୨୦୧୯ ଆଇପିଏଲ ଟାଇଟେଲ ହାସଲ ପରେ ଏବେ ପରିବାର ଛୁଟି କଟାଉଛନ୍ତି ରୋହିତ


ଭାରତୀୟ କ୍ରିକେଟ ଟିମର ଦିନିକିଆ ଏବଂ ଟି-୨୦ର ଉପ-ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ ଟାଇଟେଲ ହାସଲ କରିବା ପରେ ଫ୍ୟାମିଲି ଭ୍ୟାକେସନରେ ଅଛନ୍ତି । ରୋହିତ ବର୍ତ୍ତମାନ ନିଜ ପରିବାର ସହ ମାଳଦୀପରେ ଛୁଟି କାଟୁଛନ୍ତି । ପ୍ରକାଶ ଥାଉକି, ଗତ ରବିବାର ଦିନ ଖେଳାଯାଇଥିବା ଆଇପିଏଲ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସକୁ ୧ ରନରେ ପରାସ୍ତ କରି ୨୦୧୯ ଆଇପିଏଲ ଟାଇଟେଲ ହାସଲ କରିଛି ।

ଏହି ବଜୟ ହାସଲ ପରେ ରୋହିତ ନିଜ ପତ୍ନୀ ରିତିକା, ଝିଅ ସମାୟରା ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସହ ଛଟି କାଟିବା ପାଇଁ ଭ୍ୟାକସନରେ ଯାଇଛନ୍ତି ।
୩୦ ମଇରେ ବିଶ୍ୱ କପ ଆରମ୍ଭ ହେବାକୁ ଯାଉଥିବାବେଳେ ୫ ଜୁନରେ ଭାରତ ପ୍ରଥମ ଦକ୍ଷିଣ ଆଫ୍ରିକା ସହ ନିଜ ପ୍ରଥମ ମ୍ୟାଚ ଖେଳିବ । ବିଶ୍ୱକପରେ ବ୍ୟସ୍ତ ହେବା ପୂର୍ବରୁ ରୋହିତ ନିଜ ପରିବାର ସହ ଛୁଟି କାଟିବାକୁ ଯାଉଛନ୍ତି । ରୋହିତ ଏବଂ ରିତିକା ନିଜର ଏହି ଛୁଟିର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଉଭୟ ଇନଷ୍ଟାଗ୍ରାମ ନିଜ ଷ୍ଟୋରି ମଧ୍ୟ ସେୟାର କରୁଛନ୍ତି ।


Share It

Comments are closed.