ଇମ୍ରାନଙ୍କର ବଦଖର୍ଚ୍ଚ ପାକିସ୍ତାନରେ ଚର୍ଚ୍ଚାର ବିଷୟ


ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହେଲିକ୍ୟାପ୍ଟର ଦ୍ୱାରା ନିଜ ଘରକୁ ଯିବା ଆସିବା କରିବାର କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେ ପାକିସ୍ତାନ ଜନତାଙ୍କ ପଇସାକୁ ଅପବ୍ୟବହାର କରୁଥିବାର ଅଭିଯୋଗ ସାମନାକୁ ଆସିଛି । ପ୍ରକାଶ ଥାଉ କି ଇମ୍ରାନ ପିଏମ ରୂପେ ଘୋଷଣା ହେବା ପରେ ସେ କହିଥିଲେ ଯେ, ସେ କେବେବି ପ୍ରଧାନମନ୍ତ୍ରୀ ଆବାସର ବ୍ୟବହାର କରିବେ ନାହିଁ ଏବଂ ପିଏମ ଓ ମନ୍ତ୍ରୀମାନଙ୍କ ଉପରେ ହେଉଥିବା ଖର୍ଚ୍ଚକୁ ନିଶ୍ଚୟ କମ କରିବେ । ଏହା ପରେ ସେ ୧୮ ଅଗଷ୍ଟରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ରୂପେ ଇମ୍ରାନ ଶପଥ ନେବା ପରେ ସେ ଦେଇଥିବା ପ୍ରତିଶୃତିକୁ ବହୁତ ଶୀଘ୍ର ଭୁଲି ଗଲେ । ସେ ବର୍ତ୍ତମାନ ପିଏମ ଆବାସରୁ ନିଜ ଘର ବନି ଗଲାକୁ ହେଲିକ୍ୟାପ୍ଟର ସାହାର୍ଯ୍ୟରେ ଯାତାୟତ କରୁଛନ୍ତି ।
ଇମ୍ରାନଙ୍କର ଏହି ଯାତାୟତ ଖର୍ଚ୍ଚ ଉପରେ ଯେତେବେଳେ ପାକିସ୍ତାନର ସୂଚନା ମନ୍ତ୍ରୀଙ୍କୁ ଏକ ସାକ୍ଷାତାକର ମାଧ୍ୟମରେ ଏହାର ଜବାବ ମଗାଗଲା । ତାଙ୍କର ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲା । ସେ କହିଥିଲେ ଯେ, ପିଏମ ନିଜ ଘରକୁ ଯିବା ପାଇଁ ଯେଉଁ ହେଲିକ୍ୟାପ୍ଟର ବ୍ୟବହାର କରୁଛନ୍ତି, ସେଥିରେ କିଲୋମିଟର ପିଛା ପାକିସ୍ତାନି ମୁଦ୍ରା ଅନୁଯାୟୀ ୫୫ ଟଙ୍କା ଖର୍ଚ୍ଚ ହେଉଛି, ଯେବେକି ନିଜ ଘରକୁ ଯିବା ପାଇଁ ସେ ଯଦି ରୋଡର ବ୍ୟବହାର କରିବେ ତେବେ ତାହା ଠାରୁ ଏଥିରେ ଅଧିକ ଖର୍ଚ୍ଚ ହେବ ବୋଲି ସୂଚନା ଲୋକ ସଂପର୍କ ମନ୍ତ୍ରୀ ଫୱାଦ କହିଥିଲେ । ସେ ଏହା ମଧ୍ୟ କହିଥିଲେ ଇମ୍ରାନ ହେଲିକ୍ୟାପ୍ଟରରେ ଯିବା ଦ୍ୱାରା ଲୋକମାନଙ୍କୁ ରାସ୍ତାରେ ଯିବା ଆସିବା କରିବା ପାଇଁ କୌଣସି ବାଧା ଉପୁଜିବ ନାହିଁ । ଫାୱାଦଙ୍କ ଏହି ବୟାନ ପରେ ଲୋକମାନେ ତାଙ୍କୁ ସୋଲିଆନ ମିଡିଆରେ ଆକ୍ଷେପ କରିବା ଆରମ୍ଭ କିରଦେଲେଣି ।

ପ୍ରକାଶ ଥାଉକି ବର୍ତ୍ତମାନ ପାକିସ୍ତାନର ଅର୍ଥ ବ୍ୟବସ୍ଥା ବହୁତ ସଙ୍ଗୀନ ରହିଛି । ପାକିସ୍ତାନ ବର୍ତ୍ତମାନ ଚୀନ ଏବଂ ଆମେରିକା ଠାରୁ ନେଇଥିବା କରଜରେ ବୁଢି ରହିଛି । ଏହି ଘଟି ସନ୍ଧି ମୂହୁର୍ତ୍ତରେ ପିଏମଙ୍କର ହେଲିକ୍ୟାପ୍ଟର ଦ୍ୱାରା ଘରକୁ ଯାତାୟତ କରିବା ଏକ ଅସ୍ୱାଭାବିକ କଥା ଅଟେ । ବର୍ତ୍ତମାନ ପାକିସ୍ତାନ ସରକାରଙ୍କ ପାଖରେ ମାତ୍ର ୭ଟି ହେଲିକ୍ୟାପ୍ଟଟର ରହିଛି, ଯେଉଁଥରୁ ଦୁଇଟିକୁ ନିଜେ ଇମ୍ରାନ ଖାନ ବ୍ୟବହାର କରୁଛନ୍ତି । ସେ ପ୍ରାୟ “ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଡବ୍ଲୁ-୧୩୯”ହେଲିକ୍ୟାପ୍ଟରର ବ୍ୟବହାର କରିଥାନ୍ତି । ଯେଉଁଥିରେ ପ୍ରତି ନାଁଟିକିଲ ମାଇଲ୍ସ ପିଛା ପାକିସ୍ତାନି ମୁଦ୍ରା ଅନୁଯାୟୀ ୧୬୦୦ ଟଙ୍କା ଖର୍ଚ୍ଚ ହେଉଛି । ଯାହା ଫଳରେ ତାଙ୍କ ଘରକୁ ଦୈନଦିନ ଯିବା ଆସିବା କରିବା ଦ୍ୱାରା ପାକିସ୍ତାନି ମୁଦ୍ରା ଅନୁଯାୟୀ ୧୨,୮୦୦ରୁ ୧୬,୦୦୦ ଖର୍ଚ୍ଚ ହେଉଛି । ଯେବେକି ରୋଡରେ ଯିବା ଆସିବା କରିବା ଦ୍ୱାରା ପାକିସ୍ତାନି ମୁଦ୍ରା ଅନୁଯାୟୀ ୩୫୦ରୁ ୭୫୦ ଟଙ୍କା ଖର୍ଚ୍ଚ ହୁଅନ୍ତା ।


Share It

Comments are closed.