ବଜାରକୁ ଆସିଲା ପାନାସୋନିକର ନୂଆ କନେକ୍ଟେଡ୍ ଏସି


ବିବିଧ ଟେକ୍ନୋଲୋଜି କମ୍ପାନୀ ପାନାସୋନିକ୍ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂତନ ପ୍ୟୁଚରିଷ୍ଟିକ୍ ରେଞ୍ଜ୍‌ର କନେକ୍ଟେଡ୍ ଏୟାର କଣ୍ଡିସ୍‌ନର୍‌ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଞ୍ଜର ଏସି ସମସ୍ତ ପାନାସୋନିକ୍ ବ୍ରାଣ୍ଡ ସପ୍‌, ବୃହତ୍ ଖୁଚୁରା ଆଉଟ୍‌ଲେଟ୍‌, ଆମାଜନ୍‌, ଫ୍ଲିପ୍‌କାର୍ଟ ଭଳି ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ ସମେତ ଦେଶବ୍ୟାପୀ କ୍ଷୁଦ୍ର ଇଲେକ୍‌ଟ୍ରୋନିକ୍ସ ଷ୍ଟୋରଗୁଡିକରେ ମଧ୍ୟ ଉପଲବ୍ଧ ହେଉଛି । ଏହି ନୂତନ ରେଞ୍ଜ୍‌ର ଆଇଓଟି ସକ୍ଷମ ପାନାସୋନିକ୍ ଇନ୍‌ଭର୍ଟର ସ୍ପ୍ଲିଟ୍ ଏସିର ମୂଲ୍ୟ ୩୫,୯୯୦ ଟଙ୍କାରୁ ଆରମ୍ଭ ହେଉଛି ।

ଏହି ନୂତନ କନେକ୍ଟେଡ୍ ଏସି ରେଞ୍ଜ୍ ସମ୍ପର୍କରେ ପାନାସୋନିକ୍ ଇଣ୍ଡିଆର ଏୟାର କଣ୍ଡିସ୍‌ନିଙ୍ଗ ଗ୍ରୁପ୍‌, ବ୍ୟବସାୟ ମୁଖ୍ୟ ଶ୍ରୀଯୁକ୍ତ ଗୌରବ ଶାହ କହିଛନ୍ତି, “ଆମର ଉପଭୋକ୍ତା ଅନ୍ତର୍ଦୃଷ୍ଟି ଅଧ୍ୟୟନ ଆମକୁ ଜଣାଇଛି ଯେ, ଭାରତୀୟ ଉପଭୋକ୍ତାମାନେ ନୂତନ ଉତ୍ପାଦ ଅଭିଜ୍ଞତା ପାଇବାକୁ ଚାହାନ୍ତି ଯାହା ସେମାନଙ୍କ ଦୈନନ୍ଦିନ ଜୀବନକୁ ସହଜ ଓ ଦକ୍ଷତାସମ୍ପନ୍ନ କରିପାରିବ । ୮୧% ଉପଭୋକ୍ତା କନେକ୍ଟେଡ୍ ଫିଚର ପାଇଁ ଅତିରିକ୍ତ ଅର୍ଥ ପଇଠ କରିବାକୁ ସହମତି ପ୍ରକାଶ କରିଛନ୍ତି । ଟେକ୍ନୋଲୋଜିକୁ ଗଣତାନ୍ତ୍ରିକ କରିବା ପାଇଁ ରହିଥିବା ଆମର ରଣନୀତି ଅନୁସାରେ, ଆମେ ଆମର ନୂତନ କନେକ୍ଟେଡ୍ ଏସି ରେଞ୍ଜ୍‌କୁ ପାରମ୍ପରିକ ସ୍ପ୍ଲିଟ୍ ଏସି ଭଳି ସମାନ ମୂଲ୍ୟ ବର୍ଗରେ ଉପଲବ୍ଧ କରିଛୁ । କନେକ୍ଟେଡ୍ ଏସିଗୁଡିକ ପାଇଁ ରହିଥିବା ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହି ଲଂଚ୍ ସହ ଆମେ ୧୦% ବଜାର ଅଂଶ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ଏୟାର କଣ୍ଡିସ୍‌ନର ବର୍ଗରେ ୨୫%ରୁ ୩୦% ବିକାଶ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ।”

