ନୋବେଲ ପୁରଷ୍କାର ବିଜେତା ଅଭିଜିତ ବାନାର୍ଜୀଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ


କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ଅର୍ଥଶାସ୍ତ୍ରରେ ନୋବେଲ ପୁରଷ୍କାର ବିଜେତା ଅଭିଜିତ ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମାଲୋଚନା ମଧ୍ୟ କରିଛନ୍ତି । ଏକ ସାମ୍ବାଦିକ ସମ୍ମୀଳନୀ ଜରିଆରେ ପିୟୁଷ, ଅଭିଜିତଙ୍କ ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କୁ ମିଳିଥିବା ନୋବେଲ ପୁରଷ୍କାର ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଗୋଏଲ, ବାନାର୍ଜୀଙ୍କ ସଂପର୍କରେ ମତ ଦେଇ କହିଛନ୍ତି ଯେ, ଜଣେ ଭାରତୀୟ ଅର୍ଥଶାସ୍ତ୍ରରେ ନୋବେଲ ପୁରଷ୍କାର ବିଜେତା ହୋଇଥିବା ହେତୁ ମୁଁ ଗର୍ବିତ କିନ୍ତୁ ତାଙ୍କ ଚିନ୍ତାଧାରାର ସଂପୂର୍ଣ୍ଣ ରୂପେ ବାମପନ୍ଥୀ ଆଡକୁ ଢଲାଇ ରହିଛି ।

ପ୍ରକାଶ ଥାଉକି, ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ଅଭିଜିତ ବାନାର୍ଜୀଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଅର୍ଥଶାସ୍ତ୍ର ଉପରେ ନୋବେଲ ପୁରଷ୍କାର ମିଳିଥିବାବେଳେ ଅଭିଜିତଙ୍କ ସହ ନୋବେଲ ପୁରଷ୍କାର ପାଇଥିବା ଅନ୍ୟ ଦୁଇ ଜଣ ହେଲେ ଅମେରିକଲ ଏଥର ଡୁଫଲି ଏବଂ ମାଇକେଲ କ୍ରେମର ।ଅଭିଜିତ ବର୍ତ୍ତମାନ ଫର୍ଡ ଫାଉଣ୍ଡେସନ ଇଣ୍ଟର ନ୍ୟାସନଲ ପକ୍ଷରୁ ଏମଆଇଆଇରେ ଅର୍ଥନୀତିରେ ଅଧ୍ୟାପକ ଥିବାବେଳେ ସେ କୋଲକତା ବିଶ୍ୱ ବିଦ୍ୟାଳୟରେ ସ୍ନାତକତ୍ୱ ହାସଲ କରିବା ପରେ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ସ୍ନାତକତରେ ହାସଲ କରିଛନ୍ତି ।


Share It

Comments are closed.