ସେଲ୍ଫି ଭିଡିଓ ସୂଚାଇବ ଆପଣଙ୍କ ବ୍ଲଡପ୍ରେସର ସ୍ତର

ଆପଣଙ୍କ ସେଲଫି ବ୍ଲଡପ୍ରେସର ସମ୍ବନ୍ଧରେ ଧାରଣା ଦେବ


ଏପର୍ଯ୍ୟନ୍ତ ଆପଣ କେବଳ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ସେଲଫି ନେଉଥିଲେ, କିନ୍ତୁ ବହୁତ ଶୀଘ୍ର ହିଁ ଆପଣଙ୍କ ସେଲଫି ବ୍ଲଡପ୍ରେସର ସମ୍ବନ୍ଧରେ ଧାରଣା ଦେବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । କାନାଡ଼ାର ଟୋରାଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଦାବାକର କହିିଛନ୍ତି ଯେ ସେଲଫି ଭିଡିଓ ଦ୍ୱାରା ବ୍ଲଡ ପ୍ରେସର ବିଷୟରେ ଜାଣିହେବ ।
ବୈଜ୍ଞାନିକଙ୍କ ମତାନୁସାରେ ଏହାକୁ ଚୀନ୍ ଏବଂ କାନାଡ଼ାର ୧,୩୨୮ ଲୋକଙ୍କ ଉପରେ ଗବେଷଣା କରାଯାଇଥିବା ବେଳେ ସେଥିରୁ ୯୬% ସଠିକ ଫଳାଫଳ ମିଳିଥିଲା । ପରୀକ୍ଷଣ ସମୟରେ ତିନି ପ୍ରକାରର ବ୍ଲଡ ପ୍ରେସର ମାପିବାରେ ସଫଳତା ମିଳିଥିଲା । ବୈଜ୍ଞାନିକମାନେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଙ୍ଗ କୌଶଳର ବିକାଶ କରିଛନ୍ତି ଯାହାଦ୍ୱାରା ଚେହେରାର ଚର୍ମରୁ ବ୍ଲଡପ୍ରେସର ବିଷୟରେ ଜାଣିହେବ । ରିସର୍ଚ ସମୟରେ ୨ ମିନିଟର ସେଲ୍ଫି ଭିଡିଓର ବ୍ୟବହାର କରାଯାଇଥିଲା ।
ଏହା କିପରି କାମ କରିଥାଏ :-
ଯେବେବି ଆପଣ ଏକ ସେଲଫି ଭିଡିଓ କରନ୍ତି ମୋବାଇଲ କ୍ୟାମେରାରେ ଲାଗିଥିବା ଅପ୍ଟିକାଲ ସେନ୍ସର ଚେହେରାରେ ପଡ଼ୁଥିବା ଲାଲ୍ କିରଣକୁ ରେକର୍ଡ କରିନିଏ । ଏହି ଳାଲ କିରଣ ଚର୍ମତଳେ ଥିବା ହେମୋଗ୍ଲୋବିନ କାରଣରୁ ରିଫ୍ଲେ୍ଟ ହୋଇଥାଏ ଏବଂ ଏହା କାରଣରୁ ଶରୀରରେ ବ୍ଲଡ ପ୍ରେସରର ସ୍ତର ବିଷୟରେ ଜାଣିହେବ । ଏଥିପାଇଁ ନ୍ୟୁରୋଲୋଜିକ ନାମକ ଏକ କମ୍ପାନୀ ଏନୁରା ଆପ ମଧ୍ୟ ଲଞ୍ଚ କରିଛି ଯାହା ୩୦ ମିନିଟର ସେଲଫି ଭିଡିଓ ଦ୍ୱାରା ହୃଦ ଏବଂ ଚିନ୍ତାର ସ୍ତର ସମ୍ବନ୍ଧୀୟ ସୂଚନା ଦେଇଥାଏ । ଏହି ଆପକୁ ଅତି ଶୀଘ୍ର ବ୍ଲଡପ୍ରେସର ମାପିବା ପାଇଁ ବ୍ୟବହାର କରାଯିବ ।


Share It

Comments are closed.