ପାନାସୋନିକ୍‌ର ନୂତନ ରେଞ୍ଜ୍‌ର କନେକ୍ଟେଡ୍ ଏସି ଏଆଇ ସକ୍ଷମ ମିରାୟେ ଆପ୍ ସହ ସହଜତା ପ୍ରଦାନ କରିବା ସହ ଆମର ସ୍ୱତନ୍ତ୍ର ଜେଟ୍‌ଷ୍ଟ୍ରିମ୍‌, ଏରୋ-ୱିଙ୍ଗ୍‌ସ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତ କୁଲିଙ୍ଗ ସହ ଆରାମ ପ୍ରଦାନ କରୁଛି ଏବଂ ଜୀବାଣୁ ଓ ପିଏମ୍ ୨.୫କୁ ନଷ୍ଟ କରୁଥିବା ନାନୋଇ-ଜି ଟେକ୍ନୋଲୋଜି ସହ ଉନ୍ନତ ସ୍ୱାସ୍ଥ୍ୟ ପ୍ରଦାନ କରୁଛି । ଏକ ସହଜ ଅଟୋ ଡାଇଗ୍ନୋସିସ୍ ଫିଚର ସହ ନୂଆ କନେକ୍ଟେଡ୍ ରେଞ୍ଜ୍ ଆଗୁଆ ସମସ୍ୟାକୁ ଚିହ୍ନଟ କରି ଉପଭୋକ୍ତାଙ୍କୁ ସତର୍କ କରିଥାଏ । ଏଥିସହିତ ପାନାସୋନିକ୍ର ନୂତନ ରେଞ୍ଜ୍‌ର କନେକ୍ଟେଡ୍ ଏସିକୁ ଆମାଜନ୍ ଆଲେକ୍ସା ଓ ଗୁଗଲ୍ ଆସିଷ୍ଟାଂଟ୍ ଭଳି ଭଏସ୍ ଆସିଷ୍ଟାଂଟ୍ ମାଧ୍ୟମରେ ପରିଚାଳନା କରିହେବ । କନେକ୍ଟେଡ୍ ଏସିଗୁଡିକ ହେଉଛି ନିକଟରେ ଉନ୍ମୋଚିତ ପାନାସୋନିକ୍‌ର କନେକ୍ଟେଡ୍ ଲିଭିଙ୍ଗ ପ୍ଲାଟ୍‌ଫର୍ମ- ମିରାୟେ ଅଧୀନରେ ବଜାରକୁ ଆସିଥିବା ପ୍ରଥମ ଉତ୍ପାଦ ଶୃଙ୍ଖଳା । ଏହି ପ୍ଲାଟ୍‌ଫର୍ମ ଉପଭୋକ୍ତାଙ୍କୁ ମିରାୟେ ଆପ୍ ମାଧ୍ୟମରେ ଗୋଟିଏ ସ୍ଥାନରେ ବସି ପାନାସୋନିକ୍‌ର ସମସ୍ତ ଉପକରଣଗୁଡ଼ିକୁ ସଂଯୋଗ ଓ ପରିଚାଳନା କରିବାର ଅନୁମତି ଦେଇଥାଏ । ଏହି ଆପ୍ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେଉଛି । ନୂତନ ଟେକ୍ନୋଲୋଜିରେ ଭରି ରହଇଥିବା ଏହି ନୂତନ ରେଞ୍ଜ୍ ବାଧାହୀନ ଭାବେ ଉପଭୋକ୍ତାଙ୍କ ସ୍ମାର୍ଟଫୋନ୍ ସହ ମିରାୟେ ଆପ୍ ମାଧ୍ୟମରେ କନେକ୍ଟ ହୋଇଥାଏ; ଏହାଦ୍ୱାରା ଏସିକୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ ।


Share It

Comments are closed.