ରିଅଲମି ପକ୍ଷରୁ ଏହାର ଶକ୍ତିଶାଳୀ ସ୍ମାର୍ଟଫୋନ୍ ରିଅଲମି ସି୩ର ବଜାର ପ୍ରବେଶ


ଭୁବନେଶ୍ୱର: ଦ୍ରୁତଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲମି ପକ୍ଷରୁ ଆଜି ଭାରତୀୟ ବଜାରରେ ଏହାର ‘ଏଂଟରଟେନମେଂଟ୍ କା ସୁପରଷ୍ଟାର’- ରିଅଲମି ସି୩ର ଉନ୍ମୋଚନ କରାଯାଇଛି, ଯାହାକି ହେଉଛି ଏକ ଶକ୍ତିଶାଳୀ ଏଂଟ୍ରି ଲେଭେଲ୍ ସ୍ମାର୍ଟଫୋନ୍ । ରିଅଲମି ସି୩ ପ୍ରଦର୍ଶନ, ବ୍ୟାଟେରୀ, ଡିସପ୍ଲେ ଓ କ୍ୟାମେରା ଭଳି ୪ଟି ପ୍ରମୁଖ କ୍ଷେତ୍ରରେ ଏକ ସୁପରଷ୍ଟାର । ଏହି ବର୍ଗରେ ପ୍ରଥମ ଥର ପାଇଁ ସି୩ରେ ବିଶ୍ୱର ପ୍ରଥମ ମିଡିଆଟେକ୍ ହେଲିଓ ଜି୭୦ ପ୍ରୋସେସର ଦିଆଯାଇଛି, ଯାହାକି ଉଭୟ ସାଧାରଣ ଉପଭୋକ୍ତା ଓ ଗେମରମାନଙ୍କ ପାଇଁ ଶକ୍ତିଶାଳୀ ଓ ଦ୍ରୁତ ପ୍ରଦର୍ଶନ ସୁନିଶ୍ଚିତ କରିବ । ଏହି ରିଅଲ୍‌ମି ସି୩ ସ୍ମାର୍ଟଫୋନ୍ ବ୍ଲେଜିଙ୍ଗ୍ ରେଡ୍ ଓ ଫ୍ରୋଜେନ୍ ବ୍ଲୁ ଭଳି ଦୁଇଟି କଲର୍‌ରେ ବଜାରକୁ ଆସିବ । ଏହାର ପ୍ରଥମ ସେଲ୍ ଆସନ୍ତା ଫେବୃଆରୀ ୧୪ ତାରିଖରେ ଆରମ୍ଭ ହେବ । ସି୩ ସ୍ମାର୍ଟଫୋନର ୩ଜିବି+୩୨ଜିବି ଭାରିଆଂଟ୍‌ର ମୂଲ୍ୟ ୬୯୯୯ ଟଙ୍କା ରହିଥିବା ବେଳେ ଏହାର ୪ଜିବି+୬୪ଜିବି ଭାରିଆଂଟର ମୂଲ୍ୟ ୭୯୯୯ ଟଙ୍କା ରହିଛି । ଏହି ରିଅଲ୍‌ମି ସି୩ ଏହାର ପ୍ରଥମ ବିକ୍ରୟ ପରଠାରୁ ଫ୍ଲିପ୍‌କାର୍ଟ, ରିଅଲମି ଡଟ୍ କମ୍ ଓ ନିର୍ଦ୍ଧିଷ୍ଟ ପାର୍ଟନର୍ ଷ୍ଟୋରରେ ଉପଲବ୍ଧ ହେବ । ପ୍ରଥମ ସେଲ୍ ପାଇଁ ଫ୍ଲିପକାର୍ଟରେ ଯେକୌଣସି ସ୍ମାର୍ଟଫୋନର ଏକ୍ସଚେଞ୍ଜ ଉପରେ ସର୍ବନିମ୍ନ ୧୦୦୦ ଟଙ୍କାର ରିହାତି ସୁବିଧା ପ୍ରଦାନ କରାଯିବ । ଫ୍ଲିପକାର୍ଟ ଓ ରିୟଲମି ଡଟ୍ କମରୁ ଏହି ସ୍ମାର୍ଟଫୋନ୍ କିଣିଲେ ଗ୍ରାହକ ୩୪୯ ଟଙ୍କାର ୩୪୯ ଟଙ୍କାର ଜିଓ ବେନିଫିଟ୍ ପାଇପାରିବେ । ଗ୍ରାହକମାନେ ୭୫୫୦ ଟଙ୍କାର ଲାଭ ସହ ୨୨୦୦ ଟଙ୍କାର ତୁରନ୍ତ କ୍ୟାସ୍‌ବ୍ୟାକ୍ ମଧ୍ୟ ପାଇପାରିବେ ।
ରିଅଲ୍‌ମି ସି୩ରେ ୫୦୦୦ ଏମଏଏଚ୍ ବ୍ୟାଟେରୀ, ୬.୫୨ ଇଂଚ୍ ଏଚ୍‌ଡି+ ମିନି-ଡ୍ରପ୍ ଫୁଲ୍‌ସ୍କ୍ରିନ୍‌, ବିଶ୍ୱର ପ୍ରଥମ ମିଡିଆଟେକ୍ ହେଲିଓ ଜି୭୦ ପ୍ରୋସେସର୍‌, ମିଡିଆଟେକ୍ ଗେମିଙ୍ଗ ଟେକ୍ନୋଲୋଜି, ଏଲ୍‌ପିଡିଡିଆର୍‌୪ଢ ରାମ୍‌, ଡୁଆଲ ସିମ୍ ସ୍ଲଟ୍‌, ୨୫୬ ଜିବି ପର୍ଯ୍ୟନ୍ତ ସଂପ୍ରସାରଣଯୋଗ୍ୟ ମେମୋରୀ, ୧୨+୨ ଏମ୍‌ପି ଦୁଇଟି ପଛ କ୍ୟାମେରା ସେଟ୍‌ଅପ୍‌, ୫ଏମ୍‌ପି ସେଲ୍‌ଫି କ୍ୟାମେରା, କ୍ରୋମା ବୁଷ୍ଟ, ପୋର୍ଟ୍ରେଟ୍ ମୋଡ୍‌, ସ୍ଲୋମୋଶନ ଭିଡିଓ ରେକର୍ଡିଙ୍ଗ, ଅଟୋମାଟିକ୍ ଏଚ୍‌ଡିଆର୍ ମୋଡ୍‌, ୧୦୮୦ପି ଭିଡିଓ ସୁଟିଙ୍ଗ୍ ସପୋର୍ଟ, ଫୋକସ୍ ମୋଡ୍ ଭଳି ବୈଶିଷ୍ଟ୍ୟ ରହିଛି । ଏହି ସ୍ମାର୍ଟଫୋନ୍‌ର ଶୁଭାରମ୍ଭ ଅବସରରେ ରିଅଲମି ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ରିଅଲ୍‌ମିର ଉପାଧ୍ୟକ୍ଷ ଶ୍ରୀ ମାଧବ ସେଠ୍ କହିଚନ୍ତି ଯେ, “”ଆମର ଏଂଟ୍ରି ଲେଭେଲ ସି ସିରିଜ୍ ସ୍ମାର୍ଟଫୋନ୍‌କୁ ଭାରତରେ ଆମର ବିଶ୍ୱସନୀୟ ଉପଭୋକ୍ତାଙ୍କଠାରୁ ଚମତ୍କାର ପ୍ରତିକ୍ରିୟା ମିଳିଥିଲା ଓ ଆମେ ଏହି ସ୍ମାର୍ଟଫୋନ୍‌ର ୧୦.୨ ନିୟୁତ ୟୁନିଟ୍ ବିକ୍ରି କରିଥିଲୁ । ଏହାକୁ ଦୃଷ୍ଟିରେ ରଖି ସି୩ କ୍ଷେତ୍ରରେ ମଧ୍ୟ ଆମକୁ ସମାନ ସଫଳତା ମିଳିବ ବୋଲି ଆମେ ଆଶା ରଖିଛୁ ।


Share It

Comments are closed.