ସାମସଙ୍ଗର ବିଗ୍ ସ୍କ୍ରିନ୍ ଟିଭି ଉପରେ ଆକର୍ଷଣୀୟ ଅଫର୍‌


ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଦେଶବ୍ୟାପୀ ସମସ୍ତ ଅଗ୍ରଣୀ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ରିଟେଲର୍‌ରେ ଏହାର ୫୫ ଇଂଚ୍ ଓ ଏହାଠାରୁ ବଡ ପ୍ରିମିୟମ ରେଞ୍ଜର ଟିଭିଗୁଡିକ ଉପରେ ଆକର୍ଷଣୀୟ ସାମ୍‌ସଙ୍ଗ ବିଗ୍ ଟିଭି ଅଫର୍‌ର ଘୋଷଣା କରାଯାଇଛି । ସାମ୍‌ସଙ୍ଗ ବିଗ୍ ଟିଭି ଡେଜ୍ ସମୟର ଅଫର୍ ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଉପଭୋକ୍ତାମାନେ ୫୫ ଇଂଚ୍‌, ୬୫ ଇଂଚ୍‌, ୭୫ ଇଂଚ୍‌, ୮୨ ଇଂଚ୍ ଓ ୮୫ ଇଂଚ୍‌ର କ୍ୟୁଏଲ୍‌ଇଡି ଟିଭି, କ୍ରିଷ୍ଟାଲ ୪କେ ୟୁଏଚ୍‌ଡି, କ୍ୟୁଏଲ୍‌ଇଡି ୮କେ ଟିଭି ଭଳି ବଡ ସ୍କ୍ରିନ୍‌ର ସାମ୍‌ସଙ୍ଗ ଟିଭିଗୁଡିକର କ୍ରୟ ଉପରେ ନିଶ୍ଚିତ ଲାଭ ସହିତ ସ୍ୱତନ୍ତ୍ର ଅଫର୍ ପାଇପାରିବେ । ଏଥିସହିତ ଉପଭୋକ୍ତାମାନେ ୧୯୯୦ ଟଙ୍କାର ସର୍ବନିମ୍ନ ଇଏମ୍‌ଆଇ ସୁବିଧା ସହିତ ୨୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଓ ଏକ୍ସଟେଣ୍ଡେଡ୍ ୱାରେଂଟି ଅଫର୍ ମଧ୍ୟ ପାଇପାରିବେ ।
ଏହି ଅବଧି ସମୟରେ ଉପଭୋକ୍ତାମାନେ ୬୫ ଇଂଚ୍‌ର କ୍ୟୁଏଲ୍‌ଇଡି ଟିଭି ଓ ୭୫ ଇଂଚ୍‌ର କ୍ରିଷ୍ଟାଲ ୪କେ ୟୁଏଚ୍‌ଡି ଟିଭି ସହିତ ୨୨,୯୯୯ ଟଙ୍କା ମୂଲ୍ୟର ଏକ ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ୫୧ ସ୍ମାର୍ଟଫୋନ୍ ପାଇବେ । ଏଥିସହିତ ସେମାନେ କ୍ୟୁଏଲ୍‌ଇଡି ଟିଭିର ୫୫ ଇଂଚ୍ ମଡେଲ ଓ ୬୫ ଇଂଚ୍ କ୍ରିଷ୍ଟାଲ ୪କେ ୟୁଏଚ୍‌ଡି ଟିଭି ସହିତ ୧୮,୯୯୯ ଟଙ୍କା ମୂଲ୍ୟର ଏକ ଗ୍ୟାଲାକ୍ସି ଏ୩୧ ସ୍ମାର୍ଟଫୋନ୍ ପାଇପାରିବେ । ଗ୍ରାହକମାନେ ୭୫ ଇଂଚ୍‌, ୮୨ ଇଂଚ୍ କ୍ୟୁଏଲ୍‌ଇଡି ଟିଭିର ବଛା ବଛା ମଡେଲ କ୍ରୟ କରି ୪୮,୯୯୦ ଟଙ୍କା ମୂଲ୍ୟର ଏଚ୍‌ଡବ୍ଲ୍ୟୁ-କ୍ୟୁ୮୦୦ଟି ସାଉଣ୍ଡବାର କିମ୍ବା ୯୯,୯୯୦ ଟଙ୍କା ମୂଲ୍ୟର ଏଚ୍‌ଡବ୍ଲ୍ୟୁ-କ୍ୟୁ୯୦୦ଟି ସାଉଣ୍ଡବାର ପାଇପାରିବେ । ସାମ୍‌ସଙ୍ଗ କ୍ୟୁଏଲ୍‌ଇଡି ଟିଭି ଏକ ୧୦ ବର୍ଷର ନୋ ସ୍କ୍ରିନ୍ ବର୍ଣ୍ଣ-ଇନ୍ ୱାରେଂଟି, ଏକ ବର୍ଷର ବ୍ୟାପକ ୱାରେଂଟି ଓ ପ୍ୟାନେଲ ଉପରେ ଏକ ବର୍ଷର ଅତିରିକ୍ତ ୱାରେଂଟି ସହିତ ଆସୁଛି ।
ଏ ସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆ, କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ବିଜ୍‌ନେସର ବରିଷ୍ଠ ଉପାଧ୍ୟକ୍ଷ ରାଜୁ ପୁଲନ କହିଛନ୍ତି ଯେ, “୨୦୨୦ରେ ପ୍ରମୁଖ ସହର ସହିତ ଛୋଟ ସହର ଓ ଗ୍ରାମାଂଚଳ ବଜାରଗୁଡିକରେ ମଧ୍ୟ ୫୫ ଇଂଚ୍‌ଠାରୁ ଅଧିକ ବଡ ସ୍କ୍ରିନ୍‌ର ସ୍ମାର୍ଟ ଟିଭି ପାଇଁ ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହି ‘ବିଗ୍ ଟିଭି ଡେଜ୍‌’ ପ୍ରମୋସନ ଉନ୍ନତ ଉପଭୋକ୍ତା ଅଫରିଙ୍ଗ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।”


Share It

Comments are closed.