ହୃଦଘାତର ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ସାତୋଟି ଟିପ୍ସ


ଭାରତରେ ଷ୍ଟ୍ରୋକ ଏବଂ ହୃଦ ଜନିତ ରୋଗୀଙ୍କ ସଂଖ୍ୟାରେ ଏକ ଅଭୁତପୂର୍ବ ବୃଦ୍ଧି ପରିଲକ୍ଷିତ ହୋ୍ଇଆସୁଛି ,ଲାନସେଣ୍ଟ ୨୦୧୮ର ରିପୋର୍ଟ ଅନୁଯାୟୀ ୧୯୯୦ ରୁ ୨୦୧୬ ମସିହା ମଧ୍ୟରେ ଏହି ଗଣନା ୫୦% ଅଧିକ ହୋଇଯାଇଛି । ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଆଧୁନିକ ନଗରଗୁଡ଼ିକ ତୁଳନାରେ ଗ୍ରାମୀଣ ଭାରତରେ ହୃଦଜନିତ ରୋଗର ଆଶଙ୍କା ଅଧିକ ରହିଥାଏ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସ୍ୱାସ୍ଥ୍ୟ ଅଭିଜ୍ଞକଙ୍କ ସହାୟତାରେ ଭାରତର ରେଜିଷ୍ଟାର ଜେନେରାଲଙ୍କ ଦ୍ୱାରା ଆରମ୍ଭ ହୋଇଥିବା “ଦ ମିଲିୟନ ଡେଥ ଷ୍ଟଡି”(ଅଗଷ୍ଟ ୨୦୧୮) । ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ହୃଦଜନିତ ଅସୁସ୍ଥତା ଯୋଗୁଁ ୨୦୧୫ ମସିହାରେ ଭାରତରେ ୨.୧ ଲକ୍ଷରୁ ଅଧିକ ମୃତ୍ୟୁ ପରିଲକ୍ଷିତ ହୋଇଛିା
ଓଡ଼ିଶା ଅର୍ଥନୀତି ସର୍ବେକ୍ଷଣ ଅନୁଯାୟୀ , ପ୍ରତ୍ୟେକ ବର୍ଷ କେବଳ ଓଡ଼ିଶାରେ କାର୍ଡିଓଭାସ୍କୁଲାର ଜନିତ ମୃତ୍ୟୁ ସଂଖ୍ୟା ୨୫,୦୦୦ରୁ ଅଧିକ ରହିଛି । ଓଡ଼ିଶାରେ ହୃଦଘାତ ଜନିତ ଘଟଣାର ସମାନ ପରିମାଣର ବୃଦ୍ଧି କମ୍ ବୟସ୍କ ମହିଳା ଏବଂ ପୁରୁଷ ମାନଙ୍କଠାରେ ଅପେକ୍ଷାକୃତ ଅଧିକ ପରିଲକ୍ଷିତ ହେବାରେ ଲାଗିଛି ଯେଉଁମାନଙ୍କୁ ପୂର୍ବରୁ ଏହି ଅବସ୍ଥାର ବିପଦ କୋଠରୀ ବର୍ହିଭୁତ ଭାବେ ଗ୍ରହଣ କରାଯାଉଥିଲା । ନିଜର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅସଚେତନ ହେତୁ ଅନେକ ଲୋକ ହୃଦଘାତରେ ଆକ୍ରାନ୍ତ ହୋଇଥାନ୍ତି ।
