ଶକ୍ତିଶାଳୀ ଫିଚର ସହ ରେଡ଼ମି ୮ ପ୍ରୋ ଏବେ ବଜାରରେ

୪୮ ମେଗା ପିକ୍ସେଲ କ୍ୱାଡ଼ କ୍ୟାମେରା ସେଟ୍ ଅପ୍ ମାଧ୍ୟମରେ ରେଡ଼ମି ନୋଟ୍ ୮ର ବ୍ୟବହାରକୁ ସରଳ କରୁଛି


ଭାରତର ଏକ ନମ୍ବର ସ୍ମାର୍ଟଫୋନ୍ ତଥା ସ୍ମାର୍ଟ ଟିଭି ବ୍ରାଣ୍ଡ, ସାଓମି ଆଜି ଏମ୍ଆଇୟୁଆଇ ୧୧ ସହିତ ବହୁପ୍ରତିକ୍ଷୀତ ରେଡ଼ମି ନୋଟ୍ ୮ ସିରିଜ୍ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଏକ କ୍ୱାଡ଼ କ୍ୟାମେରା ସେଟ୍ଅପ୍କୁ ଅନ୍ତର୍ଭୁକ୍ତ କରୁଥିବା ରେଡ଼ମି ୮ ସିରିଜ୍ ପୁଣି ଥରେ ସ୍ମାର୍ଟଫୋନ୍ ସେଗମେଣ୍ଟ ଅକ୍ତିଆର କରୁଛି ।
ମନୁ ଜୈନ, ଉପସଭାପତି, ସାଓମି ଏବଂ ପରିଚାଳନା ନିର୍ଦ୍ଦେଶକ, ସାଓମି ଇଣ୍ଡିଆ ପ୍ରକାଶ କରିଛନ୍ତି, “୨୦୧୪ରେ ରେଡ଼ମି ନୋଟ୍ ଶୁଭାରମ୍ଭ ହେବା ପରଠାରୁ ରେଡ଼ମି ନୋଟ୍ ସିରିଜ୍ ବଜାରରେ ଏକ ଅଗ୍ରଣୀ ଭୂମିକାରେ ରହିଆସିଛି । ପ୍ରତ୍ୟେକ ରେଡ଼ମି ନୋଟ୍ ଜ୍ଞାନକୌଶଳର ସୀମାକୁ ଅତିକ୍ରମକରି ଓ ବଜାରରେ ନିଜର ପ୍ରତିଛବିକୁ ବଜାୟରଖି ଉଚ୍ଚ ମୂଲ୍ୟର ମୂଲ୍ୟଯୁକ୍ତ ଉତ୍ପାଦ ଭାବେ ପୁନଃ ସ୍ଥାପିତ ହୋଇଆସୁଛି । ଆମେ ଆମର ୬୪ ମେଗା ପିକ୍ସେଲ କ୍ୱାଡ଼ କ୍ୟାମେରା ବିଷ୍ଟ-ରେଡ଼ମି ୮ ପ୍ରୋର ଶୁଭାରମ୍ଭ କରି ଖୁବ୍ ଉତ୍ସାହିତ, ଯାହା ବିଶ୍ୱର ପ୍ରଥମ ୬୪ ମେଗା ପିକ୍ସେଲ ସେନ୍ସର ଓ ହେଲିଓ ଜି୯୦ଟି ଚିପ୍ସେଟ୍ ସହିତ ଗେମିଂ ଓ ଇମେଜିଂ କ୍ଷେତ୍ରରେ ବେଞ୍ଚମାର୍କ ପ୍ରଦାନ କରୁଛି ।”
