ଭାରତରେ ଶୁଭାରମ୍ଭ ହେଲା ରେଡମି ୱାଇ ୨


ବିଗତ ବର୍ଷରେ ଭାରତୀୟ ବଜାରରେ ଶୁଭାରମ୍ଭ ହୋଇଥିବା ସାଓମି ରେଡମି ୱାଇ ୧ର ସଫଳତା ପରେ କମ୍ପାନୀ ଏହା ସୃଙ୍ଖଳରେ ସଂପ୍ରସାରଣ କରିବା ସହ ସାଓମି ଏହାର ନୂତନ ସ୍ମାର୍ଟଫୋନ ରେଡମି ୱାଇ ୨ର ଶୁଭାରମ୍ଭ କାରଇଛି । ଏହାର ମୁଖ୍ୟ ବୈଶିଷ୍ଟ୍ୟତା ମଧ୍ୟରେ ଏଥିରେ ଫେସ ଅନଲକ କ୍ୟାପାବିଲିଟି , ୧୮:୯ରେସିଓ ଥିବା ଡିସପ୍ଲେ, ୧୬ ମେଗାଫିକ୍ସେଲର ସେଲଫି କ୍ୟାମେରା ଏବଂ ପଛ ଭାଗରେ ଭର୍ଟିକାଲ ଡୁଆଲ କ୍ୟାମେରା ସେଟଅଫ ରହିଛି ।
ଏହି ସ୍ମାର୍ଟଫୋନଟି ୨ଟି ଭ୍ୟାରିଏଣ୍ଟରେ ଉପଲବ୍ଧ ହେଉଛିି । ୩ଜିବି ରାମ/୩୨ଜିବିର ଇନବିଲ୍ଟ ମେମୋରୀ ଥିବା ଭ୍ୟାରିଏଣ୍ଟର ମୂଲ୍ୟ ୯,୯୯୯ଟଙ୍କା ରହିଥିବାବେଳେ ୪ଜିବି ରାମ/୬୪ଜିବିର ଅନବିଲ୍ଟ ଷ୍ଟୋରେଜ ଥିବା ଭ୍ୟାରିଏଣ୍ଟର ମୂଲ୍ୟ୧୨,୯୯୯ ଟଙ୍କା ରହିଛି । ଏହି ସ୍ମାର୍ଟଫୋନଟି ଡାର୍କ ଗ୍ରେ, ଗୋଲ୍ଡ ଏବଂ ରୋସ ଗୋଲ୍ଡ ଭଳି ୩ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଏହି ସ୍ମାର୍ଟଫୋନଟି ଆମାଜନ ଇଣ୍ଡିଆ, ଏମଆଇ.କମ ଏବଂ ଏମ.ଆଇ ହୋମ ଷ୍ଟୋରରେ ଜୁନ ୧୨ରେ ହିଁ ଉପଲବ୍ଧ ହେବ ।
ଏହି ସ୍ମାର୍ଟଫୋନଟିରେ ଆଣ୍ଡ୍ରଏଡ ୮.୧ ଓରିଓ ଆଉଟ ଅପ ଦି ବକ୍ସ ସହ ସାଓମି ଏମଆଇୟୁଆଇ ୯.୫ ରହିଛି । ଏଥିରେ ୫.୯୯ଇଞ୍ଚର ଏଚଡି +ଡିସପ୍ଲେ ରହିଥିବାବେଳ ଏହାର ୨୬୬ପିପିଆଇର ପିକ୍ସେଲ ଡେନସିଟି, ୪୫୦ନିଟସର ମ୍ୟାକ୍ସିମମ ବ୍ରାଇଟନେସ ଏବଂ ଫୁଲ ସ୍କ୍ରିନ ଗେସଚର ରହିଛି । ଏହି ସ୍ମାର୍ଟଫୋନଟିରେ ଅକ୍ଟା-କୋର କ୍ୱାଲକମ ସ୍ମାପଡ୍ରାଗନ ୬୨୫ ଏସଓସି(୨ଜିଏଚଜେଡ ପର୍ଯ୍ୟନ୍ତ) ସହ ଆଡରେନୋ ୫୦୬ ଜିପିୟୁ ଏବଂ ୩ଜିବି/୪ଜିବିର ରାମ ରହିଛି । ଏହାର ପଛ ଭାଗଟି ନନ ରିମୁଭାଲ ହୋଇଥିବା ବେଳେ ଏହାର ପଛ ଭାଗରେ ୩୦୮୦ ଏମଏମଏଚର ବ୍ୟାଟେରୀ ରହିଛି ।


Share It

Comments are closed.