ଓଡିଶାରେ ରାହୁଲ, କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଅଧ୍ୟକ୍ଷ


ଜାତୀୟ କଂଗ୍ରେସ ସଭାପତି ହେବା ପରେ ପ୍ରଥମଥର ପାଇଁ ରାହୁଲ ଆଜି ଓଡିଶା ଗସ୍ତରେ ଆସିଛନ୍ତି । ସେ ଆଜି ସକାଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱରରେ ସେ ପହଞ୍ଚିବା ପରେ ବିପୁଳ ସଂଖ୍ୟକ କଂଗ୍ରେସ କର୍ମୀଙ୍କ ସମେତ ଅନେକ ବରିଷ୍ଠ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି ଏବଂ ବିରୋଧି ଦଳ ନେତା ନରସିଂହ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ନେତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
ସେପଟେ ସାଧାରଣ ନିର୍ବାଚନ ଆଉ କେତେଟା ଦିନ ବାକି ଥିବାବେଳେ ରାହୁଲଙ୍କ ଓଡିଶାଗସ୍ତ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି ।
ରାହୁଲ ବିମାନବନ୍ଦରରୁ ବାହାରୀ ସିଧାସଳଖ ମେଫେୟାର ଯାଇଛନ୍ତି ବର୍ତ୍ତମାନ ସେ ସେଠାରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବାପରେ କର୍ମୀଙ୍କୁ ଉଦବୋଧନ ଦେବା ପାଇଁ ତମାଣ୍ଡୋ ମିନି ଷ୍ଟାଡିୟମ ଆଭିମୁଖେ ଅଗ୍ରସର ହେବେ ।


Share It

Comments are closed.