ଅମିତାଭ ବଚ୍ଚନଙ୍କୁ ଇଣ୍ଡଷ୍ଟ୍ରୀରୁ ଅବସର ନେବାକୁ କାହିଁକି କହିଲେ ସଲମାନଙ୍କ ବାପା ସଲିମ ଖାନ ? ଜାଣନ୍ତୁ


ନିକଟରେ ଅମିତାଭ ବଚ୍ଚନ ତାଙ୍କର ୭୯ତମ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ସଲିମ ଖାନଙ୍କ ଏକ ସାକ୍ଷାତକାର ଏକ ମନ୍ତବ୍ୟ ଆଲୋଚନାରେ ଆସିଛି। ଯାହାକୁ ନେଇ ଖୁବ୍‌ ଭାଇରାଲ ହେବାକୁ ଲାଗିଛି । ସଲମାନ ଖାନଙ୍କ ପିତା ତଥା ଜଣାଶୁଣା ଲେଖକ ସଲିମ ଖାନ ନିକଟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି। ଉଭୟ ସଲିମ ଓ ଅମିତାଭ ଏକତ୍ର ୧୦ରୁ ଅଧିକ ଫିଲ୍ମରେ କାର୍ଯ୍ୟ କରିସାରିଛନ୍ତି ।

ତେବେ ଲେଖକ ସଲିମ ଖାନ ବିଗ୍ ବି ତଥା ଅମିତାଭ ବଚନଙ୍କୁ ନେଇ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି । ଅମିତାଭ ବହୁ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ଆସୁଛନ୍ତି, ତେଣୁ ସେ ତୁରନ୍ତ ଅବସର ନେଇଯିବା ଉଚିତ ବୋଲି ସଲିମ କହିଛନ୍ତି । ଅମିତାଭଙ୍କ ୭୯ତମ ଜନ୍ମଦିବସ ଅବସରରେ ସେ ସୋସିଆଲ ମିଡ଼ିଆରେ ଅମିତାଭଙ୍କୁ ଶୁଭେଚ୍ଚା ଜଣାଇବା ସହ ପ୍ରଶଂସା ମଧ୍ୟ କରିଥିଲେ । ଜୀବନରେ ସେ ଯାହା ହାସଲ କରିବାକୁ ଚାହୁଁଥିଲେ, ସେ ସବୁକିଛି ହାସଲ କରିଛନ୍ତି।

ଅମିତାଭ ବିଗତ ୫ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରି ଆସୁଛନ୍ତି । ସେ ଜୀବନରେ ସବୁକିଛି ହାସଲ କରିସାରିଛନ୍ତି, ତେଣୁ ନିଜ ପାଇଁ ଜୀବନର କିଛି ବର୍ଷ ରଖିବା ଦରକାର । ଅମିତାଭ ନିଜର ଯୁବକ ସମୟରେ ଆଙ୍ଗ୍ରି ୟଙ୍ଗମ୍ୟାନ ଚରିତ୍ର ଭଲ ଭାବେ ନିଭାଇଥିଲେ । ମାତ୍ର ବର୍ତ୍ତମାନ ତାଙ୍କ ପରି ଅଭିନେତାଙ୍କ ପାଇଁ କାହାଣୀର ଅଭାବ ପଡ଼ୁଛି ।


ଏହା ସହ ସେ କହିଥିଲେ- ‘ଅମିତାଭ ବଚ୍ଚନ ହେଉଛନ୍ତି ହିରୋ ଯିଏ କ୍ରୋଧିତ ଯୁବକ ଭୂମିକାରେ ଅଭିନୟ କରିପାରନ୍ତି, ଯିଏ ଆଜି ବି ସମାନ ଅଟନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ପରି ଜଣେ ଅଭିନେତା ପାଇଁ କୌଣସି କାହାଣୀ ନାହିଁ, ଆମର ଭଲ ସ୍କ୍ରିପ୍ଟ ମଧ୍ୟ ନାହିଁ ।ଆଜିର ସମୟର ଫିଲ୍ମରେ ଟେକ୍ନୋଲୋଜି, ମ୍ୟୁଜିକ, ଆକ୍ସନ ଆଦି କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଘଟିଥିବା ସଲିମ କହିଥିଲେ ।


Share It

Comments are closed.