ସମସ୍ତ ଦକ୍ଷିଣ ଏସୀୟ ଦେଶ ଅପେକ୍ଷା ଭାରତରେ ତୈଳ ଦର ସର୍ବାଧିକ


ଦେଶର ଅନେକ ସହରରେ ପେଟ୍ରୋଲ ଦର ବଢିବାରେ ଲାଗିଛି । ବିଜେପି ସରକାରଙ୍କ ସମୟରେ ହିଁ ସବୁଠାରୁ ଅଧିକ ଦର ବଢିଛି ବୋଲି ଜାଣିବାକୁ ମିଳିଛି । ଭାରତରେ ତୈଳଦର ବୃଦ୍ଧି ଦେଶର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଉଥିବାରୁ ଆଗାମୀ ଦିନରେ ଏକ ବଡ ଧରଣର ସଙ୍କଟର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ପେଟ୍ରୋଲ ପରି ଡିଜେଲ ଦର ବି ଆକାଶଛୁଅାଁ ପାଲିଟିଛି । ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ନିକଟରେ ୧୯ ପଇସା ବୃଦ୍ଧି ପାଇଛି । ଅଏଲ ଫାର୍ମ ପକ୍ଷରୁ ଦର ବୃଦ୍ଧି କରାଯାଇଥିବା ନେଇ ଏବେ ଲୋକ ଅସନ୍ତୋଷ ଦେଖିବାକୁ ମିଳିଛି । ଏବେ ଦିଲ୍ଲୀରେ ପେଟ୍ରୋଲ ଦର ରହିଛି ଲିଟର ପିଛା ୭୪.୪୦ ଟଙ୍କା । ଜାଣିବାକୁ ମିଳିଛି ଯେ ୨୦୧୩ ସେପ୍ଟେମ୍ବର ୧୪ ତାରିଖ ପରଠାରୁ ଏହା ସର୍ବାଧିକ ବୃଦ୍ଧି ପାଇଥିବା ଦର ।
ଅନ୍ୟ ସମସ୍ତ ଦକ୍ଷିଣ ଏସୀୟ ଦେଶ ତୁଳନାରେ ପେଟ୍ରୋଲ ଓ ଡିଜେଲ ଦର ଭାରତରେ ସର୍ବାଧିକ । କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ୨୦୧୪ରୁ ୨୦୧୬ ଭିତରେ ୯ ଥର ଉତ୍ପାଦ ଶୁକ୍ଳ ବୃଦ୍ଧି ସାରିଥିବା ବେଳେ ମାତ୍ର ଥରୁଟିଏ ଏହାର ମୂଲ୍ୟରେ ହ୍ରାସ କରାଇଥିଲେ ।


Share It

Comments are closed.