ମିସ୍ ଇଣ୍ଡିଆ ୨୦୧୯ ଗ୍ରାଣ୍ଡ ଫିନାଲେରେ ଓଡିଶାକୁ ପ୍ରତିନିଧିତ୍ୱ କରିବେ ଶିତଲ ସାହୁ


ଗ୍ଲାମର ଓ ଫ୍ୟାସନ୍ ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କ କଳାକୁ ପ୍ରଦର୍ଶନ କରିବା ପାଇଁ ଏଫବିବି କଲର୍ସ ଫେମିନା ମିସ ଇଣ୍ଡିଆ ୨୦୧୯ର ପୂର୍ବାଞ୍ଚଳ ସଂସ୍କରଣ ୱେଷ୍ଟିନ କୋଲକତାଠାରେ ଅନୁଷ୍ଠିତ ହୋଇଯାଇଛି । ସେଠାରେ ପୂର୍ବାଞ୍ଚଳର ୧୩ଟି ରଜ୍ୟର ମିସ ଇଣ୍ଡିଆ ଛତିଶଗଡ଼, ମିସ୍ ଇଣ୍ଡିଆ ବିହାର, ମିସ୍ ଇଣ୍ଡିଆ ବେଙ୍ଗଲ, ମିସ୍ ଇଣ୍ଡିଆ ଝାଡ଼ଖଣ୍ଡ, ମିସ୍ ଇଣ୍ଡିଆ ଓଡ଼ିଶାଙ୍କ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରାର ବିଜେତାମାନେ ଶେଷ ସୋପାନକୁ ଉନ୍ନିତ ହୋଇଛନ୍ତି । ତନ୍ମଧ୍ୟରୁ ଓଡିଶାରୁ ଶିତଲ ସାହୁ ସମେତ ଅନ୍ୟ ବିଜେତାମାନେ ମୁମ୍ବାଇରେ ୧୫ ଜୁନ୍ରେ ହେବାକୁଥିବା ଗ୍ରାଣ୍ଡ ଫିନାଲେରେ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରିବେ ।

ଆଜିର ଏହି ପୂର୍ବାଞ୍ଚଳ ବିଜେତା ଚୟନ କାର୍ଯ୍ୟକ୍ରମରେ ବିଚାରକଭାବେ ବଲିଉଡ ଅଭିନେତ୍ରି ନେହାଧୂପିଆ, ଇଶା ଗୁପ୍ତା ଏବଂ ପୂର୍ବତନ ଭାରତୀୟ ଫଟ୍ବଲ ଖେଳାଳୀ, ବାଇଚୁଙ୍ଗ ଭୁତିଆ ଉପସ୍ଥିତ ଥିଲେ ।


Share It

Comments are closed.