ସାମସଙ୍ଗ ଗାଲାକ୍ସି ଏସ୍୯ ମାତ୍ର ୯,୯୦୦ ଟଙ୍କାରେ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ୍ ତା’ର ଅନ୍ଲାଇନ୍ ଷ୍ଟୋର୍ www.airtel.in ରେ ବ୍ୟୟସାପେକ୍ଷ ମୂଲ୍ୟରେ ସାମସଙ୍ଗ ଗାଲାକ୍ସି ଏସ୍୯ ଏବଂ ଏସ୍୯ପ୍ଲସ୍ର ଶୁଭାରମ୍ଭ କରିଛି । ଏହାର ଅନ୍ଲାଇନ୍ ଷ୍ଟୋର୍ରେ ଉଭୟ ସାମସଙ୍ଗ ଗାଲାକ୍ସି ଏସ୍୯ (୬୪ ଜିବି ଭାରିଆଣ୍ଟ୍) ଓ ଏସ୍୯ପ୍ଲସ୍ (୬୪ ଜିବି ଭାରିଆଣ୍ଟ୍) ମାତ୍ର ୯,୯୦୦ ଟଙ୍କା ଡାଉନ୍ ପେମେଣ୍ଟ୍ ସହ ଉପଲବ୍ଧ । ଏସ୍ ୯ କ୍ରୟରେ ଗ୍ରାହକ ମାନଙ୍କୁ ୨୪ ମାସ ପାଇଁ ମାସିକ ୨,୪୯୯ ଟଙ୍କା ଓ ଏସ୍ ୯ ପ୍ଲସ୍ ପାଇଁ ମାସିକ ୨,୭୯୯ ଟଙ୍କାର କିସ୍ତି ଦେବାକୁ ପଡ଼ିବ । ଉଭୟ ଫୋନ୍ର ମାସିକ କିସ୍ତିରେ ବିଲ୍ଟ ଇନ୍ ପୋଷ୍ଟ ପେଡ଼୍ ପ୍ଲାନ୍ ସହିତ ଗ୍ରାହକମାନେ ୮୦ଜିବି ଡାଟା (ଉୟିଥ୍ ରୋଲଓଭର) ଏବଂ ଅନଲିମିଟେଡ଼୍ କଲ୍ ସୁବିଧା ପାଇପାରିବେ । ଏହା ବ୍ୟତିତ ଗ୍ରାହକମାନେ ୧ ବର୍ଷ ପାଇଁ ଆମାଜନ୍ ପ୍ରାଇମ୍ ମେମ୍ବର୍ସିପ୍, ଏୟାର୍ଟେଲ୍ ସିକିୟୋର୍, ଏୟାର୍ଟେଲ୍ ଟିଭି, ୱିଙ୍କ୍ ମ୍ୟୁଜିକ୍ର ସୁବିଧା ମଧ୍ୟ ପାଇପାରିବେ ।


Share It

Comments are closed.