ଚିକିତ୍ସାଧୀନ ଅବସ୍ଥାରେ ସିଞ୍ଜୋ ଆବେଙ୍କ ମୃତ୍ୟୁ, ଛାତିରେ ବାଜିଥିଲା ଗୁଳି


ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ। ଶୁକ୍ରବାର ସକାଳେ ତାଙ୍କୁ ଜଣେ ଆତତାୟୀ ତାଙ୍କୁ ଗୁଳି ମାରିଥିଲା। ୨ଟି ଗୁଳି ସିଧା ଯାଇ ତାଙ୍କ ଛାତିରେ ବାଜିଥିଲା। ଏହାପରେ ତାଙ୍କର ସ୍ଥିତି ହୋଇଯାଇଥିଲା ଗୁରୁତର। ଗୁଳି ବାଜିବା ପରେ ତାଙ୍କର ପ୍ରବଳ ରକ୍ତସ୍ରାବ ହେବା ସହ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା।

ସିଞ୍ଜୋ ଆବେଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା, ତଥାପି ଡାକ୍ତରମାନେ ସଫଳ ହୋଇନଥିଲେ। ତାଙ୍କୁ ଗୁଳି ମାରିଥିବା ହତ୍ୟାକାରୀ ଗିରଫ ହୋଇସାରିଛି। ତାକୁ ତୁରନ୍ତ ଘଟଣାସ୍ଥଳରେ ହିଁ ଧରି ନେଇଥିଲେ ସୁରକ୍ଷାକର୍ମୀ।


Share It

Comments are closed.