ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରିୟଙ୍କା ଏବଂ ନିକି !


ବଲିଉଡର ଚର୍ଚ୍ଚିତ ତାରକା ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ ପପ ଷ୍ଟାର ତଥା ଅଭିନେତା ନିକ ଜୋନାସଙ୍କ ପ୍ରେମ ସମ୍ପର୍କକୁ ନେଇ କିଛି ଦିନ ଧରି ଖୁବ ଚର୍ଚ୍ଚା ହୋଇଆସୁଛି । ନିକ୍ ଜୋନାସ ଜଣେ ଆମେରିକୀୟ ଗାୟକ, ଗୀତିକାର ଏବଂ ଅଭିନେତା ମଧ୍ୟ । କ୍ୟାଣ୍ଟିକୋରେ ଚମତ୍ମକାର ଅଭିନୟ ପରେ ପ୍ରିୟଙ୍କା ହଲିଉଡରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପିସି ନିକ୍ଙ୍କ ଠାରୁ ୧୦ ବର୍ଷ ବଡ, ନିକ୍ଙ୍କୁ ୨୫ ବର୍ଷ ଏବଂ ପ୍ରିୟଙ୍କା ୩୫ବର୍ଷର । ନିକ୍ ଲସ ଆଞ୍ଜଲେସର ବାସିନ୍ଦା । ପ୍ରଥମେ ପ୍ରିୟଙ୍କା ବୟଫ୍ରେଣ୍ଡ ନିକଙ୍କ ସହିତ ନିଜର ସମ୍ପର୍କକୁ ହସରେ ଉଡାଇବା ସହିତ କେବଳ ବନ୍ଧୁତା ବୋଲି କହିଥିଲେ । ବର୍ତ୍ତମାନ ପ୍ରିୟଙ୍କା ୟୁଏସରେ ରହୁଥିବା ବେଳେ କିଛି ଦିନ ଧରି ଭାରତରେ ନିଜର ବୟଫ୍ରେଣ୍ଡ ନିକ୍ଙ୍କ ସହିତ ମୁମ୍ବାଇ ଏବଂ ଗୋଆରେ ନଜର ଆସିଥିଲେ ।
ନିକ୍ ଏବଂ ପ୍ରିୟଙ୍କା ଲସ ଆଞ୍ଜଲେସରେ ଏକ ଡିନର ଡେଟରେ ସ୍ପଟ ହୋଇଥିବା ବେଳେ ପରେ ପ୍ରିୟଙ୍କା ନିକ୍ଙ୍କ କଜିନ ଭଉଣୀଙ୍କ ବିବାହରେ ଯୋଗ ଦେଇଥିଲେ । ଗତ କିଛି ଦିନ ଧରି ନିକ୍ ଏବଂ ପ୍ରିୟଙ୍କା ଭାରତରେ ଥିବା ପିସିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସ୍ପଷ୍ଟ ହୋଇଛି । ଜୁନ ୨୧ରେ ଉଭୟ ମୁମ୍ବାଇ ଆସିବା ପରେ ନିକ୍ ଏବଂ ପିସି ଉଭୟ ବାନ୍ଦ୍ରା ସ୍ଥିତ ଏକ ହୋଟେଲରେ ରାତ୍ରି ଭୋଜନରେ ଯାଇଥିଲେ, ସେଠାରେ ପ୍ରିୟଙ୍କାଙ୍କ ମା ମଧୁ ମଧ୍ୟ ଉପସ୍ଥିତ ଥିଲେ । ପରେ ସେମାନେ ଗୋଆରେ ପରିଣିତି ଚୋପ୍ରା ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସହିତ ଥିବା କଥା ମଧ୍ୟ ଇନଷ୍ଟାଗ୍ରାମର ଫଟୋ ଏବଂ ଭିଡିଓରୁ ସ୍ପଷ୍ଟ ହୋଇଛି । ଏକ ସୂତ୍ର ଅନୁଯାୟୀ, ପ୍ରିୟଙ୍କା ଏବଂ ନିକ୍ ଜୁଲାଇ ଶେଷ ଏବଂ ଅଗଷ୍ଟ ପ୍ରଥମରେ ବିବାହ କରିପାରନ୍ତି ।


Share It

Comments are closed.