ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର


ବଙ୍ଗାଳି ଲୋକଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦେଇଥିବାରୁ ବିିଜେପି ନେତା ତଥା ଅଭିନେତା ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର ହୋଇଛି । ସିପିଆଇ ରାଜ୍ୟ ସଚିବ ଏମଡୀ ସଲିମ ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ରାୱଲଙ୍କ ମନ୍ତବ୍ୟ ଦଙ୍ଗାକୁ ଉସୁକାଇବା ସହ ବଙ୍ଗଳା ଓ ଅନ୍ୟ ସମୁଦାୟଙ୍କ ମଧ୍ୟରେ ସଦଭାବ ନଷ୍ଟ କରିବ ।
ଏମଡୀ ସଲିମ ଅଭିଯୋଗରେ କରିଛନ୍ତି ଯେ, ବଡ଼ ସଂଖ୍ୟାରେ ବଙ୍ଗାଳି ଲୋକ ରାଜ୍ୟ ବାହାରେ ରହିଥାନ୍ତି । ପରେଶ ରାୱଲଙ୍କ ଟିପ୍ପଣୀ କାରଣରୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଅନ୍ୟ ଆଡ଼ୁ ଟାର୍ଗେଟ କରାଯିବା ସହ ପ୍ରଭାବିତ କରିବ ।


Share It

Comments are closed.