ବଲିଉଡରେ କାମ କରି ମୋଟା ଆକାରର ଟଙ୍କା ଆୟ କରନ୍ତି ଏହି ପାକିସ୍ତାନୀ କଳାକାର


ଗତ ୧୪ ଫେବୃଆରୀ ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ବିସ୍ପୋରଣ ଯୋଗୁଁ ୪୦ ଉଦ୍ଧ୍ୱର୍ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନେକ ବର୍ଷ ଧରି ଭାରତ ଉପରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ରହିଥିବାବେଳେ ଦୀର୍ଘ ୩୦ ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ଆକ୍ରମଣ । ଏହି ଘଟଣାକୁ ନେଇ ପୂରା ଦେଶର ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶମୂଳକ ମନୋଭାବ ଭରି ରହିଥିବାବେଳେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଏହି ଘଟଣାକୁ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି ।
ଏହି ଆତ୍ମଘାତି ଆତଙ୍କବାଦୀ ବିସ୍ପୋରଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ବିଭିନ୍ନ ମହଲରୁ ସହଯୋଗର ହାତ ବଢାଯାଇଥିବାବେଳେ ଏଥିରୁ ବାଦ ପଡି ନାହାନ୍ତି ବଲିଉଡ ଅଭିନେତା ।
ଏହି ଆକ୍ରମଣ ପରେ ବଲିଉଡରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ କାମ ନ ଦେବା ପାଇଁ ଖୁବ ଜୋରସେ ଦାବୀ ଉଠୁଛି । ଏହାକୁ ଦଷ୍ଟିରେ ରଖି ସଙ୍ଗୀତ ନିର୍ମାତା କମ୍ପାନୀ ଟି-ସିରିଜ ନିଜର ୟ୍ୟୁଟୁବ ଚ୍ୟାନେଲରେ ପାକିସ୍ତାନୀ ସିଙ୍ଗର ‘ଆତିଫ ଅସଲମ’, ରାହତ ଫତେ ଅଲ୍ଲୀ ଖାନଙ୍କର ସମସ୍ତ ଭିଡିଓ ୟ୍ୟୁଟୁବରୁ ହଟାଇ ଦେଇଥିବାବେଳେ ବର୍ତ୍ତମାନ ସଲମାନ ମଧ୍ୟ ପାକିସ୍ତାନୀ କଳାକାରଙ୍କ ପ୍ରତି ସମାନ ଢଙ୍ଗର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।
ସଲମାନ ନିଜର ଆଗାମୀ ଫିଲ୍ମ ‘ନୋଟବୁକ’ରୁ ପାକିସ୍ତାନୀ ଗାୟକ ‘ଆତିଫ ଅସଲମ’ଙ୍କୁ ବାହାର କରିଦେଇଛନ୍ତି । ତେବେ ପାକିସ୍ତାନର ଆଉ ଦୁଇ ଜଣ କଳାକାର ‘ଫାୱାଦ ଖାନ’ ଏବଂ ‘ମାହିରା ଖାନ’ଙ୍କୁ ଅନେକ ଦିନ ହେବ ବଲିଉଡରେ କାମ ମିଳୁ ନାହିଁ । ତେବେ ଏହି ସମସ୍ତ କଳାକାର ଭାରତରୁ ମୋଟା ରକମର କେତେ ଟଙ୍କା ନିଅନ୍ତି ଆପଣ ଜାଣନ୍ତି କି ?
ଫାୱାଦ ଖାନଙ୍କ ନାମ ଆପଣ ସମସ୍ତେ ତ ଜାଣିଥିବେ । ଯିଏକି ‘ୟେ ଦିଲ ହେ ମୁସକିଲ’ ଏବଂ ‘ଖୁବସୁରତ’ ଭଳି ଫିଲ୍ମରେ ଅଭିନୟ କରି ସାରିଛନ୍ତି । ତେବେ ସେ ଗୋଟିଏ ଫିଲ୍ମ ପାଇଁ ୨ କୋଟି ଟଙ୍କା ଚାର୍ଜ କରୁଥିବାବେଳେ ଭାରତରେ ଅନେକ ବିଜ୍ଞାପନ ମଧ୍ୟ କରନ୍ତି । ଅନ୍ୟପଟେ ଗାୟକ ଏବଂ କଳାକାର ଅଲ୍ଲି ଜାଫର ଗୋଟିଏ ଫିଲ୍ମ ପାଇଁ ୨ କୋଟି ଟଙ୍କା ମଧ୍ୟ ଚାର୍ଜ କରିଥାନ୍ତି । ସେହିଭଳି ବଲିଉଡର ଲୋକପ୍ରିୟ ଗାୟକ ‘ଆତିଫ ଅସଲମ’ ଗୋଟିଏ ଗୀତ ପାଇଁ ୧୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।


Share It

Comments are closed.