କଂଗ୍ରେସ ଛାଡ଼ି ଶିବସେନାରେ ପ୍ରିୟଙ୍କା


ବର୍ତ୍ତମାନ ଦେଶରେ ନିର୍ବାଚନର ତାତି ଜୋର୍ ଧରିଥିବାବେଳେ କଂଗ୍ରେସ ମୂଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଗତକାଲି ରାତିରେ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ତାଙ୍କୁ ଦଳର କେତେକ ସଦସ୍ୟ ଅସଦାଚରଣ କରିଥିଲେ, ଯାହା ଫଳରେ କଂଗ୍ରେସ ସେମାନଙ୍କୁ ଦଳରୁ ବହିଷ୍କାର କରିଥିଲା । କିନ୍ତୁ ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି ଦଳ ସେମାନଙ୍କୁ ଗ୍ରହଣ କରିଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ପ୍ରିୟଙ୍କା ।

ଏହି କଂଗ୍ରେସ କର୍ମୀମାନେ ପ୍ରିୟଙ୍କାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଦଳରୁ ବହିଷ୍କୃତ ହୋଇଥିଲେ । କିନ୍ତୁ ନିର୍ବାଚନ କାରଣରୁ ଓ ସ୍ଥାନୀୟ କର୍ମୀମାନଙ୍କୁ ଖୁସି ରଖିବା ପାଇଁ କଂଗ୍ରେସ ଏଭଳି ପଦକ୍ଷେପ ନେଇଛି । ସେମାନଙ୍କ ପୁନଃସ୍ଥାପନାକୁ ୟୁପି କଂଗ୍ରେସ ଡିସିପ୍ଲିନାରୀ କମିଟି ଏକ ପତ୍ର ମାଧ୍ୟମରେ ଘୋଷଣା କରିଛି । ଏହି ପଦକ୍ଷେପ ପାଇଁ ବରିଷ୍ଠ ଦଳୀୟ କର୍ମୀମାନଙ୍କୁ ତୀବ୍ର ନିନ୍ଦା କରିଛନ୍ତି ପ୍ରିୟଙ୍କା ।
ପ୍ରିୟଙ୍କାଙ୍କ ଏହି ପଦକ୍ଷେପକୁ ଦେଶର ବିଭିନ ପ୍ରାନ୍ତରୁ ସମର୍ଥନ ମିଳିଛି ଓ ଏହି ସମର୍ଥନ ପାଇଁ ସେ ଟ୍ୱିଟର ମାଧ୍ୟମରେ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ତେବେ ଗତ ୧୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟରତ ଥିବା ପ୍ରିୟଙ୍କା ବର୍ତ୍ତମାନ ଦଳରୁ ବାହାରି ଶିବସେନାରେ ଯୋଗ ଦେଇଛନ୍ତି ।


Share It

Comments are closed.