ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ରୋହିତ


ଭାରତୀୟ ଦଳର ବିସ୍ପୋଟକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି । କାରଣ ରୋହିତ ଶର୍ମା ନିଜେ ଏହି ଖବର ଉପରେ ମୋହର ମାରିଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ ସହ କରିଥିବା ଏକା ସାକ୍ଷାତକାରରେ ରୋହିତ ଏସି କଥାକୁ ନିଜେ ସ୍ୱିକାର କରିଛନ୍ତି । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ କେବେ ବାପା ହେବେ ସେହି ସମୟକୁ ଖୁବ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ରୋହିତ, କ୍ଲାର୍କଙ୍କ ସହ କରିଥିବା ଏକ ସାକ୍ଷତକାରର ଫଟୋ ସୋସିଆଲ ମିଡିଆରେ ନିଜେ ସେୟାର ମଧ୍ୟ କରିଛନ୍ତି । ରୋହିତ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ‘ ମୁଁ କେବେ ବାପା ହେବେ ସେହି ସମୟକୁ ଖୁବ ଉତ୍ସୁକତାର ସହ ଅପେକ୍ଷା କରିଛି କାରଣ ଏହା ମୁହୁର୍ତ୍ତ ଆମ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ।’

ପ୍ରକାଶ ଥାଉକି ରୋହିତ ଏବଂ ରିତିକାଙ୍କ ବିବାହକୁ ୩ ବର୍ଷ ପୂରି ଗଲାଣି । ରୋହିତ ୧୩ ଡିସେମ୍ବର ୨୦୧୫ରେ ରିତିକାଙ୍କୁ ବିବାହ କରିଥିଲେ । ରୋହିତ ଏବଂ ରିତିକାଙ୍କ ପ୍ରଥମ ଦେଖା ୨୦୦୯ ମସିହାରେ ବ୍ରରିୱେଲି ସ୍ପୋର୍ଟସ କ୍ଲବରେ ହୋଇଥିଲା । ରୋହିତ ପ୍ରଥମେ ରିତିକାଙ୍କୁ ବ୍ୟକ୍ତିଗତ ସ୍ପୋର୍ଟସ ମ୍ୟାନେଜର ରୂପେ ନିଯୁକ୍ତି ଦେଇଥିଲେ ।
ପ୍ରକାଶ ଥାଉକି ରିତିକା, ଯୁବରାଜଙ୍କର ରାକ୍ଷୀ ବନ୍ଧା ଭଉଣୀ ମଧ୍ୟ ଅଟନ୍ତି । ଦୀର୍ଘ ୬ ବର୍ଷ ପର୍ଯ୍ୟନ୍ତ ବନ୍ଧୁତ୍ୱରେ ରହିବା ପରେ ରୋହିତ ୩ ଜୁନରେ ରିତିକାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ ।


Share It

Comments are closed.