ପର୍‌ନଡ୍ ରିକାର୍ଡ ଇଣ୍ଡିଆର #ୱାନ୍‌ଫର୍‌ଆୱାର୍‌ପ୍ଲାନେଟ୍ ଅଭିଯାନ


ଭୁବନେଶ୍ୱର : ୱାଇନ୍ ଓ ସ୍ପିରିଟ୍ ଇଣ୍ଡଷ୍ଟ୍ରୀ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର୍ ପର୍‌ନଡ୍ ରିକାର୍ଡ ଇଣ୍ଡିଆ (ପିଆର୍‌ଆଇ) ଏହାର ପ୍ୟାକେଜିଙ୍ଗ୍‌ରୁ ସ୍ଥାୟୀ ମୋନୋ-କାର୍ଟନ୍‌ଗୁଡିକୁ ବାହାର କରିବା ଦିଗରେ ନିଜର ଯାତ୍ରାକୁ ବଜାୟ ରଖି ଏକ ଶିଳ୍ପ-ପ୍ରଥମ ଅଭିଯାନ ୰ୱାନ୍‌ଫର୍‌ଆୱାରପ୍ଲାନେଟ୍‌ର ଶୁଭାରମ୍ଭ କରିଛି । ଏହି ସ୍ଥାୟିତ୍ୱ ପଦକ୍ଷେପ ମାଧ୍ୟମରେ କମ୍ପାନୀ ଜୁନ୍ ୨୦୨୩ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହାର ପ୍ୟାକେଜିଙ୍ଗ୍‌ରୁ ୧୦୦% ସ୍ଥାୟୀ ମୋନୋ-କାର୍ଟନ୍‌କୁ ଅପସାରଣ କରିବ । ୰ୱାନ୍‌ଫର୍‌ଆୱାରପ୍ଲାନେଟ୍ ଅଭିଯାନ କମ୍ପାନୀର ମୂଲ୍ୟ ଶୃଙ୍ଖଳାର ପ୍ରତ୍ୟେକ ପର୍ଯ୍ୟାୟରୁ ପ୍ୟାକେଜିଙ୍ଗ୍‌ର ପରିବେଶୀୟ ପ୍ରଭାବକୁ ହ୍ରାସ କରିବା ପ୍ରତିବଦ୍ଧତାକୁ ଦୋହରାଉଛି । ଏହା ଆଜିର ଉଦ୍ଦେଶ୍ୟ-ଚାଳିତ ଉପଭୋକ୍ତାଙ୍କୁ ପରିବେଶ ସଚେତନ କ୍ରୟ ନିଷ୍ପତି ନେବା ପାଇଁ ଆବେଦନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଭିଯାନ ସହିତ ପର୍‌ନଡ ରିକାର୍ଡ ଇଣ୍ଡିଆ ପ୍ରତିବର୍ଷ ୭୩୧୦ ଟନ୍ କାର୍ବନ ନିର୍ଗମନ ହ୍ରାସ କରି, ୨.୫ ଲକ୍ଷ ଗଛକୁ ସୁରକ୍ଷିତ ରଖି ଏବଂ ୧୮୭୪୫ ଟନ୍ ବର୍ଜ୍ୟବସ୍ତୁ ହ୍ରାସ କରି ଏକ ସାମଗ୍ରିକ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଏହି ଅଭିଯାନ ସହିତ କମ୍ପାନୀ ୨୦୩୦ ସୁଦ୍ଧା ୭୫୦୦୦ ଟନ୍‌ରୁ ଅଧିକ ମୋଟ ପ୍ୟାକେଜିଙ୍ଗ୍ ନିର୍ଗମନକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ।
ଏସମ୍ପର୍କରେ ପର୍‌ନଡ ରିକାର୍ଡ ଇଣ୍ଡିଆର ଚିଫ୍ କମର୍ସିଆଲ ଅଫିସର ରଞ୍ଜିତ୍ ଓକ୍ କହିଛନ୍ତି, ‘ପର୍‌ନଡ୍ ରିକାର୍ଡ ଇଣ୍ଡିଆରେ ଆମେ ପୃଥିବୀ ପାଇଁ ଏକ ପରିବର୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛୁ । ବଡ ପ୍ରଭାବ ସୃଷ୍ଟି କରିବା ପାଇଁ ଆମର ସ୍ଥାୟିତ୍ୱ ଲକ୍ଷ୍ୟକୁ ବିସ୍ତାର କରି, ଏହି ଅଭିଯାନ ମୂଲ୍ୟ ଶୃଙ୍ଖଳାର ପ୍ରତ୍ୟେକ ପର୍ଯ୍ୟାୟରେ ( ଶସ୍ୟଠାରୁ ଗ୍ଲାସ୍ ପର୍ଯ୍ୟନ୍ତ) ଆମର କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ କରିବା ଦିଗରେ ନିର୍ଦ୍ଦେଶିତ ରହିଛି । ଆମେ ଏହି ଅଭିଯାନକୁ ଏକ ବଡ ଆନ୍ଦୋଳନରେ ପରିଣତ କରିବା ଏବଂ ଆମର ହିତାଧିକାରୀଙ୍କୁ ପରିବେଶ-ସଚେତନ ଉପଯୋଗର ଅଭ୍ୟାସ କରିବା ପାଇଁ ପ୍ରଚାରକରେ ପରିଣତ କରିବା ଲାଗି ପରିକଳ୍ପନା କରିଛୁ ।’ ସେହିପରି କମ୍ପାନୀର ଚିଫ୍ ମାର୍କେଟିଙ୍ଗ୍ ଅଫିସର କାର୍ତିକ ମହିନ୍ଦ୍ର କହିଛନ୍ତି, ‘ସମଗ୍ର ବିଶ୍ୱ ସ୍ଥାୟିତ୍ୱର ଏକ ନୂତନ ଯୁଗରେ ପ୍ରବେଶ କରିଛି ଏବଂ ଆମେ ବର୍ଦ୍ଧିତ ରୂପେ ପରିବେଶ ସଚେତକରେ ପରିଣତ ହେଉଥିବା ଉପଭୋକ୍ତାଭ୍‌କ ଆବଶ୍ୟକତାକୁ ଆମେ ପୂରଣ କରୁଛୁ । ଭାରତରେ ୨୫ ବର୍ଷରୁ ଅଧିକ ସମୟ ହେବ ଏକ ଦାୟିତ୍ୱସମ୍ପନ୍ନ ଶିଳ୍ପ ସଂସ୍ଥା ଭାବେ ସ୍ଥାୟିତ୍ୱ ହେଉଛି ପର୍‌ନଡ୍ ରିକାର୍ଡ ଇଣ୍ଡିଆର ପରିଚାଳନା ପାଇଁ ପ୍ରମୁଖ ଚାବିକାଠି ଏବଂ ଏହି ଅଭିଯାନ ଆମର ପ୍ରତିବଦ୍ଧତାର ଏକ ପ୍ରମାଣ ।’ ଏହି ପ୍ରମୁଖ ପରିବେଶ ଓ ଶିଳ୍ପପ୍ରଥମ ଅଭିଯାନର ଗ୍ରହଣୀୟତାକୁ ସୁନିଶ୍ଚିତ କରିବା ପାଇଁ ପର୍‌ନଡ ରିକାର୍ଡ ଇଣ୍ଡିଆ ଏହାର ଉପଭୋକ୍ତାଙ୍କୁ ସଚେତନ ଓ ଶିକ୍ଷିତ କରି ଏକ ସଚେତକ ଉପଯୋଗ ଆନ୍ଦୋଳନକୁ ପରିଚାଳନା କରୁଛି । ଏହି ଯାତ୍ରାରେ ବାଧାହୀନ ପରିବର୍ତନ ପାଇଁ କମ୍ପାନୀ ବିଭିନ୍ନ ରାଜ୍ୟରେ ରିସାଇକେଲ୍‌ଡ ଓ ରିସାଇକ୍ଲେବୁଲ ନେକ୍ ଟ୍ୟାଗ୍‌ର ଶୁଭାରମ୍ଭ କରିଛି ଯାହା ଉପଭୋକ୍ତାଙ୍କୁ ୰ୱାନ୍‌ଫର୍‌ଆୱାରପ୍ଲାନେଟ୍ ଅଭିଯାନ ପାଇଁ ନିର୍ମିତ ଏକ ମାଇକ୍ରୋ-ସାଇଟ୍ ପାଇଁ ପୁନଃନିର୍ଦ୍ଦେଶିତ କରୁଛି । ଶିଳ୍ପରେ ପରିବର୍ତନକୁ ଆଗକୁ ବଢାଇ ୰ୱାନ୍‌ଫର୍‌ଆୱାରପ୍ଲାନେଟ୍ ହେଉଛି ଜିରୋ-ୱେଷ୍ଟ୍‌-ଟୁ-ଲ୍ୟାଣ୍ଡଫିଲ୍ ଯୋଗଦାନ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ହାସଲ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୨୦୨୫ ସୁଦ୍ଧା କମ୍ପାନୀର ୧୦୦% ପ୍ୟାକେଜିଙ୍ଗ୍ ରିସାଇକ୍ଲେବୁଲ, କମ୍ପୋଷ୍ଟେବୁଲ ଓ ରିୟୁଜେବୁଲ ହେବ । କମ୍ପାନୀ କାଚ ବୋତଲର ପୁନଃବ୍ୟବହାର ବୃଦ୍ଧି କରିବା ପାଇଁ ଟେକ୍ନୋଲୋଜିରେ ନିବେଶ କରୁଛି । ଏଭଳି ପଦକ୍ଷେପଗୁଡିକ ସହିତ କମ୍ପାନୀ ୨୦୩୦ ସୁଦ୍ଧା ଏହାର ସାମଗ୍ରିକ କାର୍ବନ ଫୁଟ୍‌ପ୍ରିଂଟ୍‌କୁ ୫୦% ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ।


Share It

Comments are closed.