ସେ ଆହୁରିମଧ୍ୟ କହିଛନ୍ତିଯେ, “କେବଳ ଏତିକି ନୁହେଁ, ଆମେ ଗ୍ରାହକ ଅନୁଭୂତିକୁ ଆହୁରି ଅଧିକ ତ୍ୱରାନ୍ୱିତ କରି ଏମ୍ଆଇୟୁଆଇ ୧୧ ସହିତ ପରିଚାଳନାକୁ ଆହୁରି ଆଗକୁ ନେଇଛୁ ଏବଂ ଉବର କୁଲ୍ ଡାର୍କ ପ୍ରଦାନ କରିବା ସହ ବିଭିନ୍ନ ଉଚ୍ଚ ମାନର ଆପ୍ ଓ ବୈଶିଷ୍ଟ୍ୟ ମାନଙ୍କରେ ଉନ୍ନତି ଆଣିଛୁ । ଆମେ ବିଶେଷ ଭାବରେ ଏମ୍ଆଇୟୁଆଇର ମିଣ୍ଟ କିବୋର୍ଡକୁ ନେଇ ଖୁବ୍ ଉତ୍ସାହୀ, ଯାହାକୁ ସ୍ୱତନ୍ତ୍ର ଭାବେ ଆମର ଭାରତୀୟ ଗ୍ରାହକମାନଙ୍କ ପାଇଁ ନିର୍ମାଣ କରାଯାଇଛି । ଏହା ୨୫ରୁ ଅଧିକ ଭାରତୀୟ ଭାଷାକୁ ସମର୍ଥନ କରୁଛି ।”
ରେଡ଼ମି ନୋଟ୍ ୮ ପ୍ରୋ – ୬୪ ମେଗା ପିକ୍ସେଲ କ୍ୱାଡ଼ କ୍ୟାମେରାଯୁକ୍ତ
ଏକ ସମାନଭାବେ ସକ୍ଷମତାଯୁକ୍ତ ଚିପ୍ସେଟ୍ ସହିତ ଶକ୍ତିଶାଳୀ ୬୪ ମେଗା ପିକ୍ସେଲ କ୍ୱାଡ଼ କ୍ୟାମେରା ସେଟ୍ଅପ୍ ଥିବା ରେଡ଼ମି ନୋଟ୍ ୮ ପ୍ରୋ ନିଶ୍ଚିତ ଭାବରେ ଦୃଢ଼ତା ପ୍ରଦାନ କରୁଛି । ଏହି କ୍ୟାମେରା ସେଟ୍ ଅପ୍ ଏକ ୨୦ ମେଗା ପିକ୍ସେଲ ସେଲ୍ଫି ସୁଟର୍ ସହିତ ସାମନାକୁ ସଂପ୍ରସାରିତ କରୁଛି ।
ଅକ୍ଟାକୋର୍-ହେଲିଓ ଜି୯୦ଟି ମୋବାଇଲ୍ ପ୍ଲାଟ୍ଫର୍ମ ଏହି ସେଗ୍ମେଣ୍ଟରେ ଏକ ଅଭୂତପୂର୍ବ ଗେମିଂ କ୍ଷମତା ପ୍ରଦାନ କରୁଛି । ନୂତନ ଅଉରା ଡିଜାଇନ୍ ସହିତ ଅତି ସୁନ୍ଦର ଗାମା ଗ୍ରିନ୍ ରଙ୍ଗ ଓ ଦୁଇଟି କର୍ଣ୍ଣିଂ ଗରିଲା ଗ୍ଲାସ୍ ୫, ବୈଶିଷ୍ଟ୍ୟ ପ୍ରଦାନକରି ରେଡ଼ମି ନୋଟ୍ ୮ ପ୍ରୋ ଏକ ସୁନ୍ଦର, ଚିତାକର୍ଷକ ଡିଜାଇନ୍ ସହିତ ଦୃଢ଼ ଆଭ୍ୟନ୍ତରୀଣକୁ ସମିଶ୍ରିତ କରୁଛି । ଏକ ଫୁଲ୍ ଏଚ୍ଡି+ ୧୬.୫ ସେମି (୬.୫୩) ଡଟ୍ ନଚ୍ ଡିସପ୍ଲେ ସହିତ ଏକ ୧୯.୫:୯ ଅନୁପାତ, ସମସ୍ତ ପାଶ୍ୱର୍ରୁ ଥିନ୍ ବେଜେଲ୍ ସହିତ ସାମନାକୁ ପ୍ରଦର୍ଶନ କରୁଛି । ରେଡ଼ମି ନୋଟ୍ ୮ ପ୍ରୋର ପଛ ଭାଗରେଥିବା ୩ଡି କର୍ଭଡ ଗ୍ଲାସ୍ ଏବଂ ୮.୮ ମିମି ମୋଟେଇ ସହିତ ଏକ ଚମତ୍କାର ଧରିବା ଅନୁଭୂତି ପ୍ରଦାନ କରୁଛି । ସାରା ଦିନ ବ୍ୟାଟେରୀ ଅବଧି ନୋଟ୍ ସିରିଜ୍ର ଅନନ୍ୟ ଅଟେ ଏବଂ ଏଥର ଏକ ୪୫୦୦ ଏମ୍ଏଏଚ୍ ବ୍ୟାଟେରୀ (ବକ୍ସରେ ରହିଛି ୧୮ୱାଟ୍ ଚାର୍ଜର) ଦିନସାରା ଏକ ସର୍ବୋତ୍ତମ ଗେମିଂ ଓ ଫଟୋଗ୍ରାଫି ଅନୁଭୂତି ପ୍ରଦାନ କରୁଛି ।
