ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଡାଇମଣ୍ଡ୍ ମେଳା ଅଫର

Share It

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରର ଅଗ୍ରଣୀ ଗହଣା ନିର୍ମାତା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଏହାର ମୂଲ୍ୟବାନ ଗ୍ରାହକମାନଙ୍କ ପାଇଁ ଡାଇମଣ୍ଡ ମେଳାର ଶୁଭାରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ଅଫରରେ ଗ୍ରାହକମାନେ ବିଭିନ୍ନ ଗହଣା ଗହଣା ଯଥା ହୀରା, ସୁନା, ପ୍ଲାଟିନମ୍‌, ଷ୍ଟଡେଡ୍ ପ୍ଲାଟିନମ୍‌, ରୁପା, ଜେମ୍‌ଷ୍ଟୋନ୍‌, ଗସିପ୍ ଗହଣା ଉପରେ ଆକର୍ଷଣରୟ ରିହାତି ସହିତ ଅତିରିକ୍ତ ସୁବିଧା ପାଇପାରିବେ ।
ଡାଇମଣ୍ଡ୍ ମେଳାରେ ବହୁ ପ୍ରକାର ଚମତ୍କାର ଅଫର ରହିଛି, ଯେଉଁଥିରେ ସାମିଲ ରହିଛି ହୀରା ଗହଣା ଉପରେ ମାତ୍ର ୧ ଟଙ୍କାର ଗଢ଼ା ମୂଲ୍ୟ ଏବଂ ପୁରୁଣା ହୀରା ଗହଣା ବଦଳ ବେଳେ ମାତ୍ର ୫% ମୂଲ୍ୟ ଛାଡ଼ । ଗ୍ରାହକମାନେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି, ପ୍ଲାଟିନମ୍ ଗହଣା ଗଢ଼ା ମୂଲ୍ୟ ଉପରେ ୧୫ ପ୍ରତିିଶତ ପର୍ଯ୍ୟନ୍ତ ରିହାତି, ରୁପା ଓ ଗସିପ୍ ଗହଣା ଗଢ଼ା ମୂଲ୍ୟ ଉପରେ ୧୦ ପ୍ରତିିଶତ ରିହାତି ଏବଂ ଜେମ୍‌ଷ୍ଟୋନ୍ ଉପରେ ୧୦ ପ୍ରତିିଶତ ରିହାତି ପାଇପାରିବେ ।
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦ୍ଦେଶକ ଏବଂ ମାର୍କେଟିଂ ଓ ଡିଜାଇନ୍ ମୁଖ୍ୟ ଶ୍ରୀମତୀ ଜୋଇତା ସେନ୍ କହିଛନ୍ତି ଯେ, “ଆମେ ବୁଝିଛୁ ଯେ ଗହଣା କେବଳ ଏକ ଆସେସୋରିଜଠାରୁ ବହୁ କିଛି । ଏହା ହେଉଛି ଜଣଙ୍କ ବ୍ୟକ୍ତିତ୍ୱର ପ୍ରତିଫଳନ । ସେଥିପାଇ ଆମେ ଡାଇମଣ୍ଡ ମେଳା ଅଫର ଉପସ୍ଥାପନ କରିଥିବାରୁ ରୋମାଂଚିତ ଯାହାକୁ ସମସ୍ତଙ୍କ ପାଖରେ ଆକର୍ଷଣୀୟ ହୀରା ଗହଣା ପହଂଚାଇବା ଲାଗି ପ୍ରସ୍ତୁତ କରାଯାଇଛି ।”
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଏହାର ଆକର୍ଷଣୀୟ ହାତତିଆରି ହୀରା ଗହଣା ପାଇଁ ପରିଚିତ ଯାହାକୁ ଭାରତୀୟ ସଂସ୍କୃତି ଓ ଐତିହ୍ୟରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି । କଂପାନି ପକ୍ଷରୁ ସୁନା, ହୀରା, ରୁପା, ପ୍ଲାଟିନମ, ମୂଲ୍ୟବାନ ଓ ସେମି ପ୍ରିସିୟସ୍ ଷ୍ଟୋନ୍‌ର ବ୍ୟାପକ ଗହଣା ସମ୍ଭାର ପ୍ରଦାନ କରାଯାଉଛି । ଏଭରଲାଇଟ୍‌, ଗସିପ୍‌, ଡି’ସାଇନିଆ ଭଳି ସମ୍ଭାର ଏଥିରେ ସାମିଲ ରହିଛି । ପୁରୁଷଙ୍କ ପାଇଁ ଅହମ୍ ଓ ବିବାହ ଭଳି ବିବାହ ସମ୍ଭାର ରହିଛି ।
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ସୋ’ରୁମ୍ ଓ ଅନଲାଇନ୍‌ରେ ଅକ୍ଟୋବର ୨ ପର୍ଯ୍ୟନ୍ତ ଗ୍ରାହକମାନେ ଡାଇମଣ୍ଡ ମେଳା ଅଫରର ଲାଭ ଉଠାଇପାରିବେ ।


Share It

Comments are closed.