ଏୟାରଟେଲ ଗ୍ରାହକ ମାନେ ଆଗୁଆ ପାଇବେ ବିଗ୍‌ବଜାରର “ସବସେ ଶସ୍ତେ ୫ ଦିନ” ଅଫର


ଯଦି ଆପଣ ଜଣେ ଏୟାରଟେଲ ଥ୍ୟାଙ୍କସ ଗ୍ରାହକ, ତେବେ ପ୍ରସ୍ତୁତ ହୋଇଯାଆନ୍ତୁ ଭାରତର ସବୁଠାରୁ ବୃହତ ସପିଙ୍ଗ ଉତ୍ସବ ବିଗ ବଜାରର “ସବସେ ଶସ୍ତେ ୫ ଦିନ”କୁ ଉପଭୋଗ କରିବା ପାଇଁ । ଏୟାରଟେଲ ଥ୍ୟାଙ୍କସ କାର୍ଯ୍ୟକ୍ରମର ଅଂଶ ଭାବେ ଗ୍ରାହକମାନଙ୍କୁ ବ୍ୟାପକ ରେଞ୍ଜର ଆକର୍ଷଣୀୟ ଅଫରର ସୁବିଧା ଯୋଗାଇଦେବା ନିମନ୍ତେ ଭାରତୀ ଏୟାରଟେଲ (“ଏୟାରଟେଲ”) ଫ୍ୟୁଚର ଗ୍ରୁପ ସହିତ ସହବନ୍ଧିତା କରିଛି । ଏହି ବିଗ ବଜାର ସବସେ ଶସ୍ତେ ୫ ଦିନ ଚଳିତ ବର୍ଷ ୨୨ ଜାନୁଆରୀ ଠାରୁ ୨୬ ଜାନୁଆରୀ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ଏହି ସହବନ୍ଧିତା ଅଧୀନରେ ସମସ୍ତ ଏୟାରଟେଲ ଥ୍ୟାଙ୍କସ ଗ୍ରାହକମାନେ ଭାରତର ସବୁଠାରୁ ବୃହତ ସପିଙ୍ଗ ଉତ୍ସବ ବିଗ ବଜାର “ସବସେ ଶସ୍ତେ ୫ ଦିନ”ର ଆନୁଷ୍ଠାନିକ ଶୁଭାରମ୍ଭର ଦୁଇଦିନ ପୂର୍ବରୁ ପ୍ରାୟ ନିୟୁତରୁ ଅଧିକ ଷ୍ଟକ କିପିଙ୍ଗ ୟୁନିଟଗୁଡ଼ିକରେ ସମସ୍ତ ଆକର୍ଷଣୀୟ ଅଫରଗୁଡ଼ିକର ପହଞ୍ଚ ଉପଲବ୍ଧି କରିବାରେ ସମର୍ଥ ହେବେ ।
ସାଧାରଣ ଜନତାଙ୍କ ପାଇଁ ଖୋଲିବା ପୂର୍ବରୁ ଏୟାରଟେଲ ଥ୍ୟାଙ୍କସ ଗ୍ରାହକମାନେ ଏହି ସପିଙ୍ଗ ଉତ୍ସବକୁ ଆସନ୍ତା ଜାନୁଆରୀ ୨୦ ଏବଂ ଜାନୁଆରୀ ୨୧ରେ ଉପଭୋଗ କରିବାକୁ ସମର୍ଥ ହେବେ । ଏୟାରଟେଲ ଥ୍ୟାଙ୍କସ ଆପର ଗ୍ରାହକମାନେ ସେମାନଙ୍କ ପସନ୍ଦର ସ୍ଲଟରେ ବୁକିଙ୍ଗ ଦ୍ୱାରା ଫାଷ୍ଟ ବିଲିଙ୍ଗର ପହଞ୍ଚ ସହିତ ଏକ ସହଜ ସପିଙ୍ଗ ଅନୁଭୂତିକୁ ଉପଭୋଗ କରିପାରିବେ । ଏହା ବ୍ୟତୀତ ଗ୍ରାହକମାନେ ଫ୍ୟୁଚର ପେ ଆପ ଡାଉନଲୋଡ଼ କରି ୧୦୦ଟଙ୍କାର କ୍ୟାସବ୍ୟାକ ପାଇପାରିବେ (କେବଳ ପ୍ରଥମ ଥର ଫ୍ୟୁଚର ପେ ଆପ ଡାଉନଲୋଡ଼ ଏବଂ ରେଜିଷ୍ଟ୍ରେସନରେ) ।
ଏହି ଲାଭଗୁଡ଼ିକ ଏୟାରଟେଲର ଦୃଢ଼ ସହବନ୍ଧିତା ଦ୍ୱାରା ସମୃଦ୍ଧ ଯାହାକି ଆମାଜନ ପ୍ରାଇମ, ଜି୫, ଏୟାରଟେଲ ଏକ୍ସଟ୍ରିମ ରୁ ୱିଙ୍କ ମ୍ୟୁଜିକ, ଡିଭାଇସ ବ୍ରାଣ୍ଡ ଏବଂ ଆହୁରି ଅନେକ କିଛି ପ୍ରିମିୟମ କଣ୍ଟେଣ୍ଟ ବ୍ରାଣ୍ଡରୁ ପରିଚାଳିତ । ଏହା ସମ୍ପର୍କରେ ଭାରତୀ ଏୟାରଟେଲ-ଚିଫ ପ୍ରଡକ୍ଟ ଅଫିସର ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ଫ୍ୟୁଚର ଗ୍ରୁପ ସହିତ ସହବନ୍ଧିତା କରି ଏବଂ ପ୍ରତ୍ୟେକଙ୍କ ପୂର୍ବରୁ ଆମର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ସପିଙ୍ଗ ଅନୁଭୂତି ନେଇଆଣି ଆମେ ବେଶ ଆନନ୍ଦିତ ।”


Share It

Comments are closed.