‘ଆଇପିଏଲ’ ଠାରୁ କାହିଁକି ପଛରେ ରହିଛି ‘ପାକିସ୍ତାନ ସୁପର ଲିଗ’, ତଫାତ ଜାଣନ୍ତୁ


ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସବୁ କ୍ଷେତ୍ରରେ ଭାରତ ସହ ପ୍ରତିଦ୍ୱନ୍ଦୀ କରିବା ପାଇଁ ପ୍ରୟାସ କରି ଆସୁଛି । ସେଥିପାଇଁ ଭାରତ ଯେତେବେଳେ ଆଇପିଏଲରେ ପାକିସ୍ତାନ ଖେଳାଳୀଙ୍କ ନଖେଳାଇବା ପାଇଁ ମନା କରିଦେଲେ ସେପଟେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ନିଜ ଦେଶରେ ଠିକ ଆଇପିଏଲ ଭଳି ପାକିସ୍ତାନ ସୁପର ଲିଗର ଆରମ୍ଭ କରିଦେଲା । ବର୍ତ୍ତମାନ ପାକିସ୍ତାନ, ପିଏସଏଲକୁ ଆଇପିଏଲର ପ୍ରତିଦ୍ୱନ୍ଦୀ ସୂରୁପ ଠିଆ କରିବା ପାଇଁ ଚେଷ୍ଟା ଚଳାଇଛି ।
ବର୍ତ୍ତମାନ ପାକିସ୍ତାନ ପିଏସଏଲକୁ ଲୋକପ୍ରିୟ କରାଇବା ପାଇଁ ଚେଷ୍ଟା ଚଳାଇଛି । କିନ୍ତୁ ପ୍ରକୃତ କଥା ଏହା ଏଇ ଇଭେଣ୍ଟ ଆଇପିଏଲ ତୁଳନାରେ କାହିଁ ପଛରେ ରହିଛି । ଏହି କଥାକୁ କହିବା ପଛରେ କିଛି ବିଶେଷ କାରଣ ରହିଛି । ପାକିସ୍ତାନ ଯେଉଁ ଉତ୍ସାହର ସହ ଭାରତ ସହ ପ୍ରତିଦ୍ୱିନ୍ଦୀ କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ପରିଣାମ ସ୍ୱରୁପ ସେ ସବୁ କ୍ଷେତ୍ରରେ ଅସଫଳ ରହୁଛି ।
ପ୍ରକାଶ ଥାଉକି ୨୦୧୯ ଆଇପିଏଲ ନିଲାମୀ ପ୍ରକ୍ରିୟା ସବୁ ଅଧିକ ଦାମୀରେ ବିକ୍ରି ହୋଇଥିବା ଖେଳାଳୀ ହେଲେ “ଜୟଦେବ ଉନାଡକଟ” । ଯାହାଙ୍କୁ ୮.୪୦ କୋଟି ରାଜସ୍ଥାନ ରୟାଲ୍ସ କିଣିଥିଲା । ତେବେ ଆପଣମାନେ ଭାବୁଥିବେ ଜୟବେଦଙ୍କ ସହ ପିଏସଏଲ କ’ଣ ସଂଯୋଗ ରହିଛି । ?
ସଂଯୋଗ ରହିଛି କାରଣ, ଜୟଦେବଙ୍କ ଏହି ମୂଲ୍ୟରେ ପାକିସ୍ତାନ ଏକ ଟିମକୁ ସଂମ୍ପୂର୍ଣ୍ଣ କିଣାଯାଇପାରିବ । ପ୍ରକାଶ ଥାଉକି ଆଇପିଏଲ ଏବଂ ପିଏସଏଲ ମଧ୍ୟରେ ଆକାଶ ପାତାଳର ଫରକ ରହିଛି । ୨୦୧୯ରେ ପିଏସଏଲର ପ୍ରତ୍ୟେକ ଟିମ ୧.୨ ମିଲିୟନ ଡଲାର ଅର୍ଥାତ (୮.୬୪)କୋଟିର ବଜେଟ ରହିଛି । ଯେତେବେଳେ ଆଇପିଏଲର ପ୍ରତ୍ୟେକ ଟିମ ପାଇଁ ୮୦ କୋଟିର ବଜେଟ ରହିଛି । ଏଥିରୁ ସ୍ପଷ୍ଟ ରୂପେ ଜଣାପଡୁଛି ଯେ, ପିଏସଏଲ ଅପେକ୍ଷା ଆଇପିଏଲର ୧୦ ଗୁଣା ଅଧିକ ବଜେଟ ରହିଛି । ପ୍ରକାଶ ଥାଉକି ୨୦୧୯ ଆଇପିଏଲ ନିଲାମୀ ପ୍ରକ୍ରିୟାରେ ୬୦ଟି ଖେଳାଳୀଙ୍କୁ ବିଭିନ୍ନ ଦଳ ୧୦୬ କୋଟିରେ କିଣିଥିଲେ ।


Share It

Comments are closed.