ବଜାରକୁ ଆସିଲା ରିଅଲମି ୧ ସ୍ମାର୍ଟଫୋନ


ଓପୋର ସବ୍-ବ୍ରାଣ୍ଡ ରିଅଲମି ପକ୍ଷରୁ ଏହାର ପ୍ରଥମ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଏହି ପ୍ରଥମ ସ୍ମାର୍ଟଫୋନର ନାମ ରିଅଲମି ୧ ରଖାଯାଇଛି । ଏଥିରେ ୬ ଇଞ୍ଚର ଫୁଲ୍ ଏଚ୍ଡି ଡିସପ୍ଲେ ରହିଛ, ଯାହାକିି ଗ୍ରାହକମାନଙ୍କୁ ଅଭୂତପୂର୍ବ ଭିଡିଓ ଓ ଫଟୋ ଅନୁଭୁତି ପ୍ରଦାନ କରିବ ।
ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏହାର ୨ଟି ଭ୍ୟାରିଏଣ୍ଟର ଶୁଭାରମ୍ଭ କରାଯାଇଛି । ପ୍ରଥମ ଭ୍ୟାରିଏଣ୍ଟଟିରେ ୩ଜିବି ର୍ୟାମ୍ ଏବଂ ୩୨ଜିବି ଷ୍ଟୋରେଜ ବ୍ୟବସ୍ଥା ରହିଛି, ଯାହାରକି ମୂଲ୍ୟ -୮,୯୯୦ ଟଙ୍କା । ସେହିପରି ଏହାର ଦ୍ୱିତୀୟ ଭ୍ୟାରିଏଣ୍ଟରେ ୬ଜିବି ରାମ ଏବଂ ୧୨୮ଜିବିର ଷ୍ଟୋରେଜ ବ୍ୟବସ୍ଥା ରହିଛି, ଯାହାରକି ମୂଲ୍ୟ ୧୩,୯୯୦ ଟଙ୍କା ରହିଛି । ଏହି ଦୁଇଟି ଭ୍ୟାରିଏଣ୍ଟର ସ୍ମାର୍ଟଫୋନ କେବଳ ସ୍ୱତନ୍ତ୍ର ଭାବରେ ଆମାଜନ ଇଣ୍ଡିଆରେ ହିଁ ଉପଲବ୍ଧ ହେବ । ଏହି ରିୟଲମି ୧ରେ ଆଣ୍ଡ୍ରଏଡ ୮.୧ ରହିଥିବା ବେଳେ ଏହାର ବ୍ୟାଟେରୀ କ୍ୟାପାସିଟି ୩୪୧୦ଏମଏଏଚ ରହିଛି ।
ଏଥିରେ ରହିଛି ୧୩ ମେଗାପିକ୍ସେଲ ବିଶିଷ୍ଟ ପଛ କ୍ୟାମେରା ଓ ୮ ମେଗାପିକ୍ସେଲର ସାମନା କ୍ୟାମେରା ସହ ଏଲ୍ଇଡି ଫ୍ଲାସ୍, ଯାହା ଗ୍ରାହକଙ୍କୁ ଉତ୍ତମ ଫଟୋ ଅନୁଭୂତି ପ୍ରଦାନ କରିବ । ଏହା ମିରର୍ ବ୍ଲାକ୍ ରଙ୍ଗ ସହିତ ତିନୋଟି ଭାରିଆଣ୍ଟରେ ଉପଲବ୍ଧ । । ଆଗକୁ ଏହା ସୋଲାର ରେଡ୍ ରଙ୍ଗରେ ମଧ୍ୟ ଉପଲବ୍ଧ ହେବ । ଏଥିରେ ତିନୋଟି ସ୍ଲଟ୍ ସହିତ ହାଇ ସିକ୍ୟୁରିଟି ପାଇଁ ଫେସ୍ ସ୍କାନ୍ ଅନଲକ୍ ସିଷ୍ଟମ୍ ରହିଛ ।
ଏହି ସ୍ମାର୍ଟଫୋନଟି ଡୁଆଲ ସିମ ବିଶିଷ୍ଟ ଅଟେ । ସଂଯୋଗୀକରଣ ଦୃଷ୍ଟିରୁ ଏଥିରେ ୱାଇ-ଫାଇ, ଜିପିଏସ, ବ୍ଲୁଟୁଥ, ୟୁଏସବି ଓଟିଜି, ଏଫଏମ, ୩ଜି ଏବଂ ୪ଜି ବ୍ୟବସ୍ଥା ରହିଛି ।


Share It

Comments are closed.