କଂଗ୍ରେସର “ଭାରତ ଯୋଡ ଯାତ୍ରା”, ୧୫୦ ଦିନରେ ୩୫୭୦ କିମିର ପଦଯାତ୍ରା କରିବେ ରାହୁଲ


କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିଠାରୁ ଏକ ବଡ ପଦଯାତ୍ରା କରିବାକୁ ଯାଉଛନ୍ତି। ଆଜିଠାରୁ ସେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିବେ। କଂଗ୍ରେସର ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀ ରୁ ଆରମ୍ଭ ହୋଇ କାଶ୍ମୀର ପର୍ଯ୍ୟନ୍ତ ୩୭୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ପଦଯାତ୍ରା କରିବେ। ଏହି ଯାତ୍ରା ପୂରା କରିବାକୁ ପ୍ରାୟ ପାଞ୍ଚ ମାସ କିମ୍ବା ୧୫୦ ଦିନ ଲାଗିବ। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ କଂଗ୍ରେସ ଦଳ ଏଥିପାଇଁ ବଡଧରଣର ପ୍ରସ୍ତୁତି ଆରମ୍ଭ କରିଛି। ଭାରତ ଯୋଡ ଯାତ୍ରାରେ ଅଂଶଗ୍ରହଣ କରୁଥିବା ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯାତ୍ରା ସମୟରେ ହୋଟେଲରେ କେହି ରହିବେ ନାହିଁ। ଯାତ୍ରୀମାନଙ୍କ ରହିବା ପାଇଁ କଂଗ୍ରେସ ଦଳ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ତେବେ କଣ ରହିଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ବିଧିବ୍ୟବସ୍ତା ଆସନ୍ତୁ ଜାଣିବା….

ଭାରତ ଯୋଡ଼ ଯାତ୍ରାରେ କୌଣସି ବି କର୍ମୀ ହୋଟେଲାରେ ରହିବେ ନାହିଁ। ରାତିରେ ସେମାନଙ୍କ ପାଇଁ କଣ୍ଟେନରର ବ୍ୟବସ୍ଥା କରାଯାଇଛି। ପାଖାପାଖି ୬୦ଟି କଣ୍ଟେନର ଯାତ୍ରା ଭିତରେ ମହଜୁଦ ରହିବ। କିଛି କଣ୍ଟେନରରେ ଶୋଇବା ପାଇଁ ଖଟ, ଏସି ଓ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ରାହୁଲ ଗାନ୍ଧୀ ଗୋାଟିଏ କଣ୍ଟେନରରେ ଏକା ରହିବେ। ତେବେ ଅନ୍ୟ କଣ୍ଟେନରରେ ଅନ୍ୟନେତାମାନେ ଏକତ୍ର ହୋଇ ରହିବେ। ପ୍ରତ୍ୟେକ ଦିନର ଯାତ୍ରା ପରେ ନୂଆ ନୂଆ ଜାଗାରେ ତଥା ଗାଁ ଗୁଡ଼ିକର ଶେଷ ମୁଣ୍ଡରେ କଣ୍ଟେନର ଗୁଡ଼ିକ ରହିବ। ଯାତ୍ରୀମାନେ ରାସ୍ତା ଉପରେ ଖାଦ୍ୟ ଖାଇବେ।

ପାଣିପାଗ ଦ୍ବାରା ଯେପରି ଯାତ୍ରା ଉପରେ କିଛି ପ୍ରଭାବ ନପଡ଼େ, ତାକୁ ନଜରରେ ରଖି କଣ୍ଟେନର ବ୍ୟବସ୍ଥା କରାଯାଇଛି। କର୍ମୀମାନେ ପ୍ରତ୍ୟେକ ଦିନ ୬-୭ ଘଣ୍ଟା ପଦଯାତ୍ରା କରିବେ। କର୍ମୀଙ୍କ ପାଇଁ ଦୁଇଟି ବ୍ୟାଚ୍ ପ୍ରସ୍ତୁତ କରାଯାଇଛି। ପ୍ରଥମ ବ୍ୟାଚ୍ ସକାଳ ୭ ଟାରୁ ୧୦.୩୦ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ବ୍ୟାଚ୍ ଅପରାହ୍ନ ୩.୩୦ ରୁ ୬.୩୦ ପର୍ଯ୍ୟନ୍ତ ଚାଲିବ। ଦୈନିକ ପ୍ରାୟ ୨୨ ରୁ ୨୩ କିଲୋମିଟର ଚାଲିବାକୁ ଯୋଜନା କରାଯାଇଛି। ସନ୍ଧ୍ୟା ବ୍ୟାଚ୍ ସ୍ୱତନ୍ତ୍ର ହେବ କାରଣ ଏଥିରେ ଜନସାଧାରଣ ଅଂଶଗ୍ରହଣ କରିବେ।

ଭାରତ ଯୋଡ଼ର ସର୍ବ ପୁରାତନ ସଦସ୍ୟ ହେଉଛନ୍ତି ରାଜସ୍ଥାନର କଂଗ୍ରେସ ନେତା ୫୮ ବର୍ଷୀୟ ବିଜୟନ୍ଦ୍ର ସିଂ ମହଲୱତ। କନିଷ୍ଠ ସଦସ୍ୟଙ୍କ ଭିତରେ ରହିଛନ୍ତି ୨୫ ​​ବର୍ଷୀୟ ଆଜାମ ଜୋମ୍ବଲା ଏବଂ ବିମ ବାଇ। ଏମାନେ ଉଭୟ ଅରୁଣାଚଳ ପ୍ରଦେଶର ଅଟନ୍ତି। ସେପଟେ କହ୍ନୈୟା କୁମାର, ପୱନ ଖେରା ମଧ୍ୟ ରାହୁଲ ଗାନ୍ଧୀଙ୍କ ଯାତ୍ରା ଦଳର ଏକ ଅଂଶ। ଭାରତ ଯୋଡ଼ ଯାତ୍ରାରେ ପ୍ରାୟ ୩୦ ପ୍ରତିଶତ ମହିଳା ଅଟନ୍ତି।

ଯାତ୍ରା ନକ୍ସା ଅନୁଯାୟୀ, ଭାରତ ଯୋଡ଼ ଯାତ୍ରାରେ ସାମିଲ କର୍ମୀ ଦେଶର ୨୦ ଟି ପ୍ରମୁଖ ସ୍ଥାନ କନ୍ୟାକୁମାରୀ, ଥିରୁଅନନ୍ତପୁରମ୍, କୋଚି, ନିଲାମବୁର, ମଇସୋର, ବେଲାରୀ, ରାଇଚୁର, ବିକାରବାଦ, ନନ୍ଦେଡ, ଜାଲଗାଓଁ ଜାମୋଦ, ଇନ୍ଦୋର, କୋଟା, ଡାଉସା, ଅଲୱାର, ବୁଲନ୍ଦଶହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ, ଜାମ୍ମୁ ଶ୍ରୀନଗରକୁ ଗସ୍ତ କରିବେ। ଏହି ଯାତ୍ରା କେରଳରେ ୧୮ ଦିନ ଏବଂ କର୍ଣ୍ଣାଟକରେ ୨୧ ଦିନ ଚାଲିବ। ଯେଉଁ ଦିନ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ସେହି ଦିନ କର୍ମୀମାନେ କର୍ଣ୍ଣାଟକରେ ପହଞ୍ଚିଥିବେ। କର୍ମୀମାନେ ୧୫୦ ଦିନରେ ୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବେ।


Share It

Comments are closed.