କମ୍ପ୍ୟୁଟିଂ ପରାକ୍ରମତାରେ ଉନ୍ନତ
ହେଲିଓ ଜି୯୦ଟି ଏକ ୬+୨ କାରୁକାର୍ଯ୍ୟ ସହିତ ସିକ୍ସ ଏଆର୍ଏମ୍ କର୍ଟେସ୍କ-ଏ-୫୫ କୋର୍, ୨.୦ବ ଜିଗାହର୍ଜ ପର୍ଯ୍ୟନ୍ତ ପରିଚାଳନା ପରି ବୈଶିଷ୍ଟ୍ୟତା ପ୍ରଦାନ କରୁଛି । ଟୁ କର୍ଟେକ୍ସ-ଏ୭୬ କୋର୍ସ କ୍ଲକ୍ଡ ୨,୦୫ ଜିଗାହର୍ଜ ଅବାଧରେ ଅତ୍ୟଧିକ ଲିଫ୍ଟିଙ୍ଗ୍କୁ ନିଶ୍ଚିତ କରୁଛି । ଏହା ଏକ ଶକ୍ତିଶାଳୀ ୮୦୦ ମେଗାହର୍ଜରେ ପରିଚାଳିତ କ୍ୱାଡ଼-କୋର୍ ମେଲ୍ ଜି୭୬ ଜିପିୟୁ ସହିତ ସଂଯୁକ୍ତ ହୋଇଛି, ଯାହା ଗେମିଂ କାର୍ଯ୍ୟଦକ୍ଷତାକୁ ନିଶ୍ଚିତ କରି ଏହି ସେଗ୍ମେଣ୍ଟରେ ଏକ ନୂତନ ବେଞ୍ଚମାର୍କକୁ ସଂଯୋଗ କରୁଛି । ଏହା ରେଡ଼ମି ନୋଟ୍ ୮ ପ୍ରୋକୁ ଏକ ପ୍ରୋତ୍ସାହିତ ଆନ୍ଟୁଟୁ ଭି୮ ସହିତ ୨୮୪,୮୭୨ ପଏଣ୍ଟ ସ୍କୋର୍ ପ୍ରଦାନ କରିବା ନିମନ୍ତେ ଅନୁମତି ଦେଉଛି ।
ସାଓମିର ବିକଶିତ ଲିକୁଇଡ଼ କୁଲ୍ ଜ୍ଞାନକୌଶଳ ପରିଚାଳନା ତାପମାତ୍ରାକୁ କମ୍ କରି ଏହାର କାର୍ଯ୍ୟ ପ୍ରଦର୍ଶନତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖୁଛି । ୮ଜିବି ବିଶିଷ୍ଟ ଏଲ୍ପିଡିଡିଆର୍୪ଏକ୍ସ ରାମ୍ ଥିବା ରେଡ଼ମି ନୋଟ୍ ୮ ପ୍ରୋ ଏକ ଚିତାକର୍ଷକ ଗେମିଂ ସ୍ମାର୍ଟଫୋନ୍ ନିମନ୍ତେ ନିର୍ମିତ ହୋଇଛି । ଏକ ଅତିରିକ୍ତ ୱାଇଫାଇ ଏକ୍ସ ଆଣ୍ଟିନା ଅବାଧ ଗେମିଂ ନିମନ୍ତେ ଅନୁମତି ପ୍ରଦାନ କରୁଛି । ରେଡ଼ମି ନୋଟ୍ ୮ ପ୍ରୋ ଟିୟୁଭି ରେନ୍ଲ୍ୟାଣ୍ଡର ନେଟ୍ୱାର୍କ ଲାଟେନ୍ି ଦ୍ୱାରା ପ୍ରମାଣିତ ହୋଇଛି ।