ଅଭିଜ୍ଞକମାନେ ବିଶ୍ୱାସ କରନ୍ତି ଯେ ନିଜର ଉତ୍ତମ ଯତ୍ନ ଏବଂ ହୃଦୟକୁ ସୁସ୍ଥ ରଖିପାରିଲେ ଏହି ଦୃଶ୍ୟଲେଖକୁ ବଦଳାଯାଇପାରିବ । ନିମ୍ନରେ କେତେକ ସାଧାରଣ ଜୀବନଶୈଳୀ ଟିପ୍ସ ଦିଆଗଲା ଯାହା କି ହୃଦରୋଗ ଗୁଡ଼ିକର ଦୂରୀକରଣ ଏବଂ ଉତ୍ତମ ପରିଚାଳନାରେ ସାହାଯ୍ୟ କରିଥାଏ ।
୧. ଧୂମ୍ରପାନର ପରିତ୍ୟାଗ
ଯଦି ଆପଣ ଧୂମ୍ରପାନ କରନ୍ତିନାହିଁ ତେବେ ତାହା ଉପଯୁକ୍ତ । ଯଦି କରନ୍ତି ତେବେ ତ୍ୟାଗ କରନ୍ତୁ । ଯଦି ଆପଣଙ୍କର ଘରର ଏବଂ କର୍ମସ୍ଥଳୀରେ କେହି ଧୂମ୍ରପାନ କରୁଥାନ୍ତି ତେବେ ତାହା ତ୍ୟାଗ କରିବା ପାଇଁ ତାଙ୍କୁ ଉତ୍ସାହିତ କରନ୍ତୁ । ଧୂମ୍ରପାନ ତ୍ୟାଗ କରିବା କଷ୍ଟସାଧ୍ୟ ହୋଇପାରେ କିନ୍ତୁ ତାଠାରୁ ଅଧିକ ଯନ୍ତ୍ରଣାଦାୟକ ହେଉଛି ଯେତେବେଳେ ଆପଣ ହୃଦଘାତରେ ଆକ୍ରାନ୍ତ ହୋଇଥାନ୍ତି ଓ ଆରୋଗ୍ୟଲାଭ କରିଥାନ୍ତି କିମ୍ବା ଅଭ୍ୟାସଗତ ହୃଦରୋଗ ନେଇ ବଞ୍ଚିବାକୁ ହୋଇଥାଏ ।
୨. ଏକ ସୁସ୍ଥ ଡାଏଟର ଆରମ୍ଭ
ଏପରି ଏକ ପୋଷକଯୁକ୍ତ ଡାଏଟର ଯୋଜନା କରନ୍ତୁ ଯେପରି ତାହା ଭିଟାମିନ, ମିନେରାଲ,ଫାଇବର ଏବଂ ଅନ୍ୟାନ୍ୟ ପୋଷଣରେ ଭରପୂର ହୋଇଥିବ କିନ୍ତୁ ଅଧିକ କ୍ୟାଲୋରୀ ଯୁକ୍ତ ପୋଷଣ ବିହୀନ ଖାଦ୍ୟରେ କମ ହୋଇଥିବ । ଡାଏଟଟି ପନିପରିବା,ଫଳ,ଗହମ ସହିତ କମ ଫ୍ୟାଟ ଯୁକ୍ତ ଉପାଦାନ, ଖାଦ୍ୟପାଇଁ ବ୍ୟବହୃତ କୁକୁଡ଼ା,ମାଛ,ଛୁଇଁ ବା ଶିମ୍ବଜାତୀୟ ଖାଦ୍ୟ ଏବଂ ନଟ ଆଦିର ସେବନ ଏବଂ ମିଠା,ଚିନି ମିଠା ଯୁକ୍ତ ପେୟ ଓ ନାଲି ମାଂସର କମ ସେବନ ଉପରେ ଗୁରୁତ୍ୱ ଦେବା ଉଚିତ ।

୩.କୋଲେଷ୍ଟ୍ରଲର ନିୟନ୍ତ୍ରଣ
ଆପଣଙ୍କ ଧମନୀରେ ଫ୍ୟାଟର ଜମାହେବା ହୃଦଘାତର ଆଶଙ୍କା ବଢାଇଥାଏ । ପରିତୃପ୍ତ ଓ ଟ୍ରାନ୍ସଫ୍ୟାଟ, କୋଲେଷ୍ଟ୍ରଲ ଆଦିର ସେବନକୁ କମାନ୍ତୁ ଏବଂ ଆପଣଙ୍କ ଶାରିରୀକ କାର୍ଯ୍ୟକଳାପର ବୃଦ୍ଧି କରାନ୍ତୁ । ଏକ ଡାଏଟ ଏବଂ ବ୍ୟାୟାମ ସତ୍ତେ୍ୱ ଯଦି ଆପଣଙ୍କର କୋଲେଷ୍ଟ୍ରଲ ଲେବଲ ସାଧାଣଣ ସ୍ତରରେ ରହୁନାହିଁ ତେବେ ଜଣେ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତୁ ।
