ହୋମିଓପାଥି ଔଷଧ ବ୍ୟବହାରକାରୀଙ୍କ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ


ଅନେକ ବ୍ୟକ୍ତି ହୋମିଓପାଥି ଔଷଧ ଦ୍ୱାରା ଚିକିତ୍ସିତ ହୋଇଥାଆନ୍ତି । କିନ୍ତୁ ଏହାକୁ ଠିକ୍ ଭାବରେ ବ୍ୟବହାର ନକଲେ ଏହା ଶରୀର ଉପରେ ସଠିକ୍ ଭାବରେ ପ୍ରଭାବ ପକାଇ ନଥାଏ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ । ତେବେ ଆସନ୍ତୁ ଜାଣିବା ଡା. ଜୁହି ଗୁପ୍ତା ଏହା ଉପରେ ଦେଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ।

୧. ହୋମିଓପାଥି ଔଷଧକୁ କେବେ ଖୋଲାରେ ରଖନ୍ତୁ ନାହିଁ । ଏହାଦ୍ୱାରା ଏଥିରେ ଥିବା ସ୍ପିରିଟ୍ ନଷ୍ଟ ହୋଇଯାଇଥାଏ ।
୨. ଏହାକୁ ଥଣ୍ଡା ସ୍ଥାନରେ ରଖନ୍ତୁ ଓ ଖାଇବା ପରେ ଠିପି ବନ୍ଦ ରଖନ୍ତୁ ।
୩. ହୋମିଓପାଥି ଔଷଧ ଖାଇବାର ଦଶ ମିନିଟ ପୂର୍ବରୁ ବା ପରେ କିଛି ଖାଆନ୍ତୁ ନାହିଁ ।
୪. ଔଷଧ ଖାଇବା ପୂର୍ବରୁ ଓ ପରେ ନିଶା ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ । ନିଶା ଖାଇବା ଦ୍ୱାରା ଔଷଧର ପ୍ରଭାବ କମ୍ ହୋଇଥାଏ ।
୫. ହୋମିଓପାଥି ଔଷଧକୁ ଆୟୁର୍ବେଦିକ କିମ୍ବା ଏଲୋପାଥି ଔଷଧ ସହ ମିଶାଇ ରଖନ୍ତୁ ନାହିଁ । ଏହା ଶରୀର ଉପରେ ଆବଶୟକୀୟ ପ୍ରଭାବ ପକାଇବ ନାହିଁ ।
୬. ହୋମିଓପାଥି ଔଷଧ ଖାଇବା ପରେ ଖଟା ଖାଆନ୍ତୁ ନାହିଁ ।
୭. ଅନ୍ୟମାନଙ୍କୁ ହୋଇଥିବା ସମାନ ରୋଗ ଆପଣଙ୍କୁ ହୋଇଥିଲେ ତାଙ୍କର ଔଷଧ ଖାଆନ୍ତୁ ନାହିଁ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଆପଣ ସଂକ୍ରମଣର ଶିକାର ହୋଇପାରନ୍ତି ।
୮. ହୋମିଓପାଥି ଔଷଧ ଖାଇବା ପୂର୍ବରୁ ଭଲ ଭାବରେ କୁଳି କରନ୍ତୁ ।


Share It

Comments are closed.