୬୪ମେଗା ପିକ୍ସେଲ କ୍ୱାଡ଼ କ୍ୟାମେରା ସେଟ୍ ଅପ୍ ପରିପ୍ରେକ୍ଷଣ ମାଧ୍ୟମରେ ଗତି କରୁଛି
ପ୍ରଥମ ଥର ପାଇଁ ରେଡ଼ମି ନୋଟ୍ ସିରିଜ୍ ଚାରୋଟି କ୍ୟାମେରା ଥିବା ଏକ କ୍ୟାମେରା ସମିଶ୍ରଣ ବୈଶିଷ୍ଟ୍ୟତା ପ୍ରଦାନ କରୁଛି । ଏଥିରେ ରହିଛି ଫଟୋ ତଥା ଭିଡିଓ ନିମନ୍ତେ ଏକ ୬୪ ମେଗା ପିକ୍ସେଲ ମୁଖ୍ୟ କ୍ୟାମେରା, ଏକ ଅଲ୍ଟ୍ରା-ୱାଇଡ଼ ଆଙ୍ଗେଲ୍ ଲେନ୍ସ ସହିତ ଏକ ୧୨୦-ଡିଗ୍ରି ଫିଲ୍ଡ ଅଫ୍ ଭ୍ୟୁ, ଏକ ଉତ୍ତମ ସେନ୍ସର ଓ ବସ୍ତୁଠାରୁ ୨ସେମି ଦୂରତାକୁ ଯିବାକୁ ଅନୁମତି ପ୍ରଦାନ କରୁଥିବା ମାକ୍ରୋ ଲେନ୍ସ ଇତ୍ୟାଦି । ଏହା ରେଡ଼ମି ନୋଟ୍ ୮ ପ୍ରୋକୁ ଏକ ଚମତ୍କାର ଇମେଜିଂ ଉପକରଣ ଭାବେ ନିର୍ମାଣ କରୁଛି, ଯାହା ପରିପ୍ରେକ୍ଷଣ ଓ ସେନ୍ସର ଏକ ବହୁଜନକୁ ଗ୍ରହଣ କରିବା ନିମନ୍ତେ ବ୍ୟବହାରକାରୀଙ୍କୁ ଅନୁମତି ପ୍ରଦାନ କରୁଛି ।
ଇିଶ୍ୱର ପ୍ରଥମ ୬୪ ମେଗା ପିକ୍ସେଲ କ୍ୟାମେରା ସ୍ମାର୍ଟଫୋନ୍ ଭାବରେ ରେଡ଼ମି ନୋଟ୍ ୮ ପ୍ରୋ ଏକ ଚମତ୍କାର ଇମେଜିଂ ଜ୍ଞାନକୌଶଳ ପ୍ରଦାନ କରି ପିକ୍ଚର୍ଗୁଡ଼ିକ ତିକ୍ଷ୍ଣ ଭାବରେ, ଚମତ୍କାର ଓ ସଠିକ୍ ରଙ୍ଗ ସହିତ ଉତ୍ତୋଳନ ହୋଇଛି ବୋଲି ନିଶ୍ଚିତ କରୁଛି । କମ୍ ଆଲୋକରେ ରେଡ଼ମି ନୋଟ୍ ୮ ପ୍ରୋର ମୁଖ୍ୟ କ୍ୟାମେରା ଆପେ ଆପେ ସୁପର୍ ପିକ୍ସେଲ୍ ପ୍ରଦାନ କରୁଛି । ତେଣୁ ସେ ଚାରୋଟି ପିକ୍ସେଲ୍ର ତଥ୍ୟଗୁଡ଼ିକୁ ଗୋଟିଏରେ ସଂଯୋଗ କରୁଛି, ଯାହା ବ୍ୟବହାରକାରୀଙ୍କୁ ଅତୁଳନୀୟ ତଥ୍ୟ ସହିତ ୧୬ ମେଗା ପିକ୍ସେଲ ସଟ୍ ପ୍ରଦାନ କରୁଛି ।
ଡୁଆଲ୍ ୱେକ୍ ସହିତ ଆଲେକ୍ସା ବିଲ୍ଟ-ଇନ୍
