ଜେଲ ଗଲେ ବରିଷ୍ଠ ବି.ଜେ.ପି ନେତା ଜୟନାରଣ ମିଶ୍ର


ସମ୍ବଲପୁର – ବିଜେପୁର ଉପନିର୍ବାଚନ ପରେ ଘଟିଥିବା ଗୁଳିକାଣ୍ଡର ପରଦାଫାର୍ଶ ହୋଇଛି । ଏଥିରେ ଜୟ ନାରାୟଣ ମିଶ୍ର ମୁଖ୍ୟ ଦୋଷୀ ସାବ୍ୟସ୍ତ ହେବା ପରେ । ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ତାଙ୍କ ସହ ଶିବ କୁମାର ଦିୱାନ ନାମକ ଜଣେ ଯୁବକକୁ ମଧ୍ୟ ପୋଲିସ ଆସାମି ରୂପେ ଜେଲ ପାଠାଇଛି । ବିଜେପୁର ଉପନିର୍ବାଚନ ପରେ ସୋହେଲର ବନବିର ଆଶ୍ରମ ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଏବଂ ତାଙ୍କ ସହେଯାଗୀ ଉପରେ ହୋଇଥିବା ଆକ୍ରମଣର ଆଜି ପୋଲିସ ପର୍ଦାଫାର୍ଶ କରି ଉଭୟଙ୍କୁ ଆଜି ପୋଲିସ ଜେଲ ପଠାଇଛି । ଏହି ଆକ୍ରମଣ ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂହ ଗୁରୁତ୍ୱର ଆହତ ହୋଇଥିବା ବି.ଜେ.ଡି ଜଣେ ଆଗୁଆ ଧାଡିର କର୍ମୀ ଦିଲେଶ୍ୱର ସାହୁ ମୃତ୍ୟୁ ବରଣ କରିଥିଲେ । ଏହି ମାମଲାରେ ପୋଲିସ ପୂର୍ବରୁ ୬ ଜଣଙ୍କୁ ଗୁରଫ କରି ଜଣନାରୟଣଙ୍କୁ ଖୋଜୁଥିଲା । ତେବେ ଜୟନାରୟଣ ସେବେ ଠାରୁ ପୋଲିସ ପାଇଁ ଅପହଞ୍ଚ ଥିଲେ । ବିଧୁବାର ତାଙ୍କୁ ଗିରଫ କରାଯାଇ ସୋହେଲା ଥାନାକୁ ନେଆଯାଇ ଜେରା କରାଯିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା


Share It

Comments are closed.