ଅଷ୍ଟ୍ରେଲିଆକୁ ମାତ ଦେବାରେ ଭାରତ ପାଇଁ ଏକମାତ୍ର ବିକଳ୍ପ ହେଉଛନ୍ତି ରୋହିତ


ଭାରତୀୟ ଦଳ ଏଡିଲେଡ ଟେଷ୍ଟ ସହିତ ଅଷ୍ଟ୍ରେଲିଆ ବିରୋଧରେ ନିଜର ୪ଟି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି । ୬ ଡିସେମ୍ବରରରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜରେ ରୋହିତ ଶର୍ମା ଖେଳିବେ କି ନାହିଁ ତାହାକୁ ନେଇ ବର୍ତ୍ତମାନ ଠାରୁ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି । ଅନେକ ଖେଳ ବିଶ୍ଳେଷଣକାରୀଙ୍କ କହିବା ମୁତାବକ, ରୋହିତ ଏହି ଟେଷ୍ଟ ଖେଳିବା ଦ୍ୱାରା ଭାରତକୁ ଅନେକ ଫାଇଦା ମିଳିପାରିବ ବୋଲି କହିଛନ୍ତି ।
ପ୍ରକାଶ ଥାଉକି, ଭାରତ ଏହି ସିରିଜରେ ବିଜୟ ହାସଲ କରିବା ପାଇଁ ନିଶ୍ଟିତ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ । ଯେଉଁଥିପାଇଁ ଭାରତ ପୂର୍ବରୁ କରିଥିବା କୌଣସି ବି ଭୁଲକୁ ପୁଣିଥରେ ଦୋହରାଇବା ନାହିଁ ବୋଲି ଆଶା କରାଯାଉଛି । ତେବେ ରୋହିତଙ୍କୁ ଏହି ମ୍ୟାଚ ଖେଳାଇବା ଦ୍ୱାରା ଭାରତକୁ କ’ଣ କ’ଣ ଫାଇଦା ମିଳିପାରିବ ଆସନ୍ତୁ ଜାଣିବା ?
ବିଶ୍ଳେଷଣକାରୀଙ୍କ କହିବା ମୁତାବକ, ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବା ସମୟରେ ଯେଉଁପରି ଭାବରେ ଦଳର ମିଡିଲ ଅର୍ଡର ବିଫଳ ସାବ୍ୟସ୍ତ ହୋଇଥିଲେ ସେଥିପାଇଁ ବର୍ତ୍ତମାନ ଟିମରେ ରୋହିତଙ୍କ ଉପସ୍ଥିତି ନିହାତି ଆବଶ୍ୟକ । ପ୍ରକାଶ ଥାଉକି ରୋହିତ ୬ ଡାଉନରେ ବ୍ୟାଟିଙ୍ଗ କରିବା ପାଇଁ ଆସିଥାନ୍ତି, ଯାହା ଫଳରେ ତାଙ୍କର ଉପସ୍ଥ୍ିତି ଦ୍ୱାରା ଭାରତକୁ ଅତି ସହଜରେ ଖେଳରେ ଏକ ନୂତନ ମୋଡ ମିଳିପାରିବ ବୋଲି ଆଶା କରାଯାଉଛି ।

ଏହି ଅବସରରେ ଭାରତୀୟ ଦଳର ପୂର୍ବତ୍ତନ ଖେଳାଳୀ ଶ୍ରୀକାନ୍ତ କହିଛନ୍ତି ଯେ, “ବ୍ୟାଟିଙ୍ଗ ଅର୍ଡରକୁ ଦେଖିବାକୁ ଗଲେ ବିରାଟଙ୍କ ପ୍ରଦର୍ଶନ ସର୍ବୋଉତ୍ତମ ରହିଥିବାବେଳେ ତାଙ୍କ ସହ ରାହାଣେ ଏବଂ ପୂଜାରଙ୍କୁ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଯାହା ଫଳରେ ଭାରତ ଏହି ସିରିଜକୁ ଅକ୍ତିଆର କରିବା ଅତି ସହଜ ହୋଇପାରିବ ।”
ପ୍ରକାଶ ଥାଉକି, ରୋହିତ ସାଉଥ ଆଫ୍ରିକା ବିରୋଧରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ସମ୍ପୂର୍ଣ୍ଣ ବିଫଳ ରହିଥିଲେ । କିନ୍ତୁ ଏହା ପର ଠାରୁ ଖେଳା ଯାଇଥିବା ଏସିଆ କପ ଠାରୁ ଆରମ୍ଭ କରି ଟି-୨୦ ଏବଂ ଦିନିକିଆ ସିରିଜରେ ରୋହିତ ଧୂଆଁଦାର ପ୍ରଦର୍ଶନ ଦେଖାଇଥିଲେ । ରୋହିତ ଏହି ସବୁ ପ୍ରଦର୍ଶନ ଦେଖିଲା ପରେ ଲାଗୁଛି ଯେ, ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସିରିଜରେ କିଛି ଭଳ ପ୍ରଦର୍ଶନ ମଧ୍ୟ ଦେଖାଇ ପାରନ୍ତି ।
ଅଷ୍ଟ୍ରେଲିଆ ଦଳରେ ବର୍ତ୍ତମାନ ପୂର୍ବ ଭଳି କୌଣସି ଘାତକ ଖେଳାଳୀନଥିବା ସତ୍ତେ୍ୱ ଘରୋଇ ଦଳ ନିଜ ମାଟିରେ ଖେଳିବା ସମୟରେ କୌଣସି ଅସମ୍ଭବକୁ ସମ୍ଭବ କରିବା ପାଇଁ ପଛ ଘୁଞ୍ଚା ଦେବେ ନାହିଁ କିନ୍ତୁ ଏହି ଭଳି ପରିସ୍ଥିତିରେ ଘରୋଇ ଦଳକୁ ସମନା କରିବାକୁ ହେଲେ ଭାରତ ପାଇଁ କୌଣସି ଅନୁଭବୀ ଏବଂ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ ଆବଶ୍ୟକ । ଏଥିପାଇଁ ରୋହିତ ହେଉଛନ୍ତି ଏକ ମାତ୍ର ବିକଳ୍ପ ।


Share It

Comments are closed.