ରେଡ଼ମି ନୋଟ୍ ୮ ପ୍ରୋ ହେଉଛି ଭାରତର ପ୍ରଥମ ସ୍ମାର୍ଟଫୋନ୍, ଯାହା ଆମାଜନ୍ ଆଲେକ୍ସା ବିଲ୍ଟ-ଇନ୍ ସହିତ ଶୁଭାରମ୍ଭ ହେଉଛି । ଏହା ବ୍ୟବହାରକାରୀଙ୍କୁ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିବାକୁ ସକ୍ରିୟ କରୁଛି, ଯେପରିକି- ଅସୀମିତ ମ୍ୟୁଜିକ୍ ଚଳାଇବା, ତୁରନ୍ତ ଖବର ପାଇବା, ସ୍ମାର୍ଟ ହୋମ୍ ନିୟନ୍ତ୍ରଣ କରିବା ଏବଂ “ଆଲେକ୍ସ” ମୁଖ୍ୟ ଶବ୍ଦ କହି ହଜାର ହଜାର ଆଲେକ୍ସା ଦକ୍ଷତାକୁ ଚୟନ କରିବା ଇତ୍ୟାଦି ।
ଦୁଇଟି ୱେକ୍ ସହିତ ଏହା ହେଉଛି ବିଶ୍ୱର ପ୍ରଥମ ସ୍ମାର୍ଟଫୋନ୍, ଯାହା ରେଡ଼ମି ନୋଟ୍ ୮ ପ୍ରୋକୁ ଉଭୟ ଗୁଗୁଲ୍ ଆସିଷ୍ଟାଣ୍ଟ ଓ ଆମାଜନ୍ ଆଲେକ୍ସା ସହିତ ବାର୍ତ୍ତାଳାପ କରିବାକୁ ଅନୁମତି ପ୍ରଦାନ କରୁଛି ।
୪୫୦୦ ଏମ୍ଏଏଚ୍ ବ୍ୟାଟେରୀ ସହିତ ବକ୍ସ ବାହାରେ ୧୮ ୱାଟ ଚାର୍ଜିଂ
ଇ୍ୟବନହାରକାରୀଙ୍କ ପ୍ରତିକ୍ରିୟା ପ୍ରଦାନ କରି ରେଡ଼ମି ନୋଟ୍ ୮ ପ୍ରୋ ଏକ ବିଶାଳ ସକ୍ଷମତା ବିଶିଷ୍ଟ ୪୫୦୦ ଏମ୍ଏଏଚ୍ ବ୍ୟାଟେରୀ ପ୍ରଦାନ କରୁଛି, କିନ୍ତୁ ଏହା ବାକ୍ସ ବାହାରେ ୟୁଏସ୍ବି-ସି ଟାଇପ୍ରେ ୧୮ ୱାଟ୍ ଶିଘ୍ର ଚାର୍ଜିଂକୁ ସମର୍ଥନ କରୁଛି । ବକ୍ସ ବାହରେ ବ୍ୟବହାରକାରୀମାନେ ୧୮ ୱାଟ୍ ଶୀର୍ଘ ଚାର୍ଜିଂର ଉପାଦେୟତା ପାଇବାରେ ସକ୍ଷମ ହେଉଛନ୍ତି ।
ରେଡ଼ମି ନୋଟ୍ ୮ – ୪୮ ଏମ୍ପି କ୍ୱାଡ଼ ସର୍ବଗୁଣସମ୍ପନ୍ନ ଅଟେ
ରେଡ଼ମି ନୋଟ୍ ୮ ହେଉଛି ଏକ ସର୍ବଗୁଣସମ୍ପନ୍ନ ସ୍ମାର୍ଟଫୋନ୍, ଯାହା ରେବମି ନୋଟ୍ ୭ଏସ୍ର ଅପ୍ଗ୍ରେଡ଼ ଓ ଏଥିରେ ରହିଛି ଏକ ୪୮ ମେଗା ପିକ୍ସେଲ କ୍ୱାଡ଼ କ୍ୟାମେରା ସେଟ୍ଅପ୍ । ୬.