ଜାଣନ୍ତୁ ଦୁନିଆର କେତୋଟି ମହଙ୍ଗା ଫଳଗୁଡ଼ିକ ବିଷୟରେ, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା


ଆପଣ ଆମ୍ବ, ସପୁରୀ, ଅଙ୍ଗୁର, ତରଭୂଜ ଭଳିି ଫଳ ତ ନିଶ୍ଚୟ ଖାଇଥିବେ । ଏଗୁଡ଼ିକ ଭାରତରେ ସାଧାରଣତଃ କିଲୋ ପ୍ରତି ୧୦୦ରୁ ୨୦୦ ଟଙ୍କାରେ ମିଳିଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି କିଛି ସ୍ଥାନ ଅଛି, ଯେଉଁଠି ଏଗୁଡ଼ିର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥାଏ । ଅବଶ୍ୟ ଏଗୁଡ଼ିକ ଏହି ପ୍ରଜାତିର ହୋଇଥିଲେ ମଧ୍ୟ ସାଧାରଣ କିଶମଠାରୁ ଏମାନେ ଭିନ୍ନ ହୋଇଥାଆନ୍ତି । ଏଠାରେ ଆମେ ଆପଣଙ୍କୁ ଏହିସବୁ ମହଙ୍ଗା ଫଳଗୁଡ଼ିକ ବିଷୟରେ ବତାଉଛୁ । ତେବେ ଆସନ୍ତୁ ଜାଣିବା ଏହି କିଶମଗୁଡ଼ିକର ନାମ, ମୂଲ୍ୟ ଓ ଏଗୁଡ଼ିକ କେଉଁ ସ୍ଥାନରେ ଚାଷ କରାଯାଏ ।
ଲାଷ୍ଟ ଗାର୍ଡେନ୍ ପାଇନ୍‌ଆପଲ୍‌:


ଏହା ଏକ ସପୁରୀ ପ୍ରଜାତିର ଫଳ ଅଟେ, ଯାହାକୁ ଇଂଲଣ୍ଡର ଗାର୍ଡେନ୍ ଅଫ୍ ହେଲିଗନ୍‌ରେ ଚାଷ କରାଯାଏ । ଏକ ରିପୋର୍ଟରୁ ଜଣାଯାଏ ଯେ, ଲାଷ୍ଟ ଗାର୍ଡେନ୍‌ରେ ହେଉଥିବା ଏହି ସପୁରୀ ଦୁନିଆରେ ସବୁଠାରୁ ମହଙ୍ଗା ଅଟେ ।
ଏହି ଫଳ ସବୁଜ ଗୃହ ମଧ୍ୟରେ ଚାଷ କରାଯାଏ । ଲାଷ୍ଟ ଗାର୍ଡେନ୍ ପାଇନ୍‌ଆପଲ୍‌ର ମୂଲ୍ୟ ୧୬୦୦ ଡଲାର୍ (ପାଖାପାଖି ୧.୧୪ ଲକ୍ଷ ଟଙ୍କା) ହୋଇଥାଏ ।

ଟମାଗୋ ମ୍ୟାଙ୍ଗୋ:

ଏହା ଆମ୍ବ ପ୍ରଜାତିର ଏକ ଫଳ ଅଟେ । ଟମାଗୋ ଶବ୍ଦର ଅର୍ଥ ହେଉଛି ‘ଏଗ୍ ଅଫ୍ ଦି ସନ୍‌’ । ଏହାର ଏହିପରି ନାମକରଣ କରାଯିବାର କାରଣ ହେଉଛି, ଏହା ଏକ ବଡ଼ ଅଣ୍ଡା ପରି ଦେଖାଯାଇଥାଏ ।
ଚା ଏହାର ଚାଷ ଜାପାନରେ କରାଯାଇଥାଏ । ଅଧିକ ମହଙ୍ଗା କାରଣରୁ ଏହାର ଚାଷ କେବଳ ଅର୍ଡର ଆସିଲେ ହିଁ କରାଯାଇଥାଏ । ଏକ ରିପୋର୍ଟ ମୁତାବକ ଏହି ପ୍ରଜାତିର ଗୋଟିଏ ଆମ୍ବର ମୂଲ୍ୟ ୨.୧୪ ଲକ୍ଷ ଟଙ୍କା ହୋଇଥାଏ ।

ଣ୍ଡେସୁକେ ୱାଟରମେଲନ୍‌:


ଏହା ଏକ ପ୍ରକାରର ତରଭୂଜ ଅଟେ, ଯାହାର ରଙ୍ଗ କଳା ଅଟେ । ଏହାର ଓଜନ ପାଖାପାଖି ୧୧ କିଲୋ ହୋଇଥାଏ । ଏହାକୁ ଜାପାନର ଉତ୍ତର-ପୂର୍ବସ୍ଥିତ ଆଇସ୍‌ଲ୍ୟାଣ୍ଡରେ କରାଯାଇଥାଏ ।
ଚା ୨୦୦୮ ମସିହାରେ ଏହି ତରଭୂଜକୁ ନିଲାମ କରାଯାଇଥିଲା । ସେହି ସମୟରେ ଏହାକୁ ୬୧୦୦ ଡଲାରରେ ନିଲାମ କରାଯାଇଥିଲା । ବର୍ତ୍ତମାନ ଅନୁସାରେ ଦେଖାଗଲେ ଏହାର ମୂଲ୍ୟ ପ୍ରାୟ ୪.୩୫ ଲକ୍ଷରୁ ଅଧିକ ଅଟେ ।

ରୁବି ରୋମନ୍ ଗ୍ରେପ୍ସ:


ଏହା ଏକ ଭିନ୍ନ କିଶମର ଅଙ୍ଗୁର ଅଟେ, ଯାହାର ଆକାର ସାଧାରଣ ଭାବେ ମିଳୁଥିବା ଅଙ୍ଗୁରମାନଙ୍କଠାରୁ ବହୁତ ବଡ଼ ହୋଇଥାଏ ।
ଏହାକୁ ଜାପାନର ଇଶିକାୱା ପ୍ରିଫେକ୍‌ଚରରେ କରାଯାଇଥାଏ । ସେଠାରେ ୨୦୦୮ରେ ପ୍ରଥମ ଥର ପାଇଁ ଏହି ଅଙ୍ଗୁର ଚାଷ କରାଯାଇଥିଲା ।
ଏକ ରିପୋର୍ଟ ଅନୁସାରେ ଏହି କିଶମର ଏକ ଅଙ୍ଗୁର ଗୁଛାର ମୂଲ୍ୟ ୯୬୦ ଡଲାର (ପାଖାପାଖି ୬୫ ହଜାର ଟଙ୍କା) ଅଟେ । ଏପରି ମଧ୍ୟ ଖବର ଅଛି ଯେ, ୨୦୧୬ରେ ରୁବି ରୋମନ୍ ଗ୍ରେପ୍ସର ନିଲାମ କରାଯାଇଥିଲା । ଏହି ସମୟରେ ଏହାର ଗୁଛାକୁ ୧୧,୪୦୦ ଡଲାର (ପାଖାପାଖି ୮.୧୪ ଲକ୍ଷ ଟଙ୍କା)ରେ ବିକ୍ରି ହୋଇଥିଲା ।


Share It

Comments are closed.