ଭାରତକୁ ଲାଗିଲା ବଡ ଝଟକା, ଆହତ ହେଲେ ‘ପୃଥିବୀ ସ’


ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜ ପୂର୍ବରୁ ଭାରତକୁ ଏକ ବଡ ଝଟକା ଲାଗିଛି । ଭାରତୀୟ ଦଳର ଓପନର ‘ପୃଥିବୀ ସ’ ଗତ କାଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ ଖେଳିବା ସମୟରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି, ଯାହା ଦ୍ୱାରା ତାଙ୍କୁ ପାଭିଲିୟନକୁ ଫେରାଇ ନିଆଯାଇଥିଲା ।
‘ସ’ ଗତ କାଲି ଡିପ ମିଡ ୱିକେଟରେ ଫିଲ୍ଡିଙ୍ଗ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେ ଗତ କାଲି ଅଷ୍ଟ୍ରେଲିଆ ଏକାଦଶର ଓପନର ‘ମ୍ୟାକ୍ସ ବ୍ରାଏଣ୍ଟ’ଙ୍କର କ୍ୟାଚକୁ ବାଉଣ୍ଡରୀ ଲାଇନ ନିକଟରୁ ଧରିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା ।

‘ସ’ଙ୍କର ଗୋଇଠିରେ ବହୁତ ଜୋରସେ ଆଘାତ ଲାଗିଥିଲା । ତାଙ୍କର ଏହି ଆଘାତ ଯୋଗୁଁ ସେ ପୁଣି ଥରେ ଠିଆ ହେବା ପାଇଁ ସକ୍ଷମ ହୋଇପାରିନଥିଲେ । ତାଙ୍କର ଗୋଡରେ ହୋଇଥିବା ଏହି ଗଭୀର ଆଘାତ ଯୋଗୁଁ ତାଙ୍କୁ ପାଭିଲିୟନକୁ ଫେରାଇନିଆ ଯିବା ପାଇଁ ନିଷ୍ପତି ନିଆଯାଇଥିଲା । ବିସିସିଆଇ ମଧ୍ୟ ଟୁଇଟ କରି ଏହି ଘଟଣାର ସୂଚନା ମଧ୍ୟ ଦେଇଛନ୍ତି ।


Share It

Comments are closed.