ବଢିଲା ରେପୋ ରେଟ୍। ରେପୋରେଟ୍ ବୃଦ୍ଧି ପରେ ପୁଣି ମହଙ୍ଗା ହେବ ଋଣ। ରେପୋରେଟ୍ ୦.୩୫%କୁ ବୃଦ୍ଧି କଲା ଆର୍ବିଆଇ। ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ ବଢାଇ ୬.୨୫% କରିଥିବା ଆଜି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି କରାଯାଇଛି। ମୁଦ୍ରାସ୍ପୀତିକୁ ଦୃଷ୍ଟିରେ ରଖି ଆର୍ବିଆଇ ମନିଟାରୀ କମିଟିରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, କାର୍, ବାସଗୃହ ଓ ଅନ୍ୟାନ୍ୟ ଋଣ ପରିଶୋଧ କିସ୍ତି (ଇଏମ୍ଆଇ) ବୃଦ୍ଧି ପାଇବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (ଏମପିସି) ବୈଠକ ପରେ ରେପୋ ହାର ବୃଦ୍ଧି କରିବାକୁ ଆରବିଆଇ ଗଭର୍ଣ୍ଣର ଘୋଷଣା କରିଛନ୍ତି। ରେପୋ ହାରରେ ଆରବିଆଇ ୦.୩୫% ବୃଦ୍ଧି ଘୋଷଣା କରିଛି। ବର୍ତ୍ତମାନ ଆରବିଆଇର ରେପୋ ହାର ୫.୪% ରୁ ୬.୨୫% କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଅକ୍ଟୋବର ଏବଂ ଅଗଷ୍ଟରେ ଆରବିଆଇ ରେପୋ ହାରକୁ ୫୦ ବେସିସ୍ ପଏଣ୍ଟକୁ ବୃଦ୍ଧି କରିଥିଲା। ମେ ମାସରେ ଅନୁଷ୍ଠିତ ବୈଠକରେ ରେପୋ ହାର ୫୦ ବେସିସ୍ ପଏଣ୍ଟକୁ ୪.୯୦% କୁ ବୃଦ୍ଧି କରାଯାଇଥିଲା।
Prev Post
Comments are closed.