ଆଉଟ ହେବା ପରେ ଅମ୍ପାୟାରଙ୍କୁ କଟୁ ଶବ୍ଦରେ ଗାଳିକଲେ ଶୁଭମ


ଆଇଏସ ବାନ୍ଦ୍ରା ଷ୍ଟାଡିୟମରେ ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳାଯାଉଥିବାବେଳେ ହଠାତ ଏକ ବିବାଦ ମୁଣ୍ଡ ଟେକିଥିଲେ, ଯେଉଁଥିରେ ପଞ୍ଜାବର ବ୍ୟାଟ୍ସମ୍ୟାନ ଶୁଭମ ଗିଲ ଅମ୍ପାୟାରଙ୍କ ଦ୍ୱାରା ଭୁଲ ନିର୍ଣ୍ଣୟ ସ୍ୱରୁପ ତାଙ୍କୁ ଆଉଟ ଦିଆଯିବା ପରେ ସେ ଅମ୍ପାୟାରଙ୍କୁ କଟୁ ଶବ୍ଦରେ ଗାଳି ଦେଉଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଶୁଭମଙ୍କ ଏହି ବ୍ୟବହାର ପରେ ଅମ୍ପାୟାର ତାଙ୍କ ନିର୍ଣ୍ଣୟ ମଧ୍ୟ ବଦଳାଇ ଦେଇଥିଲେ, ଯେଉଁଥିରେ ଦିଲ୍ଲୀ ଟିମ ମଧ୍ୟ ଅମ୍ପାୟାରଙ୍କ ଉପରେ କ୍ଷୁବ୍ଧ ହୋଇଯାଇଥିଲେ ।
ଅମ୍ପାୟାରଙ୍କର ପୁଣି ଥରେ ନିର୍ଣ୍ଣୟ ବଦଳାଇବାର ନିଷ୍ପତି ପରେ ଦିଲ୍ଲୀ ଟିମ କ୍ଷୁବ୍ଧ ହୋଇଯାଇଥିଲା ଏବଂ ଦିଲ୍ଲୀ ଅଧିନାୟକ ନୀତିଶ ରାଣାଙ୍କ ନେତୃତ୍ୱରେ ଦଳର ସମସ୍ତ ଖେଳାଳୀ ଏହାକୁ ପ୍ରତିବାଦ କରି ପଡିଆରୁ ବାହାରକୁ ଚାଲିଯିବାର ନିଷ୍ପତି ନେଇଥିଲେ । ଏଥିପାଇଁ ମ୍ୟାଚଟିକୁ କିଛି ସମୟ ପାଇଁ ବନ୍ଦ କରାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ମ୍ୟାଚ ରେଫରିଙ୍କୁ ଏହି ଘଟଣାରେ ମୁଣ୍ଡ ପୂରାଇବାକୁ ପଡିଥିଲା, ଯାହାଫଳରେ କିଛି ସମୟରେ ପୁଣିଥରେ ମ୍ୟାଚଟି ଆରମ୍ଭ ହୋଇପାରିଥିଲା ଏବଂ ଶୁଭମଙ୍କୁ ବୁଝାସୁଜା କରାଇବା ସେ ଶେଷରେ ପାଭିଲିୟନ ଫେରିଥିଲେ ।


Share It

Comments are closed.