ୍ଥିତ ବିଳାସମୟ ବଙ୍ଗଳା ରାକଡେଲରେ ସମ୍ପନ୍ନ ହେବ । ମୁମ୍ବାଇ ସ୍ଥିତ ଏହି ବଙ୍ଗଳାର ଦାମ ୭୦ କୋଟି ଟଙ୍କା । ବହୁ ଚର୍ଚ୍ଚିତ କୋରିଓଗ୍ରାଫର ଫାରାହ ଖାନ୍, ସୋନମ ଏବଂ ଆନନ୍ଦଙ୍କ ଅତିଥିମାନଙ୍କୁ ନୃତ୍ୟ ଶିଖାଉଛନ୍ତି । ସେମାନଙ୍କ ସଙ୍ଗୀତର ରିହର୍ସଲ ଅନିଲ କୁପରଙ୍କ ଜୁହୁସ୍ଥିତ ବଙ୍ଗଳାରେ କରାଯାଇଛି । ସୋନମଙ୍କ ବିବାହର ପରିଧାନ ପ୍ରତିଷ୍ଠିତ ଫ୍ୟାସନ ଡିଜାଇନର ମନିସ ମଲହୋତ୍ରା ପ୍ରସ୍ତୁତ କରୁଛନ୍ତି ।


Share It

Comments are closed.