ଶୁକ୍ରଙ୍କ ରାଶି ପରିବର୍ତ୍ତନରୁ ଚମକିବାକୁ ଯାଉଛି ଏହି ୪ରାଶିର ଲୋକଙ୍କ ଭାଗ୍ୟ: ଜାଣନ୍ତୁ କେଉଁ କେଉଁ ରାଶି


ମଇ ୩୦ ତାରିଖରେ ଶୁକ୍ର ରାଶି ପରିବର୍ତ୍ତନ କରି କର୍କଟ ରାଶିକୁ ଗୋଚର କରିବେ । ଫଳରେ ଏହି ଗୋଚରର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିବାକୁ ଯାଉଛି । ଶୁକ୍ରଙ୍କୁ ଧନ ଓ ଭୋଗ ବିଳାସର କାରକ ଭାବେ ବିବେଚନା କରାଯାଇଥାଏ । ଶୁକ୍ରଙ୍କ ଏହି ଗୋଚର ଅନେକ ରାଶିକୁ ଧନବାନ କରାଇବା ସହ ବୈବାହିକ ସୁଖ ମଧ୍ଯ ପ୍ରଦାନ କରିବ । ବର୍ତ୍ତମାନ ଶୁକ୍ର ମିଥୁନ ରାଶିରେ ରହିଥିବା ବେଳେ ୩୦ ମଇ ସନ୍ଧ୍ୟା ୭:୫୧ ମିନିଟ୍ ରେ ସେ କର୍କଟ ରାଶିକୁ ଗୋଚର କରିବେ । ତେବେ ଏହି ରାଶି ପରିବର୍ତ୍ତନ ଚାରୋଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । ଏହି ସମୟ ଏହି ୪ଟି ରାଶିଙ୍କ ଲାଗି ଅନୁକୂଳ ରହିବା ସହ ଆର୍ଥିକ ସମସ୍ୟାକୁ ମଧ୍ଯ ଦୂର କରିବ ।

ମିଥୁନ ରାଶି- ମିଥୁନ ରାଶି ଛାଡ଼ି କର୍କଟ ରାଶିକୁ ଗୋଚର କରିବାକୁ ଯାଉଛନ୍ତି ଶୁକ୍ର । ଏହି ରାଶି ପରିବର୍ତ୍ତନର ପ୍ରଭାବରେ ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଉପକୃତ ହେବେ। ଏହି ସମୟରେ ପୈତୃକ ସମ୍ପତ୍ତି ଲାଭ ହେବା ନେଇ ଦୃଢ ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜର ବୁଦ୍ଧି ବଳରେ ଟଙ୍କା ରୋଜଗାର କରି ସଫଳତା ପାଇପାରିବେ । ପାରିପାରିକ ଜୀବନରେ ସୁଖ ଶାନ୍ତି ବଜାଇ ରହିବ ।

କର୍କଟ ରାଶି- ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବ କର୍କଟ ରାଶି ଉପରେ ମଧ୍ଯ ପଡ଼ିବାକୁ ଯାଇଛି । ଏହି ସମୟରେ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ବେଶ ଅନୁକୂଳ ରହିବ । ରୋଜଗାର ନେଇ ସମସ୍ତ ବାଟ ଫିଟିପାରେ । ଚାକିରିରେ ପଦୋନ୍ନତି ମିଳିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ହେବା ସହ ସଫଳତା ମିଳିବ । ଆୟ ବୃଦ୍ଧି ପାଇବା ସହ ଖର୍ଚ୍ଚ ହ୍ରାସ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

କନ୍ୟା ରାଶି- ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ବିଶେଷ ପ୍ରଭାବ କନ୍ୟା ରାଶି ଉପରେ ମଧ୍ଯ ପଡ଼ିବ । ଏହି ସମୟ ରାଶି ପାଇଁ ବେଶ ଅନୁକୂଳ ରହିବ । ଗମନାଗମନ ନେଇ ଯୋଗ ରହିଛି । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହୋଇପାରନ୍ତି । ଧନ ଲାଭ, ଦରମା ବୃଦ୍ଧି ସହ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଅବିବାହିତ ମାନଙ୍କ ବିବାହ ସ୍ଥିର ହୋଇପାରେ ।

ବିଛା ରାଶି- ଏହି ସମୟରେ ବିଦେଶ ଭ୍ରମଣ ନେଇ ସୁଯୋଗ ସୃଷ୍ଟି ହୋଇପାରେ । କିଛି ନୂତନ ଲୋକଙ୍କୁ ମଧ୍ୟ ଭେଟିପାରନ୍ତି । ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ଲାଭ, ସମାଜରେ ମାନ ସମ୍ମାନ ମିଳିବ । ଚାକିରି କ୍ଷେତ୍ରରେ ଶୁଭ ଫଳ ମିଳିବା ନେଇ ସମ୍ଭବନା ରହିଛି । ଧନ ଲାଭ ନେଇ ଯୋଗ ରହିଛି ।


Share It

Comments are closed.