ନାଟକୀୟ ଢଙ୍ଗରେ ଇଂଲଣ୍ଡକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା


ଇଂଲଣ୍ଡ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ଉଭୟ ଦଳ ମଧ୍ୟରେ ଟି-୨୦ ସିରିଜ ବର୍ତ୍ତମାନ ଆରମ୍ଭ ହୋଇ ସାରିଛି । ସିରିଜର ପ୍ରଥମ ମ୍ୟାଚ ବୁଧବାର ଦିନ (୧୨ ଫେବୃଆରୀ) ଇଷ୍ଟ ଲଣ୍ଡନର ବଫାଲୋ ପାର୍କରେ ଖେଳାଯାଇଥିବାବେଳେ, ଏଥିରେ ଦକ୍ଷିଣ ଆଫ୍ରିକା ଖୁବ ନାଟକୀୟ ଢଙ୍ଗରେ ବିଜୟ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକାର ଏହି ବିଜୟ ପଛର ମୁଖ୍ୟ ନାୟକ ଥିଲେ ଲୁଙ୍ଗି ନିଗିଡି । ଶେଷ ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ୭ ରନର ଆବଶ୍ୟକତା ଥିବାବେଳେ ତାଙ୍କ ପାଖରେ ମାତ୍ର ୪ଟି ୱିକେଟ ଥିଲା ।
ଟମ କରଣ ଏବଂ ମୋଇନ ଅଲ୍ଲି ସେହି ସମୟରେ କ୍ରିଜରେ ଉପସ୍ଥିତ ଥିଲେ । ଶେଷ ଗୁରୁତ୍ୱପୂର୍ଣ୍ଣ ଓଭରରେ ଇଂଲଣ୍ଡକୁ ବିଜୟ ପାଇଁ ୭ ରନର ଆବଶ୍ୟକତା ଥିବାବେଳେ ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ‘ଲୁଙ୍ଗି ନିଗିଡି’ ନିଜର ଶ୍ରେଷ୍ଠ ବୋଲଂ ଦ୍ୱାରା ଇଂଲଣ୍ଡକୁ ମାତ୍ର ୫ ରନ ଦେଇ ପରାଜୟର ସ୍ୱାଦ ଚଖାଇଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରି ୨୦ ଓଭରରେ ୧୭୭ ରନ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ୨୦ ଓଭରରେ ୯ଟି ୱିକେଟ ହରାଇ ମାତ୍ର ୧୭୬ ରନ ସଂଗ୍ରହ କରିପାରିଥିଲା ।
ଶେଷ ଓଭରରେ ନିଗିଡି ୫ ରନ ଦେଇ ୨ଟି ୱିକେଟ ସଂଗ୍ରହ କରିଥିବାବେଳେ ଆଉ ଗୋଟିଏ ୱିକେଟ ଇଂଲଣ୍ଡ ରନଆଉଟ ମାଧ୍ୟମରେ ହରାଇଥିଲା । ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ଏହା ତୃତୀୟ ମ୍ୟାଚ ଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା ୧ ରନରେ ବିଜୟ ହାସଲ କରିଥିଲା ।


Share It

Comments are closed.