ଆରସିବିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କଲେ ଖୋଦ ଦଳର ଅଧିନାୟକ କୋହଲି


ଭାରତୀୟ ଦଳ ଏବଂ ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ନିଜ ଦଳ ଆରସିବି ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ପ୍ରକାଶ ଥାଉକି, ଆରସିବି ବୁଧବାର ଦିନ ସୋସିଆଲ ମିଡିଆରେ ହଠାତ୍ ଅନେକ ଆକାଉଣ୍ଟରୁ ନିଜର ପ୍ରୋଫାଇଲ ଫଟୋ ଏବଂ ନାମକୁ ହଟାଇ ଦେଇଥିବାବେଳେ ଅନ୍ୟପଟେ ଆରସିବି ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ଫଟୋ ଏବଂ ଲୋଗକୁ ହଟାଇ ଦେଇଥିବାରୁ ଅନେକ ଆରସିବିପ୍ରେମୀ ଆଶ୍ଚର୍ଯ୍ୟଚକିତ ମଧ୍ୟ ହୋଇଯାଇଛନ୍ତି ।
ଏହାକୁ ନେଇ ପ୍ରଶଂସକଙ୍କ ସମେତ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ପ୍ରଶ୍ମବାଚୀ ସୃଷ୍ଟି କରିଛନ୍ତି । ଏହି ସଂପର୍କରେ ଆରସିବି ଅଧିନାୟକ ବିରାଟ କୋହଲି ସୂଚନା ଦେଇଥିବାବେଳେ ସେ ଯେତେବେଳେ ଏହାକୁ ଦେଖିଲେ ନିଜ ଆଶ୍ଚର୍ଯ୍ୟଚକିତ ହୋଇ ଦଳ ପ୍ରବନ୍ଧକକୁ ପ୍ରଶ୍ନ ମଧ୍ୟ କରିଥିଲେ । ସେ ଟ୍ୱିଟରରେ ଦଳକୁ ଟ୍ୟାଗ କରି ଲେଖିଛନ୍ତି ଯେ, “ପୋଷ୍ଟ ଅଦୃଶ୍ୟ ହୋଇଗଲା ଏବଂ ଅଧିନାୟକଙ୍କୁ କୌଣସି ସୂଚନା ମଧ୍ୟ ଦିଆ ଗଲା ନାହିଁ । ଦୟା କହିବେ ଯଦି ଆପଣଙ୍କୁ କୌଣସି ସହଯୋଗର ଆବଶ୍ୟକତା ଥାଏ ।”
ବିରାଟଙ୍କ ଛଡା ଏ.ବି ଡିଭିଲିୟର୍ସ ଏବଂ ଚହଲ ମଧ୍ୟ ପ୍ରଶ୍ନ କରିଛନ୍ତି । ଚହଲ ଟ୍ୱିଟ କରି କହିଛନ୍ତି ଯେ, “ଆରେ, ଆରସିବି ଏହା କିପରି ଗୁଗଲି ଅଟେ? ଆପଣଙ୍କ ପ୍ରୋଫାଇଲ ଫଟୋ ଏବଂ ଇନଷ୍ଟାଗ୍ରାମ ପୋଷ୍ଟ କୁଆଡେ ଗଲା ? ”


Share It

Comments are closed.