୩” ଡଟ୍ ନଚ୍ ଡିସ୍ପ୍ଲେ ସହିତ ଅଉରା ଫ୍ଲୁଇଡ଼ ଡିଜାଇନ୍ ଥିବା ରେଡ଼ମି ନୋଟ୍ ୮ ଏକ ଚମତ୍କାର ଏଫ୍ଏଚ୍ଡି+ ଭିଜୁଆଲ୍ ଅନୁଭୂତି ପ୍ରଦାନ କରୁଛି, ଯାହା ଏକ ଆକର୍ଷଣୀୟ ୯୦% ସ୍କ୍ରିନ୍-ଟୁ-ବଡି ଅନୁପାତ ପ୍ରଦାନ କରୁଛି । ଟିୟୁଭି ରେନ୍ଲ୍ୟାଣ୍ଡ ଦ୍ୱାରା ପ୍ରମାଣିତ ଡିସପ୍ଲେ  ନୀଳ ଆଲୋକକୁ ବାହାର କରି ଏକ ଆରାମଦାୟକ ଦେଖିବା ଅନୁଭୂତି ପ୍ରଦନ କରୁଛି ଓ ବ୍ୟବହାରକାରୀଙ୍କ ଆଖିକୁ ସୁରକ୍ଷା ପ୍ରଦାନ କରୁଛି ।
ବ୍ୟବହାରକାରୀମାନେ ଏକ ଉନ୍ନତ ସ୍ଥାୟୀତ୍ୱ ଅଶା କରିପାରୁଛନ୍ତି । କାରଣ ଏହା ଆଗ ଓ ପଛରେ କର୍ଣ୍ଣିଂ ଗରିଲା ଗ୍ଲାସ୍ ୫ ପ୍ରୋଟେକ୍ସନ୍କୁ ବ୍ୟବହାର କରୁଛି, ଯାହା ଦୁର୍ଘଟଣାରୁ ଫୋନ୍କୁ ସୁରକ୍ଷା ପ୍ରଦାନ କରୁଛି । ରେଡ଼ମି ନୋଟ୍ ୮ ପି୨ଆଇର ନାନୋ କୋଟିଂରେ ମଧ୍ୟ ଆବୃତ ହୋଇଛି, ଯାହା ଜଳବୁନ୍ଦା ନିରୋଧତା ପ୍ରଦାନ କରୁଛି ।
ରେଡ଼ମି ନୋଟ୍ ୮ ହେଉଛି ଏକ ଫଟ୍ରୋଗ୍ରାଫି ଶକ୍ତିକେନ୍ଦ୍ର, ଯାହା ପଛରେ ଏକ କ୍ୱାଡ଼ କ୍ୟାମେରା ସେଟ୍ଅପ୍ ପ୍ରଦାନ କରୁଛି । ଏହାର ୪୮ ଏମ୍ପି ଅଲ୍ଟ୍ରା ଉଚ୍ଚ-ରିଜୋଲ୍ୟୁସନ୍ ପ୍ରାଇମେରୀ କ୍ୟାମେରା ଏକ ୧/୨ ଇଞ୍ଚ ସେନ୍ସର୍ ସହିତ ଏକ ଏଫ୍/୧.୭୯ ଆପେର୍ଚର୍ ଓ ୭୯.୪ଂ ଦେଖିବା କ୍ଷେତ୍ର ପ୍ରଦାନ କରୁଛି । ଏହାର ୮ ଏମ୍ପି ଅଲ୍ଟ୍ରା-ୱାଇଡ଼ କ୍ୟାମେରା ସହିତ ୧୨୦ଂ ଦେଖିବା କ୍ଷେତ୍ର, ୨ଏମ୍ପି ମାକ୍ରୋ ଲେନ୍ସ ଓ ୨ଏମ୍ପି ଉତ୍ତମ ସେନ୍ସର ଯେ କୌଣସି ଦୂରତାରେ ଚିତାକର୍ଷକ ଇମେଜ୍ ଉତ୍ତୋଳନ କରିବାକୁ ସାମର୍ଥ୍ୟ ପ୍ରଦାନ କରୁଛି ।
ରେଡ଼ମି ନୋଟ୍ ୮ ସାମନାରେ ଏକ ୧୩ ମେଗା ପିକ୍ସେଲ ସେଲ୍ଫି କ୍ୟାମେରା ସହିତ ଏକ ଏଫ୍/୨.୦ ଅପେର୍ଚର୍ ଓ ବିଲ୍ଟ-ଇନ୍ ଏଆଇ ଜ୍ଞାନକୌଶଳ ପ୍ରଦାନ କରୁଛି, ଯାହା ପ୍ରତି ଥର ଏକ ଉପଯୁକ୍ତ ସେଲ୍ଫି ନେବାରେ ବ୍ୟବହାରକାରୀଙ୍କୁ ସାହାଯ୍ୟ କରୁଛି । ସାମନାପାଖ କ୍ୟାମେରା ପ୍ରଥମ ଥର ପାଇଁ ରେଡ଼ମି ନୋଟ୍ ସିରିଜ୍ରେ ପାନୋରାମା ସେଲ୍ଫି ବୈଶିଷ୍ଟ୍ୟତା ପ୍ରଦାନ କରୁଛି, ଯାହା କାହାକୁ ମଧ୍ୟ ନ ଛାଡ଼ି ଏକ ଗୃପ୍ ଇମେଜ୍ ଉତ୍ତୋଳନ କରିବା କ୍ଷେତ୍ରରେ ସହାୟକ ହେଉଛି ।
