ବିଜେପି ସପକ୍ଷରେ ଶତୃଘ୍ନ ସିହ୍ନା


କେନ୍ଦ୍ରର ମୋଦି ସରକାରଙ୍କ ସାଢେ ଚାରି ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦଳ ଆଜି ପ୍ରଥମ ଥର ପାଇଁ ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବର ସାମନା କରିବ । ଏହାକୁ ନେଇକି ବିଜେପି ସାଂସଦ ଶତୃଘ୍ନ ସିହ୍ନା ଏକ ଟ୍ୱିଟ ମଧ୍ୟ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ବିରୋଧିଙ୍କ ଏହି ଅନସ୍ଥା ପ୍ରସ୍ତାବରେ ବିଚଳିତ ହେବା କୌଣସି ଆବଶ୍ୟକତା ନାହିଁ । ଅନାସ୍ଥା ପ୍ରସ୍ତାବ ସଂଖ୍ୟା କିମ୍ବା ନମ୍ବରର ଖେଳ ନୁହେଁ । ଏହା ହେଉଛି ଗୁଣବତ୍ତାର ଖେଳ । ଏହା ମାନକ, ଯୁକ୍ତି ତର୍କ, ଚର୍ଚ୍ଚା, ବିଚାର ବିମର୍ଶ ଓ ଆତ୍ମସମୀକ୍ଷା ଏବଂ ସବୁଠାରୁ ଉପରେ ସମ୍ବିଧାନିକ ଦଣ୍ଡବିଧି ଓ ଏହାର ଢାଞ୍ଚାର ଖେଳ ଅଟେ ।
ସେ ପୁଣି ଆଉ ଏକ ଟ୍ୱିଟ କରି କହିଛନ୍ତି ଯେ, ବିରୋଧିଙ୍କ ଦ୍ୱାରା ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବରେ ମୁଁ ଏହା ଆଶା ଏବଂ ପ୍ରାର୍ଥନା କରୁଛି ଯେ, ସେମାନେ ଯୁକ୍ତି ତର୍କ କରିବା ସମୟରେ ନିଜ ସାମୀ ଯେପରି ପାର ନକରନ୍ତି । ସେ କହିଛନ୍ତି ଯେ କେହି ବି ଯେପରି ପପୁ ଏବଂ ଫେକୁ ଚିନ୍ତାଧାରାକୁ ବ୍ୟବହାର କରିବା ଉଚିତ ନୁହେଁ ।
ଶତୃଘ୍ନ ପୁଣି ତାଙ୍କ ତୃତୀୟ ଟ୍ୱିଟ କରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପାର୍ଟି ମୋତେ ଛାଡି ନାହିଁ କି ମୁଁ ବି ପାର୍ଟିକୁ ଛାଡି ନାହିଁ । ସେଥିପାଇଁ ଜଣେ ସଚ୍ଚୋଟ ସୈନିକ ରୂପେ ମୁଁ ବିଜେପିକୁ ସମର୍ଥନ ଦେବା ଉଚିତ । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୨୦୧୯ରେ ଯାହା ହେବ, ତାହା ଆଗକୁ କେବେ ବି ପୁନରାବୃତ୍ତି ହେବ ନାହିଁ ।

ପ୍ରକାଶ ଥାଉ କି ସବୁବେଳେ ଦଳ ବିରୋଧି ମନ୍ତବ୍ୟ ଦେଉଥିବା ବିଜେପି ସାଂସଦ ଶତୃଘ୍ନ ସିହ୍ନା ବର୍ତ୍ତମାନ ବିରୋଧିଙ୍କ ଦ୍ୱାରା ଆଗତ ହୋଇଥିବା ଅନସ୍ଥା ପ୍ରସ୍ତାବରେ ବିଜେପିକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି ।


Share It

Comments are closed.