୪. ଶାରିରୀକ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତୁ
ଆପଣଙ୍କ ରକ୍ତଚାପ,କୋଲେଷ୍ଟ୍ରଲ ଓ ଓଜନକୁ ସୁସ୍ଥ ସ୍ତରରେ ରଖିବାକୁ ହେଲେ ପ୍ରତି ସପ୍ତାହରେ ଅତି କମରେ ୧୫୦ ମିନିଟର ମଧ୍ୟମ ଧରଣର କାର୍ଯ୍ୟକଳାପର ଲକ୍ଷ ରଖନ୍ତୁ । ଏପରିକି ପ୍ରତିଦିନର ଅଳ୍ପକିଛି ସମୟ ମଧ୍ୟ ଏକସୁସ୍ଥ ଜୀବନଶୈଳୀ ରେ ପରିଣତ ହେବ ।
୫.ଆପଣଙ୍କ ରକ୍ତଚାପକୁ କମାନ୍ତୁ
ଏକ ଅନୁକୂଳତମ ରକ୍ତଚାପର ପଠନ ୧୨୦/୮୦ ଏମଏମ/ଏଚଜିରୁ କମ ରହିଥାଏ । ଯଦି ଏହା ଅଧିକ ହୋଇଥାଏ ତେବେ ଆପଣଙ୍କର ହୃଦଘାତ ଓ ଅଭ୍ୟାସଗତ ହୃଦରୋଗର ଆଶଙ୍କା ବଢ଼ିଯାଏ । ଚିନ୍ତାର ପରିଚାଳନା,ସୁସ୍ଥ ଡାଏଟ ଏବଂ ନିୟମିତ ବ୍ୟାୟାମ ଆପଣଙ୍କର ରକ୍ତଚାପ ସ୍ତରକୁ ସଠିକ୍ ଭାବରେ ପରିଚାଳନା କରିଥାଏ ।
୬.ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରନ୍ତୁ
ଉତ୍ତମ ପୋଷଣ, କ୍ୟାଲୋରୀ ନେବାରେ ନିୟନ୍ତ୍ରଣ ଏବଂ ଶାରିରୀକ କାର୍ଯ୍ୟକଳାପ ଭଳି ଅଳ୍ପକିଛି ଉପାୟ ମାଧ୍ୟମରେ ଏକ ସୁସ୍ଥଓଜନର ପରିଚାଳନା କରାଯାଇପାରିବ । ମୋଟାପଣ ଆପଣଙ୍କଠାରେ କୋଲେଷ୍ଟ୍ରଲ ଓ ରକ୍ତଚାପର ଆଶଙ୍କା ବୃଦ୍ଧିର ମୁଖ୍ୟ ଯାହାକି କାର୍ଡିଓଭାସ୍କୁଲାର ଭଳି ରୋଗର ଆଶଙ୍କା ବଢ଼ାଇବାର କାରଣ ହୋଇଥାଏ ।
୭.ମାଦକ ଦ୍ରବ୍ୟର କମ ସେବନ
ମାତ୍ରାଧିକ ମାଦକଦ୍ରବ୍ୟର ସେବନ ରକ୍ତଚାପ, ହୃଦମାଂସପେଶୀ ଜନିତ ରୋଗ ,କ୍ୟାନ୍ସର ଏବଂ ଅନ୍ୟାନ୍ୟ ରୋଗଗୁଡ଼ିକର ବୃଦ୍ଧିରେ ସହାୟକ ହୋଇଥାଏ । ଏହା ଉଚ୍ଚ ଟ୍ରାଇଗ୍ଲିସରାଇଡସ ରେ ଯୋଗଦାନ କରିପାରେ ଯାହାକି ମୋଟାପଣର ପାଇଁ ଦାୟୀ ହୋଇଥାଏ ଏବଂ ଅନୀୟମିତ ହୃଦସ୍ପନ୍ଦନର ଉତ୍ପନ୍ନ କରେ । ଯଦି ଆପଣ ପିଉଛନ୍ତି ତେବେ ପ୍ରତିଦିନ ଗୋଟିଏ ପାନୀୟରୁ ଅଧିକ ମାଦକଦ୍ରବ୍ୟର ସେବନ କରନ୍ତୁ ନାହିଁ ।


Share It

Comments are closed.