କ୍ୱାଲକମ୍ର ସ୍ନାପ୍ଡ୍ରାଗନ୍ ୬୬୫ ମୋବାଇଲ୍ ପ୍ଲାଟଫର୍ମ ଏକ ବିଶାଳ କାର୍ଯ୍ୟପ୍ରଦର୍ଶନତା ପ୍ରଦାନ କରୁଛି, ଯାହା ବକ୍ସ ବାହାରେ ଟାଇପ୍-ସି ଉପରେ ୧୮ ୱାଟ୍ ବ୍ୟାଟେରୀ ସହିତ ୪୦୦୦ ଏମ୍ଏଏଚ୍ ବ୍ୟାଟେରୀ ପ୍ରଦାନ କରି ଶକ୍ତି ସକ୍ଷମତାକୁ ବଜାୟ ରଖୁଛି ।
ଏମ୍ଆଇୟୁଆଇ ୧୧
ଏମ୍ଆଇୟୁଆଇ ୧୧ ଡିଜାଇନ୍ ଉପାଦାନଗୁଡ଼ିକୁ ଅପ୍ଗ୍ରେଡ଼ କରୁଛି ଓ ଡାର୍କ ମୋଡ଼ ସହିତ ଏକ ଭିଜୁଆଲ୍ଭିତ୍ତିକ ଇଣ୍ଟରଫେସ୍ ସହ ରିଫାଇଣ୍ଡ ବୈଶିଷ୍ଟ୍ୟମାନଙ୍କର ଏକ ନୂତନ ସେଟ୍ ଆଣୁଛି । ଏମ୍ଆଇୟୁଆଇ ୧୧ ଆମୋଲିଡ଼ ସ୍କ୍ରିନ୍ ସକ୍ଷମତାର ବ୍ୟବହାରକୁ ପ୍ରଭାବଶୀଳ କରୁଛି ଏବଂ ଲୋକପ୍ରିୟ ଅଲୁଏଜ୍-ଅନ୍ ଡିସପ୍ଲେକୁ ନୂତନ ସୁବିଧା ପ୍ରଦାନ କରୁଛି । ଏମ୍ଆଇୟୁଆଇ ୧୧ ମଧ୍ୟ ନୋଟିଫିକେସନ୍ ପାଇଁ ନୂତନ ଡାଇନାମିକ୍ ଆମ୍ବିଏଣ୍ଟ ପ୍ରକୃତିର ଶବ୍ଦର ଶୁଭାରମ୍ଭ କରିଛି । ଏହି ଅଭିନବ ଆମ୍ବିଏଣ୍ଟ  ସାଉଣ୍ଡ ଇଫେକ୍ଟ ବୈଶିଷ୍ଟ୍ୟତା ଏକ ସମ୍ମାନଜନକ ରେଡ଼ ଡଟ୍ ଡିଜାଇନ୍ ଆୱାର୍ଡ ଜିତିଛି, ଯାହା ସ୍ମାର୍ଟଫୋନ୍ ସଫ୍ଟଓୟାର୍ ପାଇଁ ଇଣ୍ଡଷ୍ଟ୍ରିରେ ପ୍ରଥମ ।
ସାଓମି ଏମ୍ଆଇୟୁଆଇ ବ୍ୟବହାରକାରୀଙ୍କ ପାଇଁ  ମିଣ୍ଟ କିବୋର୍ଡର ଘୋଷଣା କରିଛି, ଯାହା ୨୫ରୁ ଅଧିକ ଭାରତୀୟ ଭାଷାଗୁଡ଼ିକୁ ସମର୍ଥନ କରୁଛି । ଏମ୍ଆଇୟୁଆଇ ୧୧ ବିଭିନ୍ନ ବିଶେଷ ବୈଶିଷ୍ଟ୍ୟତା ଆଣିଛି, ଯେପରିକି ଓୟାର୍ଲେସ୍ ଫାଇଲ୍ ସେୟାରିଂ, ଓୟାର୍ଲେସ୍ ପ୍ରିଣ୍ଟିଂ, ଦସ୍ତାବିଜ ସହିତ କାର୍ଯ୍ୟ କରିବା ଓ କାର୍ଯ୍ୟ ପରିଚାଳନା ଇତ୍ୟାଦି, ଯାହା ବର୍ତ୍ତମାନ ବକ୍ସ ବାହାରେ ଉପଲବ୍ଧ ହେଉଛି । ଏହା ସହିତ ନୂତନ ଷ୍ଟେପ୍ କାଉଣ୍ଟର୍, ପିରିଅଡ଼ ଟ୍ରାକର୍ ଓ କାଲ୍କୁଲେଟର୍ ଦୈନଦିନର କାର୍ଯ୍ୟକଳାପକୁ ଆହୁରି ସରଳ କରୁଛି ।
