କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ରଣବିର ସିଂହ


ରଣବିର ସିଂହ ଫ୍ୟାନଙ୍କ ପାଇଁ ବର୍ତ୍ତମାନ ଖୁସିର ଖବର । ସେ ଆଗୀମ ଦିନମାନଙ୍କରେ ଅନେକ ଗୁଡିଏ ହିଟ ଫିଲ୍ମକୁ ନେଇ ବଲିଉଡରେ ଧମାଲ ମଚେଇବାକୁ ଯାଉଛନ୍ତି । ରଣବିର ବର୍ତ୍ତମାନ ରୋହିତ ସେଟ୍ଟୀଙ୍କ ସହ “ଶିମ୍ବା” ଫିଲ୍ମର ସୁଟିଙ୍ଗରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟ ପକ୍ଷରେ ସେ ଜୋୟା ଅଖତରଙ୍କର ଫିଲ୍ମ “ଗଲ୍ଲି ବୟ”ର ସୁଟିଙ୍ଗକୁ ସମାପ୍ତ କରିସାରିଛନ୍ତି ।
ଏହି ସବୁକୁ ବାଦ ଦେଇ ସେ ଅନ୍ୟ ଏକ ଫିଲ୍ମକୁ ନେଇକି ବହୁତ ଚର୍ଚ୍ଚାରେ ରହିଛନ୍ତି । ରଣବିର ବହୁତ ଶୀଘ୍ର ପୂର୍ବତ୍ତନ ଭାରତୀୟ କ୍ରିକେଟର “କପିଲ ଦେବ”ଙ୍କ ଜୀବନି ଉପରେ ଆଧାରିତ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ମଧ୍ୟ ହୋଇଗଲାଣି । ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମର ନାମ “୧୯୮୩” ରହିଛି । ଏହି ଫିଲ୍ମଟି ୧୯୮୩ ମସିହାରେ ହୋଇଥିବା କ୍ରିକେଟ ବିଶ୍ୱ କପ ଉପରେ ଆଧାରିତ ହୋଇଛି । ଅପର ପକ୍ଷରେ ଏହି ଫିଲ୍ମର ରିଲିଜ ତାରିଖକୁ ମଧ୍ୟ ଘୋଷଣା କରାଇଦିଆଯାଇଛି । ଟ୍ରେଡ ଆନାଲିଷ୍ଟ “ତରଣ ଆଦର୍ଶ” ନିଜ ଟ୍ୱିଟରେ ଏହି ଫିଲ୍ମର ରିଲିଜ ତାରିଖକୁ ନେଇ ସୂଚନା ଦେଇଛନ୍ତି । ଟ୍ୱିଟରେ ଦେଇଥିବା ସୂଚନା ମୁତାବକ ଫିଲ୍ମଟି ୧୦ ଏପ୍ରେଲ ୨୦୨୦ରେ ରିଲିଜ ହେବ ।

ବର୍ତ୍ତମାନ ଫିଲ୍ମର କାଷ୍ଟିଙ୍ଗ ଏବଂ ସ୍କ୍ରିପ୍ଟିଙ୍ଗ ଉପରେ କାମ ଚାଲିଛି । “ବଜରଙ୍ଗୀ ଭାଇଜାନ”, “ ଏକ ଥା ଟାଇଗର” ଏବଂ “ସୁଲତାନ” ଭଳି ସୁପରହିଟ ଫିଲ୍ମର ନିର୍ଦ୍ଦେଶକ “କବୀର ଖାନ” ଏହାକୁ କରୁଛନ୍ତି । ଆପଣଙ୍କୁ କହି ରଖିବାକୁ ଚାହିଁଛୁ କି କପିଲ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ କ୍ରିକେଟ ବିଶ୍ୱ କପ ବିଜୟୀ ହୋଇଥିଲା ।


Share It

Comments are closed.