ଟି-୨୦ ବିଶ୍ୱକପ ପୂର୍ବରୁ ବିସିସିଆଇ ସମ୍ମୁଖରେ ଦୁଇଟି ସର୍ତ୍ତ ରଖିଲେ ଦ୍ରାବିଡ


ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ପରେ କୋଚ୍‌ ରାହୁଲ୍‌ ଦ୍ରାବିଡ଼ଙ୍କ ଚିନ୍ତା ବଢିଯାଇଛି । ବିଶ୍ୱ କପ୍‌ ପୂର୍ବରୁ ଟିମ୍‌ର ପ୍ରସ୍ତୁତି ନେଇ କୋଚ୍‌ ରାହୁଲ ଦ୍ରାବିଡ଼ ବୋର୍ଡ ସମ୍ମୁଖରେ ଦୁଇଟି ପ୍ରସ୍ତାବ ରଖିଛନ୍ତି । ଏହି ପ୍ରସ୍ତାବକୁ ଖୁବଶୀଘ୍ର ପାଳନ କରିବାକୁ ମଧ୍ୟ ବୋର୍ଡକୁ ଅନୁରୋଧ କରିଛନ୍ତି ।

ତେବେ ବୋର୍ଡ ସମ୍ମୁଖରେ କୋଚ୍‌ ଦ୍ରାବିଡ଼ ରଖିଥିବା ଦୁଇଟି ସର୍ତ୍ତ ମଧ୍ୟରୁ ଗୋଟିଏ ହେଉଛି ଯେ, ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଆୟୋଜନା ହେବାକୁ ଯାଉଛି । ତେଣୁ ଆମକୁ ସେଠାରେ ଅଧିକ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳିବାକୁ ଦିଆଯାଉଛି । ଆଇସିସି ପକ୍ଷରୁ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳିବାକୁ ଦିଆଯାଇଛି । କିନ୍ତୁ ଆମ ଟିମ୍‌ ସେଠାରେ ଆହୁରୀ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳିବାକୁ ପଡିବ । ସେହିପରି ଆଉ ଗୋଟିଏ ସର୍ତ୍ତ ହେଉଛି କି , ଧାର୍ଯ୍ୟ ସମୟର ଏକ ସପ୍ତାହ ପୂର୍ବରୁ ଟିମ୍‌କୁ ଅଷ୍ଟ୍ରେଲିଆ ଯିବାକୁ ପଡିବ । କିଛି ଦିନ ଆଗରୁ ଯଦି ଟିମ୍‌ ଅଷ୍ଟ୍ରେଲିଆ ଯାଏ । ତେବେ ପାଣିପାଗ ସହିତ ଖାପ ଖୁଆଇବା ସହଜ ହେବ ବୋଲି କୋଚ୍‌ କହିଛନ୍ତି ।

ସେପଟେ କୋଚ୍‌ଙ୍କୁ ଦୁଇଟି ପ୍ରସ୍ତାବ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ବୋର୍ଡ ଅନ୍ୟ ଦେଶମାନଙ୍କ ସହିତ କଥା ହେଉଛି । ଯେଉଁ ଦେଶ ଆମେ ସହିତ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳିବାକୁ ରାଜି ହେବ । ସେହି ଦେଶ ସହିତ ଆମେ ସେଠାରେ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳିବୁ । ବାକି ରହିଲା ଟିମ୍ ଇଣ୍ଡିଆ ଅକ୍ଟୋବର ୫ ବେଳକୁ ଅଷ୍ଟ୍ରେଲିଆ ଗସ୍ତ କରିପାରେ ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ । ଏଥିଲାଗି ଆଇସିସି ଭାରତୀୟ ଟିମ୍‌ ଲାଗି ଅକ୍ଟୋବର ୧୭ ଓ ୧୮ରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ରଖିଛି । ୧୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଥିବା ବେଳେ ୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ଅଭ୍ୟାସ ମ୍ୟାଚ୍‌ ।


Share It

Comments are closed.