ସ୍ଥିର ଏମ୍ଆଇୟୁଆଇ ୧୧ ପର୍ଯ୍ୟାୟକ୍ରମେ ଚାଲୁଛି, ଯାହା ରେଡ଼ମି କେ୨୦, ପୋକୋ ଏଫ୍ଆଇ, ରେଡ଼ମି ନୋଟ୍ ୭, ରେଡ଼ମି ୭ ଓ ରେବମି ୱାଇ୩ ସହିତ ଅକ୍ଟୋବର ଶେଷରେ ଆରମ୍ଭ ହେଉଛି । ଅନ୍ୟାନ୍ୟ ମଡେଲ୍ଗୁଡ଼ିକର ଅପ୍ଗ୍ରେଡ଼ ପରେ କରାଯିବ । କାର୍ଯ୍ୟକାରୀ ହୋଇଥିବା ଯୋଜନା ଏମ୍ଆଇ କମ୍୍ୟୁନିଟିରେ (ସି.ଏମ୍ଆଇ.କମ୍) ଅପ୍ଡେଟ୍ ହେବ ।
ଏମ୍ଆଇ ଏୟାର ପ୍ୟୁରିଫାୟର୍ ୨ସି
ଏମ୍ଆଇ ଏୟାର ପ୍ୟୁରିଫାୟର୍ ୨ସି ଏୟାର୍ ପ୍ୟୁରିଫାୟର୍ ମୂଲ୍ୟ ପରିମାଣ କ୍ଷେତ୍ରରେ ବିକାଶ ଆଣିଛିି, ଯାହାର ମୂଲ୍ୟ ପ୍ରାରମ୍ଭିକ କ୍ଷେତ୍ରରେ ୬,୪୯୯ ଟଙ୍କା ରହିଛି । ଏହା ନିଜକୁ ଏକ ଅତ୍ୟନ୍ତ ବ୍ୟବହାରଯୋଗ୍ୟ ହେପା ଏୟାର୍ ଫିଲ୍ଟର୍ ଦ୍ୱାରା ପରିଚାଳିତ ପ୍ୟୁରିଫାୟର୍ରେ ପରିଣତ କରୁଛି । ଏମ୍ଆଇ ଏୟାର ପ୍ୟୁରିଫାୟର୍ ୨ସି ଏକ ଡୁଆଲ୍ ଫିଲ୍ଟରେସନ୍ ଜ୍ଞାନକୌଶଳ ପ୍ରଦାନ କରୁଛି । ଏଥିରେ ଥିବା ପ୍ରାଇମେରି ଫିଲ୍ଟର୍ ବୃହତ ଉପାଦାନମାନଙ୍କ ଦାୟିତ୍ୱ ନେଉଛି ଏବଂ ଏକ ହେପା ଫିଲ୍ଟର୍ ୯୯.୯୭% ପର୍ଯ୍ୟନ୍ତ କ୍ଷୁଦ୍ର ଉପାଦାନମାନଙ୍କୁ (୦.୩ ମାଇକ୍ରନ୍ ପର୍ଯ୍ୟନ୍ତ) ବାହାର କରିବା ନିମନ୍ତେ ସକ୍ଷମତା ରଖୁଛି । ଏହାର ୩୧୦ଏମ୍୩/ଏଚ୍ବିଶିଷ୍ଟ ଏକ ଉଚ୍ଚ କାର୍ଡ (କ୍ଲିନ୍ ଏୟାର୍ ଡେଲିଭରି ରେଟ୍) ରହିଛି, ଯାହା ମାତ୍ର ୧୦ ମିନିଟ୍ରେ ଏକ ୨୧ଏମ୍୨ ରୁମ୍ ପାଇଁ ବାୟୁ ଚଳାଚଳକୁ ପରିଷ୍କାର କରୁଛି ।

Share It

Comments are closed.