କରୋନା କବଚ ବୋଲାଉଥିବା ସାନିଟାଇଜର ଦ୍ୱାରା ଆପଣଙ୍କୁ ହୋଇପାରେ କ୍ୟାନ୍ସର !


ମହାମାରୀ କରୋନା ସାରା ବିଶ୍ୱର ଜୀବନଶୈଳୀ ବଦଳାଇ ଦେଇଛି । ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ଲୋକଙ୍କ ଅଭ୍ୟାସ ଏବଂ ଜୀବନଶୈଳୀ ମଧ୍ୟ ଅନେକାଂଶରେ ପରିବର୍ତ୍ତନ ହୋଇଯାଇଛି । ସମସ୍ତେ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧୁଛନ୍ତି, ହ୍ୟାଣ୍ଡ ସାନିଟାଇଜ୍ କରୁଛନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରୁଛନ୍ତି । ଏହା ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଆମେ ସମସ୍ତ ସାନିଟାଇଜର ବ୍ୟବହାର କରୁଛନ୍ତି । ସେମାନଙ୍କ ମଧ୍ୟରୁ ୪୪ ସାନିଟାଇଜରରେ କ୍ୟାନ୍ସର ହେବାର ବିପଦ ରହିଥିବା ଅନୁମାନ କରାଯାଉଛି । ଏଥିରେ ବିପଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି । ନିକଟରେ ଏକ ଅଧ୍ୟୟନରେ ଏହି କଥା ସାମ୍ନାକୁ ଆସିଛି ।

ବୈଶିକ ମହାମାରୀ କରୋନା ଆସିବା ପରେ ସାରା ବିଶ୍ୱରେ ସାନିଟାଇଜର ବ୍ୟବହାର ବଢିଯାଇଛି । କରୋନା ଭାଇରସକୁ ରୋକିବା ପାଇଁ ହସ୍ପିଟାଲଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ସାନିଟାଇଜର ବ୍ୟବହାର ବଢିଯାଇଛି । ଏହା ମଧ୍ୟରେ ଜଣାପଡିଛି ଯେ ଲମ୍ବା ସମୟ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କଲେ କ୍ୟାନ୍ସର ବା ଚର୍ମ ରୋଗ ବିପଦ ବଢିଯାଏ । ଭ୍ୟାଲିଜର ଏକ ଅଧ୍ୟୟନରେ ୨୬୦ରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ଉପରେ ଏକ ବିସ୍ତୃତ ଅଧ୍ୟୟନ କରିଛି । ଏନେଇ ଭ୍ୟାଲିଜର ଆମେରିକୀୟ ଖାଦ୍ୟ ଏବଂ ଔଷଧ ବିଭାଗ(ଏଫଡିଏ)କୁ ଏକ ପତ୍ର ଲେଖି ଏ ସମ୍ପର୍କରେ ସୂଚନା ଦେଇଛି ।

ଏଫଡିଏକୁ ଲେଖିଥିବା ପତ୍ରରେ ଭ୍ୟାଲିଜର କହିଛି ଯେ କରୋନା ମହାମାରୀରେ ହ୍ୟାଣ୍ଡ ସାନିଟାଇଜରର ଚାହିଦା ବଢିଯାଇଛି । ଏହା ମଧ୍ୟରେ ନ୍ୟୁ ହେଭେନ୍ ସ୍ଥିତ ଏକ ଅନଲାଇନ୍ ଫାର୍ମାସି ଭ୍ୟାଲିଜର ଅନେକ ବ୍ରାଣ୍ଡ୍ସର ୨୬୦ରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ଉପରେ ଅଧ୍ୟୟନ କରିଛି ଯେଉଁଥିରୁ ୪୪ରୁ ଅଧିକ ସାନିଟାଇଜରରେ ବେଞ୍ଜିନ୍ ସମେତ କ୍ୟାନ୍ସର ବିପଦ ସୃଷ୍ଟି କରୁଥିବା ଅନେକ ବିପଜ୍ଜନକ କେମିକାଲ ମିଳିଛି । ବେଞ୍ଜିନ୍ ହେଉଛି ଏକ ରଙ୍ଗହୀନ ତରଳ ରାସାୟନିକ ପଦାର୍ଥ ଯାହା ସାଧାରଣତଃ ରଙ୍ଗହୀନ । କିନ୍ତୁ ବେଳେବେଳେ ଏହା ସାମାନ୍ୟ ଆଲୋକରେ ହଳଦିଆ ରଙ୍ଗର ଦେଖାଯାଏ । ଏହି ପଦାର୍ଥ ଶରୀର ପାଇଁ କ୍ଷତିକାରକ । ଖାଲି ବେଞ୍ଜିନ୍ ନୁହେଁ, ଏଥିରେ ଅନେକ ବିପଜ୍ଜନକ ପଦାର୍ଥ ମଧ୍ୟ ସାମିଲ ଥିବା ଅଧ୍ୟୟନରେ ଜଣାପଡିଥିଲା ।


Share It

Comments are closed.