କ୍ୟାନସରରେ ପୀଡିତ ଇର୍ଫାନ ଏବେ ସହିଦଙ୍କ ଭୂମିକାରେ ନଜର ଆସିବେ


କ୍ୟାନସର ଚିକିତ୍ସା ପରେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେଉଥିବା ବଲିଉଡ ଅଭିନେତା ଇର୍ଫାନ ଖାନ ଆଗାମୀ ଦିନରେ ଜଣେ ସହିଦଙ୍କ ଭୂମିକାରେ ନଜର ଆସିପାରନ୍ତି । ନିର୍ଦ୍ଦେଶକ ଓ ନିର୍ମାତା ସୁଜିତ ସିରକର ସହିଦ ଉଦାମ ସିଂହଙ୍କ ଜୀବନି ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ବିଗତ କିଛି ଦିନ ତଳେ ଇର୍ଫାନଙ୍କ ସହ ସୁଜିତଙ୍କର ଲଣ୍ଡନରେ ସାକ୍ଷାତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଏହି ଫିଲ୍ମ ସଂପର୍କରେ ବହୁ ପୂର୍ବରୁ ଆଲୋଚନା ହୋଇଥିଲା ।
ମିଳିଥିବା ସୂଚନା ମୁତାବକ ଇର୍ଫାନ ସହିଦ ଉଦାମ ସିଂହଙ୍କ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବାକୁ ଚାହିୁଁଥିବା ବେଳେ ମଝିରେ ସୁଜିତଙ୍କ ଦ୍ୱାରା ହଠାତ ପିକୁ ଫିଲ୍ମ ପ୍ରସ୍ୁତ କରିବା ଯୋଜନା ହେତୁ ଏହି ଫିଲ୍ମର ନିର୍ମାଣ ବନ୍ଦ ହୋଇଯାଇଥିଲା । ପିକୁ ଫିଲ୍ମରେ ଇର୍ଫାନ ଅମିତାଭ ଏବଂ ଦୀପିକାଙ୍କ ସହ ଅଭିନୟ କରିଥିଲେ ।
ସହିଦ ଉଦାମ ସିଂହଙ୍କ ଉପରେ ଆଧାରିତ ଫିଲ୍ମର ସୁଟିଙ୍ଗ ୨୦୧୯ରୁ ଆରମ୍ଭ ହୋଇପାରେ । ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମର ସୁଟିଙ୍ଗ ପାଇଁ ଇର୍ଫାନ ଆଗାମୀ ବର୍ଷ ଆରମ୍ଭରୁ ଭାରତ ଚାଲି ଆସିବେ ।
ସରଦାର ଉଦାମ ସିଂହ ପାରଧିନ ଭାରତର ଗଦର ପାର୍ଟିର ଜଣେ ସଦସ୍ୟ ଥିଲେ । ସେ ୧୯୧୯ରେ ଜାଲିୱାନାବାଗ ହତ୍ୟା କାଣ୍ଡ ପାଇଁ ଆଦେଶ ଦେଇଥିବା ଜେନେରାଲ ଡାଏଲଙ୍କୁ ଲଣ୍ଡନରେ ଗୁଳି କରି ହତ୍ୟା କରିଥିଲେ ।


Share It

Comments are closed.