ପ୍ରିୟଙ୍କା ଗାନ୍ଧୀଙ୍କ ୪୭ତମ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି କଥା


ଆଜି ହେଉଛି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ୪୭ତମ ଜନ୍ମ ଦିନ । ୧୨ ଜାନୁଆରୀ ୧୯୭୨ରେ ଜନ୍ମ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ହେଉଛି ୪୭ ତମ ଜନ୍ମ ଦିନ । ତେବେ ତାଙ୍କର ଏହି ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରରେ କିଛି କଥା ।
ପ୍ରିୟଙ୍କା ଗାନ୍ଧୀ ପ୍ରତ୍ୟେକ୍ଷ ରାଜନୀତିରେ ନଥିଲେ ମଧ୍ୟ ନିର୍ବାଚନ ସମୟରେ କଂଗ୍ରେସର ବିଜୟ ପାଇଁ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସେ ପରଦା ପଛରେ ରହିଥିବା ଜଣେ ଏଭଳି ନେତ୍ରୀ ଯିଏକି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ଗତ ବର୍ଷ କଂଗ୍ରେସ ନେତା ଏବଂ ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଗେମ ଚେଞ୍ଜର ବୋଲି କହିବା ସହ ୨୦୧୯ରେ ପ୍ରିୟଙ୍କା ଜାତୀୟ ରାଜନିତୀରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ସ୍ପଷ୍ଟ ରୂପେ କହିଥିଲେ ।

କେବଳ ଏତିକି ନୁହେଁ ୨୦୧୮ରେ କଂଗ୍ରେସ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ, “ପ୍ରିୟଙ୍କା ଚଳିତ ବର୍ଷ ନିର୍ବାଚନରେ ପ୍ରାର୍ଥୀ ରୂପେ ଠିକ ହୁଅନ୍ତୁ କିମ୍ବା ନହୁଅନ୍ତୁ କିନ୍ତୁ ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ କିଛି ବୃହତ ଚିନ୍ତା କରିଛନ୍ତି ।”
ପ୍ରକାଶ ଥାଉକି ପ୍ରିୟଙ୍କା, ସୋନିଆ ଏବଂ ରାହୁଲଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀ ଏବଂ ଆମିଠିରେ ନିର୍ବାଚନୀ ପ୍ରଚାରରେ ଓହ୍ଲାଇଥିଲେ, ଯାହାର ପ୍ରଭାବ ବେଶ ଭଲ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଗରିବ ଏବଂ ଦଳିତଙ୍କ ସହ ଏଭଳି ଭାବରେ ମିଳିମିଶି ଯାନ୍ତି, ଯେପରି ସେମାନେ ତାଙ୍କ ପରିବାର ସଦସ୍ୟଙ୍କ ଭଳି ।
ଅନେକଙ୍କ କହିବା କଥା ସେ ହେଉଛନ୍ତି ଦ୍ୱିତୀୟ ଇନ୍ଦିରା ଗାନ୍ଧୀ । କାରଣ ତାଙ୍କ ଜୀବନଶୈଳୀ ଏବଂ ଚାଲିଚଳନ ପୂରା ଇନ୍ଦିରା ଗାନ୍ଧୀଙ୍କ ଭଳି । କେବଳ ଏତିକି ନୁହେଁ କେହି କେହି ତାଙ୍କ ଏହା ମଧ୍ୟ କୁହନ୍ତି ଯେ, ତାଙ୍କ ଭିତରେ ଏକ ‘ନ୍ୟାଚୁରାଲ ଲିଡର’ର ଗୁଣ ମହଜୁଦ ରହିଛି ।
ସେ ୧୯୯୭ରେ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିବାବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।


Share It

Comments are closed.