ଲକ୍‌ଡାଉନ ଭଳି ଜଟିଳ ପରିସ୍ଥିତିରେ ଗରିବ ଏବଂ ଅସହାୟଙ୍କୁ ମାଗଣାରେ ବିସ୍କୁଟ ଯୋଗାଇବା ‘ପାର୍ଲେ-ଜି’


ପାର୍ଲେ ଜି ଭଳି ବିସ୍କୁଟ ନିର୍ମାଣ କରୁଥିବା କଂପାନି ପାର୍ଲେ ପ୍ରଡକ୍ଟସ ତରଫରୁ ଘୋଷଣା କରାଯାଇଛି କି ଦେଶରେ ଲକ୍‌ଡାଉନ୍ ଜାରି ରହିଥିବା ସମୟରେ ଗରିବ, ଅବହେଳିତ ଏବଂ ଅସହାୟ ଲୋକମାନଙ୍କୁ କଂପାନି ୩ କୋଟି ବିସ୍କୁଟ ପ୍ୟାକେଟ ଯୋଗାଇଦେବ । ପ୍ରତି ସପ୍ତାହରେ କୋଟିଏ ବିସ୍କୁଟ ପ୍ୟାକେଟ ଯୋଗାଇ ଦିଆଯିବ ଏବଂ ତିନି ସପ୍ତାହ ଯାଏଁ ଏପରି କରାଯିବ । ସମସ୍ତ ବିସ୍କୁଟ ପ୍ୟାକେଟ ସରକାରୀ ଏଜେନ୍ସିଙ୍କ ମାଧ୍ୟମରେ ପ୍ରଦାନ କରାଯିବ ।
କଂପାନି କହିଛି କି ଲକ୍‌ଡାଉନ୍ ସମୟରେ ସରକାର ବିସ୍କୁଟ କଂପାନି ଉପରେ କୌଣସି ପ୍ରକାର କଟକଣା ଲଗାଇ ନାହାନ୍ତି। ତେବେ କେତେକ ରାଜ୍ୟରେ କଟକଣା ଯୋଗୁ କଂପାନ ିକଂଚାମାଲ ଆଣିବାରେ ସମସ୍ୟାର ସମ୍ମୁଖୀନ ହେଉଛି । ସେହିପରି ସରକାରଙ୍କ କଟକଣାକୁ ମାନି କଂପାନିରେ ଏବେ କର୍ମଚାରୀଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି ଏବଂ ୫୦% କର୍ମଚାରୀଙ୍କ ଉପସ୍ଥିତିରେ କାମ କରାଯାଉଛି । ତେବେ କଂପାନି ଦ୍ୱାରା ବିସ୍କୁଟ ଉତ୍ପାଦନ କାର‌୍ୟ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି ହୋଇନାହିଁ ।


Share It

Comments are closed.