ବିବାହ ଗୁଜବକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ ସୋନାକ୍ଷୀ


୨୦୧୦ରେ ‘ଦବଙ୍ଗ’ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ପରେ ‘ରାଉଡ଼ି ରାଠୋର’, ‘ସନ୍‌ ଅଫ୍‌ ସର୍ଦ୍ଦାର’, ‘ଦବଙ୍ଗ[1]୨’, ‘ଲୁଟେରା’ଭଳି ଅନେକଗୁଡ଼ିଏ ସଫଳ ଫିଲ୍ମରେ ତାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ଆଗକୁ ସୋନାକ୍ଷୀ ୱେବ୍‌ସିରିଜ୍‌ ‘ଦହାଡ଼’ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଅବସରରେ ଏକ ସାକ୍ଷାତକାରରେ ସେ ନିଜର ଡେଟିଂ ଜୀବନ ଓ ବିବାହ ସଂପର୍କରେ ଆଲୋଚନା କରିଛନ୍ତି ।

ସୋନାକ୍ଷୀ କହିଛନ୍ତି, ‘ମୁଁ ଜଣେ ସେଲିବ୍ରିଟି ହୋଇଥିବାରୁ ଲୋକମାନେ ମୋର ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ଉତ୍ସୁକ ରହିବା ସ୍ୱାଭାବିକ କଥା । କିନ୍ତୁ ଯେଉଁଭଳି ଭାବେ ବିଗତ କିଛି ଦିନ ହେଲା ମୋର ବିବାହ ଗୁଜବ ସଂପର୍କରେ ଆଲୋଚନା ଚାଲିଛି ତାହା ମୋତେ ବ୍ୟଥିତ କରିଛି । ମୋର ବାପା ମା’ ମୋ ବାହାଘରକୁ ନେଇ ଯେତେ ପ୍ରଶ୍ନ କରୁନାହାନ୍ତି ସେତେ ପ୍ରଶ୍ନ ମିଡିଆ କରୁଛି । ସୋସିଆଲ ମିଡିଆରେ ବି ଲୋକମାନେ ମୋତେ କେବଳ ବାହାଘର ସଂପର୍କରେ ହିଁ ପ୍ରଶ୍ନ କରୁଛନ୍ତି । ଏଭଳିକ୍ଷେତ୍ରରେ ବ୍ୟକ୍ତିଗତ ଗୋପନୀୟତାକୁ ଗୁରୁତ୍ୱ ଦେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।’

‘ଦହାଡ଼’ ବ୍ୟତୀତ ସୋନାକ୍ଷୀଙ୍କୁ ହରର୍‌ କମେଡି ‘କାକୁଡା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ରୀତେଶ ଦେଶମୁଖ ଓ ସାକିମ୍‌ ସଲିମ୍‌ ଅଭିନୟ କରୁଛନ୍ତି । ଏହାଛଡ଼ା ସେ ‘ଡବଲ୍‌ ଏକ୍ସଏଲ୍‌’ରେ ବି ନଜର ଆସିବେ।


Share It

Comments are closed.