ପାନାସୋନିକର ଟୋଟାଲ ସଲ୍ୟୁସନ ଏୟାର କଣ୍ଡିସନର


ପାନାସୋନିକ ପକ୍ଷରୁ ଏହାର ନୂତନ ଶୃଙ୍ଖଳାର ‘ଟୋଟାଲ ସଲ୍ୟୁସନ’ ଏୟାର କଣ୍ଡିସନର ଆଡ଼ଭାନ୍ସଡ଼ ସିରିଜ୍ ଏବଂ ଆର୍କ ସିରିଜର ଶୁଭାରମ୍ଭ କରାଯାଇଛି । ଏହି ନୂତନ ଶୃଙ୍ଖଳାରେ ପ୍ରମୁଖ ବ÷ଶିଷ୍ଟ୍ୟ ଗୁଡ଼ିକରେ ଜାପାନିଜ୍ ଦର୍ଶନ ଯେପରିକି, କାଇ, କେନ୍, ବି ଏବଂ ଶିନ୍ ରହିଛି, ଯାହାକି ମୂଖ୍ୟତଃ ଆରାମ, ସୁସ୍ଥ, ସୌନ୍ଦର୍ଯ୍ୟ ଏବଂ ସ୍ଥାୟିତ୍ୱକୁ ନିଶ୍ଚିତ କରିଥାଏ । ଏହି ନୂତନ ଶୃଙ୍ଖଳା ଗୁଡ଼ିକ ମୂଖ୍ୟତଃ ୧, ୧.୨, ୧.୫ ଏବଂ ୨ ଟନ୍ ବିଶିଷ୍ଟ ହୋଇଥିବାବେଳେ ଏଗୁଡ଼ିକ ୩୯,୯୯୦ ଟଙ୍କାରୁ ୫୩, ୯୯୦ ଟଙ୍କା ପର୍ଯ୍ୟନ୍ତ ୩ ଷ୍ଟାର ଏବଂ ୫ ଷ୍ଟାର ବିଭାଗରେ ଉପଲବ୍ଧ । ଏହି ନୂତନ ଏୟାର କଣ୍ଡିସନର ଅତ୍ୟାଧୁନିକ ଜାପାନିଜ୍ ଜ୍ଞାନକୌଶଳ ସହିତ ନିର୍ମିତ ହୋଇଥିବାବେଳେ ଉନ୍ନତ ଆରାମ ପ୍ରଦାନ କରିବା ସହିତ ଏଥିରେ ଦୁଇଟି କୂଲ୍ ଇନଭର୍ଟର, ଏରୋୱିଙ୍ଗସ୍, ୪ – ୱେ ଏୟାରଫ୍ଲୋ ରହିଛି ।
ଏହି ଶୁଭାରମ୍ଭ ଅବସରରେ ପାନାସୋନିକ୍ ଇଣ୍ଡିଆ ପକ୍ଷରୁ ଏହାର ଏୟାର କଣ୍ଡିସନର ଗ୍ରୁପର, ବାଣିଜ୍ୟ ମୂଖ୍ୟ, ଶ୍ରୀଯୁକ୍ତ ଗୌରବ ସାହ କହିଛନ୍ତିଯେ, “ବିଶ୍ୱସ୍ତରରେ ପାନାସୋନିକର ୧୦୦ ବର୍ଷର ଗୌରବମୟ ଇତିହାସ ଏବଂ ଏୟାରକଣ୍ଡିସନର ଉତ୍ପାଦନ ବିଭାଗରେ ଦୀର୍ଘ ୬୦ ବର୍ଷର ସଫଳ ଇତିହାସ ରହିଛି । ଆମର ନୂତନ ଶୃଙ୍ଖଳା କେବଳ ଆଭ୍ୟନ୍ତରୀଣ ବାୟୁର ଗୁଣବତ୍ତାକୁ ଉନ୍ନତ କରିବ ତାହା ନୁହେଁ, ଏହା ଆହୁରୀ ମଧ୍ୟ ଅମାର ଉପଭୋକ୍ତା ମାନଙ୍କୁ ଏକ ଉନ୍ନତ ଏବଂ ସୁସ୍ଥ ଜୀବନ ବଞ୍ଚିବାରେ ସହାୟକ ହୋଇପାରିବ ।”


Share It

Comments are closed.