ରାଜ୍ୟସଭାରେ ପାସ ହେଲା ଏସପିଜି ସଂଶୋଧନ ବିଲ


ରାଜ୍ୟସଭାରେ ମଙ୍ଗଳବାର ଦିନ ଏସପିଜି ସଂଶୋଧନ ବିଲ ପାସ ହୋଇଯାଇଛି । ଯୁକ୍ତିତର୍କ ସମୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ‘ଆମେ ପରିବାରକୁ ନୁହେଁ ବରଂ ପରିବାରବାଦକୁ ବିରୋଧ କରୁଛୁ । ’ ସେ କହିଛନ୍ତି ଯେ, ‘କେବେବି ସିକ୍ୟୁରିଟି ଷ୍ଟାସସ ସିମ୍ବଲ ହୋଇପାରିବ ନାହିଁ । ଏସପିଜିର ନୂଆ ବିଲ ଦ୍ୱାରା ସବୁଠାରୁ ଅଧିକ କ୍ଷତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପହଞ୍ଚିବ । ’
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଦେଶରେ ଚନ୍ଦ୍ର ଶେଖର, ଭି.ପି ସିଂହ, ନରସିଂହ୍ମା ରାଓ, ଗୁଜରାଲ ଜୀ ଏବଂ ମନମୋହନ ସିଂହଙ୍କ ସୁରକ୍ଷାକୁ ବଦଳାଇ ଯେତେବେଳେ ଜେଡ ସିକ୍ୟୁରିଟି ପ୍ରଦାନ କରାଯାଇଥିଲା ସେତେବେଳେ କେହିବି ନିଜର ଅସନ୍ତୁଷ୍ଟ ଜାହିର କରିନଥିଲେ ।”


Share It

Comments are closed.